Categories: ଜାତୀୟ

ଘୋଡା ବେପାରରେ ଲଗାମ ପାଇଁ କଂଗ୍ରେସର ନୂଆ ରଣନୀତି: ୭୨ ସିଟର ପ୍ଲେନ ବୁକ…

ରାୟପୁର, ୨।୧୨ : ଏକଜିଟ ପୋଲ ସର୍ଭେରେ ଛତିଶଗଡରେ କଂଗ୍ରେସ ଅଗ୍ରଣୀ ଥିବା ଦେଖାଯାଇଛି, ଆସନ ସଂଖ୍ୟା କମ ଥିବାରୁ ଦଳର ନେତାମାନେ ଚିନ୍ତିତ ଅଛନ୍ତି। ଡିସେମ୍ବର ୩ରେ ଫଳାଫଳ ଘୋଷଣା ହେବା ପୂର୍ବରୁ ଘୋଡା ବେପାରରେ ଲଗାମ ପାଇଁ କଂଗ୍ରେସ ନୂଆ ରଣନୀତି ଆପେଣେଇଛି। ଯାହାଦ୍ୱାରା କଂଗ୍ରେସ ବିଧାୟକମାନେ ବାଡଡେଇଁବା ସମ୍ଭବ ହେବ ନାହିଁ। ଦଳ ପକ୍ଷରୁ ଏନେଇ ୭୨ ସିଟର ପ୍ଲେନ ବୁକ କରାଯାଇଛି। ଆବଶ୍ୟକ ପଡିଲେ ନିର୍ବାଚିତ ବିଧାୟକଙ୍କୁ ଏହି ପ୍ଲେନରେ ଅଜଣାସ୍ଥାନକୁ ନିଆଯିବ। ଯାହାଦ୍ୱାରା ଭାଜପାର ଘୋଡା ବେପାର ଆଶଙ୍କା କମ ରହିବ।

ଏକଜିଟ ପୋଲରେ କଂଗ୍ରେସ ହାରାହାରି ୪୦ରୁ ୫୫ ଟି ଆସନ ପାଉଥିବାର ଦେଖାଯାଇଛି। ବେଳେ କଂଗ୍ରେସ ୭୫ ରୁ ଅଧିକ ଆସନ ଦାବି କରୁଛି। ଏଥି ସହିତ, ଭାଜପା ୩୫ ରୁ ୪୬ ପାଇପାରେ ବୋଲି ଏକଜିଟ ପୋଲରେ କୁହାଯାଇଛି।

୨୦୧୮ରେ କଂଗ୍ରେସ ମୋଟ ୯୦ ଆସନରୁ ୬୮ ହାସଲ କରିଥିଲା। ଭାଜପାକୁ ୧୫ ଆସନ ମିଳିଥିଲା।

Share