Categories: ଜାତୀୟ

କଂଗ୍ରେସ ନେତା ଖୁର୍ସିଦଙ୍କ ଘର ପୋଡ଼ି ଦେଲେ

ନୂଆଦିଲ୍ଲୀ,୧୫।୧୧: ଅଯୋଧ୍ୟା ଉପରେ ପୁସ୍ତକ ଲେଖି ବିବାଦୀୟ ହୋଇପଡ଼ିଥିବା କଂଗ୍ରେସ ନେତା ସଲମାନ ଖୁର୍ସିଦଙ୍କ ନୈନିତାଲ ଘରେ ଭଙ୍ଗାରୁଜା କରିବା ସହ ନିଆଁ ଲଗାଇ ଦେଇଛନ୍ତି କିଛି ଦୁର୍ବୃତ୍ତ। ପୁସ୍ତକରେ ହିନ୍ଦୁତ୍ୱ ଓ ଆତଙ୍କବାଦୀ ସଂଗଠନକୁ ସମାନ ଦର୍ଶାଇଥିବା ବରିଷ୍ଠ କଂଗ୍ରେସ ନେତା ଫେସବୁକ୍‌ରେ ଘଟଣାର ଭିଡିଓ ଶେୟାର କରିଛନ୍ତି।

ଭିଡିଓରେ ଘରେ ନିଆଁ ଲାଗିଥିବା ବେଳେ ଦୁଇ ଜଣ ବ୍ୟକ୍ତି ନିଆଁ ଲିଭାଇବା ପାଇଁ ପାଣି ପକାଉ ଥିବା ଦେଖିବାକୁ ମିଳୁଛି। ଭିଡିଓ ସହ ଖୁର୍ସିଦ ଲେଖିଛନ୍ତି, ଏହାକୁ ହିନ୍ଦୁ ଧର୍ମ କୁହାଯାଏ ନାହିଁ କହିବା କ’ଣ ମୋର ଭୁଲ।

ଅଯୋଧ୍ୟା ଉପରେ ଆଧାରିତ ‘ସନରାଇଜର୍ସ ଓଭର ଅଯୋଧ୍ୟା: ନେଶନହୁଡି ଇନ ଆଓ୍ବାର ଟାଇମ୍ସ’ ପୁସ୍ତକ ଉନ୍ମୋଚନ ହେବା ପରଠାରୁ ବିବାଦରେ ଘେରି ହୋଇଯାଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ। ଏହାକୁ କେନ୍ଦ୍ର କରି ଖୁର୍ସିଦଙ୍କୁ ଭାଜପାର ଠାରୁ ଆରମ୍ଭ କରି ତାଙ୍କ ଦଳର ନେତାଙ୍କ ଠାରୁ ମଧ୍ୟ ସମାଲୋଚିତ ହେବାକୁ ପଡ଼ିଛି।

Share