ଲୋକମତ ସଂସଦୀୟ ପୁରସ୍କାର ୨୦୨୩: ଶ୍ରେଷ୍ଠ ଏମପି ଭାବେ ବିଜେଡିର ସସ୍ମିତ ପାତ୍ର ଓ କଂଗ୍ରେସର ଶଶୀ ଥରୁର୍‌ ସମ୍ମାନୀତ

ନୂଆଦିଲ୍ଲୀ,୭।୨: ଲୋକମତ ସଂସଦୀୟ ପୁରସ୍କାର ୨୦୨୩ ପୁରସ୍କାରରେ ସମ୍ମାନୀତ ହୋଇଛନ୍ତି ବିଜେଡି ରାଜ୍ୟସଭା ଏମପି ସସ୍ମିତ ପାତ୍ରଙ୍କ ସମେତ କଂଗ୍ରେସର ଲୋକସଭା ଏମପି ଶଶୀ ଥରୁର୍‌। ଏହି ଦୁଇଜଣ ଶ୍ରେଷ୍ଠ ଏମପି ଭାବେ ସମ୍ମାନର ଅଧିକାରୀ ହୋଇଛନ୍ତି। ଏହିକ୍ରମରେ ଲୋକସଭାର ଶିରୋମଣି ଅକାଳୀ ଦଳର ଏମପି ହରସମରତ କୌର ବାଦଲ ଓ ଭାଜପା ରାଜ୍ୟସଭା ଏମପି ସରୋଜ ପାଣ୍ଡେଙ୍କୁ ଶ୍ରେଷ୍ଠ ମହିଳା ଏମପି ଭାବେ ପୁରସ୍କୃତ କରାଯାଇଛି।

ସେହିପରି ଲୋକସଭା ଏମପି ତଥା ବହୁଜନ ସମାଜ ପାର୍ଟି ଏମପି ଡାନିସ ଅଲ୍ଲୀ ଓ ସିପିଏମର ରାଜ୍ୟସଭା ଏମପି ଜନ ବ୍ରିଟ୍ଟାସ ବେଷ୍ଟ ଡେବ୍ୟୁଟାଣ୍ଟ ପାର୍ଲାମେଣ୍ଟରିଆନ୍ସରେ ସମ୍ମାନୀତ ହୋଇଛନ୍ତି। ସମାଜବାଦୀ ପାର୍ଟି ରାଜ୍ୟସଭା ଏମପି ରାମ ଗୋପାଳ ଯାଦବ ଓ ଭାଜପା ଲୋକସଭା ଏମପି ମେନକା ଗାନ୍ଧୀ ଲାଇଫଟାଇମ ଆଚିଭମେଣ୍ଟ ପୁରସ୍କାର ପାଇଛନ୍ତି। ଏହି ପୁରସ୍କାର ବିତରଣ ଉତ୍ସବରେ କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ମୁଖ୍ୟ ଅତିଥି ଭାବେ ଓ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ରାମାଦ ଆଠଓ୍ବାଲେ ଯୋଗ ଦେଇଥିଲେ।

Share