Categories: ଜାତୀୟ

ବଂଶବାଦ ରାଜନୀତି ନେଇ କଂଗ୍ରେସର ଜବାବ , ପିତାଙ୍କ ସମ୍ପତ୍ତି ଉପରେ ପୁଅଙ୍କର ଥାଏ ଅଧିକାର…

ନୂଆଦିଲ୍ଲୀ,୧୯।୧୦ : ଭାଜପା ପକ୍ଷରୁ ରାହୁଲ ଗାନ୍ଧୀଙ୍କ ଉପରେ ବଂଶବାଦ ରାଜନୀତି ଅଭିଯୋଗ ଅଣାଯିବା ପରେ କଂଗ୍ରେସ ନେତା ରାଜମଣି ପଟେଲ ଏହାର ଜବାବ ଦେଇଛନ୍ତି। ସେ କହିଛନ୍ତି ଗାନ୍ଧୀ ପରିବାର ପିଢ଼ି ପରେ ପିଢ଼ି ଦେଶ ଶାସନ କରିଆସୁଛନ୍ତି। ଏହାକୁ ବଂଶବାଦ ରାଜନୀତି କହିବା ବେଆଇନ।

ଗଣମାଧ୍ୟମକୁ ସୂଚନା ଦେଇ ପଟେଲ କହିଛନ୍ତି, ପୁଅ ହେଉଛି ତାଙ୍କ ପିତାଙ୍କ ସମ୍ପତ୍ତିର ପ୍ରାକୃତିକ ଉତ୍ତରାଧିକାରୀ। ଏଥିରେ ବଂଶବାସର ପ୍ରଶ୍ନ କେଉଁଠାରେ ଅଛି? ପିତା କଣ ଅନ୍ୟର ନାମରେ ତାଙ୍କର ସମ୍ପତ୍ତି କରିବା ଉଚିତ କି? ଏଭଳି କ୍ଷେତ୍ରରେ ପୁଅକୁ ବଂଶବାଦ କୁହାଯିବ ନାହିଁ କି? ପ୍ରକୃତ ବଂଶବାଦ ହେଉଛି ଯେତେବେଳେ ଯୋଗ୍ୟତା ନ ଥିବା ବ୍ୟକ୍ତି ତାଙ୍କ ପିତାଙ୍କ ନାମରେ ଉତ୍ତରାଧିକାରୀ ଭାବରେ ଉପସ୍ଥାପିତ ହୋଇଥାନ୍ତି।

ଯଦି ପୁଅଙ୍କର ଯୋଗ୍ୟତା ଅଛି, ସେ ଦକ୍ଷ ଏବଂ ଉତ୍ସର୍ଗୀକୃତ, ଏବଂ ତାଙ୍କୁ କୌଣସି ପଦ କିମ୍ବା ଦାୟିତ୍ୱ ଦିଆଯାଏ, ତେବେ ଏହାକୁ ବଂଶବାଦ ବୋଲି କେହି କହିପାରିବେ ନାହିଁ। ଯେତେବେଳେ ସ୍ବାଧୀନତା ସଂଗ୍ରାମ ଚାଲିଥିଲା ଏବଂ ବଳିଦାନ ଦେବାକୁ ପଡୁଥିଲା, ସେତେବେଳେ କେବଳ ଗାନ୍ଧୀ ପରିବାର ହିଁ ଆଗକୁ ଆସିଥିଲେ। ସେମାନେ ଏକମାତ୍ର ପରିବାର ଯିଏ ପିଢ଼ିପରେ ପିଢ଼ି ବଳିଦାନ ଦେଇଥିଲେ। ଭାଜପା ଲୋକଙ୍କୁ ଭ୍ରମିତ କରିବା ପାଇଁ ଧାର୍ମିକ କାର୍ଡ ଖେଳିବା ସହିତ ମିଥ୍ୟାର ସାହାର ନେଉଛି।

ଛତିଶଗଡର ଉପମୁଖ୍ୟମନ୍ତ୍ରୀ ଟି.ଏସ ସିଂ ଦେଓ ମଧ୍ୟ ରାହୁଲଙ୍କୁ ସମର୍ଥନ ଜଣାଇ କହିଛନ୍ତି, ଭଜପାର ଆଉ କିଛି କରିବାର ନାହିଁ। ସେମାନେ ଦେଶ ପାଇଁ ଚିନ୍ତିତ ନୁହଁନ୍ତି ଏବଂ ସେମାନଙ୍କର ଧ୍ୟାନ କେବଳ ରାହୁଲ ଗାନ୍ଧୀଙ୍କ ଉପରେ ରହିଛି। ସେଥିପାଇଁ ସେମାନେ ରାହୁଲଙ୍କ ନାମ ସବୁବେଳେ ନେଉଛନ୍ତି। ଏହି ପ୍ରସଙ୍ଗରେ ଲାଲୁ ଯାଦବଙ୍କ ପାର୍ଟି ଆରଜେଡି ନେତା ଶିବାନନ୍ଦ ତିୱାରୀ କହିଛନ୍ତି ଆପଣ ଦେଖିବେ ପ୍ରମୁଖ ବ୍ୟବସାୟୀ ପରିବାରରେ ଯେତେବେଳେ ସେମାନଙ୍କର ବରିଷ୍ଠ ସଦସ୍ୟମାନେ ଇସ୍ତଫା ଦିଅନ୍ତି ସେତେବେଳେ ଅନ୍ୟ ପରିବାର ସଦସ୍ୟ ସେମାନଙ୍କ ସ୍ଥାନ ନେଇଥାନ୍ତି। ସମାନ ଧାରା ରାହୁଲଙ୍କ କ୍ଷେତ୍ରରେ ରହିଛି। ଏଥିରେ ଭୁଲ କ’ଣ ବୋଲି ମୁଁ ଭାଜପାକୁ ପ୍ରଶ୍ନ କରୁଛି।

Share