ନୂଆଦିଲ୍ଲୀ,୭।୩: ଆଗକୁ ଆସାମ, କେରଳ, ତାମିଲନାଡୁ, ପଶ୍ଚିମବଙ୍ଗ ଏବଂ ପୁଡୁଚେରୀରେ ବିଧାନସଭା ନିର୍ବାଚନ ହେବାକୁୂ ଯାଉଛି। କଂଗ୍ରେସ ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ସେଠାରେ ନିର୍ବାଚନ ପ୍ରଚାରରେ ସାମିଲ ହେବେ। ଏନେଇ କଂଗ୍ରେସ ପକ୍ଷଏବେ ପ୍ରିୟଙ୍କା ଆସାମ ଗସ୍ତରେ ଅଛନ୍ତି। ତାଙ୍କୁ କେରଳରେ ପ୍ରଚାର କାର୍ଯ୍ୟରେ ଯୋଗଦେବା ଲାଗି କଂଗ୍ରେସ ପ୍ରଦେଶ ଅଧ୍ୟକ୍ଷ ତାରିକ୍ ଅନଓ୍ବାର ସୋନିଆ ଗାନ୍ଧୀଙ୍କ ପାଖକୁ ଚିଠି ଲେଖିଛନ୍ତି। ସେହିପରି ତାଲିନାଡୁ ରାଜ୍ୟ ସଚିବ ଦିନେଶ୍ ଗୁଣ୍ଡୁରାଓ ମଧ୍ୟ ସୋନିଆଙ୍କୁ ଏନେଇ ଚିଠି ଲେଖି ସାରିଛନ୍ତି। ପଶ୍ଚିମବଙ୍ଗରେ କଂଗ୍ରେସର ସ୍ଥିତି ସୁଦୃଢ଼ ନ ଥିଲେ ମଧ୍ୟ ପ୍ରିୟଙ୍କାଙ୍କୁ ଏଠାରେ ପ୍ରଚାର କାର୍ଯ୍ୟରେ ସାମିଲ କରାଇବା ଲାଗି ରାଜ୍ୟ ପ୍ରଦେଶ ଅଧ୍ୟକ୍ଷ ଅଧିର ରଞ୍ଜନ ଚୌଧୁରୀ ଏବଂ ପ୍ରଭାରୀ ଜିତିନ୍ ପ୍ରସାଦ ସୋନିଆଙ୍କୁ କହିଛନ୍ତି। କେତେକ ନିର୍ବାଚନ ମଣ୍ଡଳୀରେ ପ୍ରିୟଙ୍କାଙ୍କ ପ୍ରଚାର କରାଇବା ଲାଗି ସେମାନେ ପରାମର୍ଶ ଦେଇଛନ୍ତି। ସେହିପରି ପୁଡୁଚେରୀରେ ମଧ୍ୟ ପ୍ରିୟଙ୍କାଙ୍କ ପ୍ରଚାର ପାଇଁ ଯୋଜନା ପ୍ରସ୍ତୁତ ହୋଇଛି।