ଜ୍ୟାକଲିନଙ୍କ ପାଇଁ ପ୍ରେମ ପତ୍ର ଲେଖିଲେ ସୁକେଶ

ମୁମ୍ବାଇ: ମହାଠକ ସୁକେଶ ଚନ୍ଦ୍ରଶେଖର ଓ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ନାଡିଜଙ୍କ ରିଲେସନଶିପର ଚର୍ଚ୍ଚା ସବୁବେଳେ ହୋଇ ଆସୁଛି। ସୁକେଶ ଗିରଫ ହେବା ପରେ ଜ୍ୟାକଲିନ ବି ଅଡୁଆରେ ପଡି ଯାଇଛନ୍ତି। ତିହାର ଜେଲରେ ବନ୍ଦ ଥିବା ସୁକେଶ ସବୁବେଳେ ଜ୍ୟାକଲିନଙ୍କ ପାଇଁ ପ୍ରେମ ନିବେଦନ କରି ଆସୁଛନ୍ତି। ନିକଟରେ ସୁକେଶ ପୁଣିଥରେ ଜ୍ୟାକଲିନଙ୍କ ଉଦ୍ଦେଶ୍ୟରେ ଆଉ ଏକ ପ୍ରେମ ପତ୍ର ଲେଖିଛନ୍ତି।
ଜେଲରେ ବନ୍ଦ ଥିବା ସୁକେଶ ଜ୍ୟାକଲିନଙ୍କୁ ଇଷ୍ଟର ଶୁଭେଚ୍ଛା ଜଣାଇଛନ୍ତି। ସୁକେଶ ସ୍ପେଶାଲ ମେସେଜ ଲେଖିଛନ୍ତି। ସେ ଲେଖିଛନ୍ତି, ମେରି ବେବି, ମେରି ବୋମ୍ମା, ଜ୍ୟାକଲିନ ବେବି ଇଷ୍ଟରର ଅନେକ ଅନେକ ଶୁଭକାମନା। ଏହା ତୁମ ପସନ୍ଦର ପର୍ବ ମଧ୍ୟରୁ ଗୋଟିଏ। ତୁମକୁ ଇଷ୍ଟର ଏଗ୍ସ ବହୁତ ପସନ୍ଦ। ଏହା ବ୍ୟତୀତ ସୁକେଶ ଆହୁରି ମଧ୍ୟ କହିଛନ୍ତି, ସେ ଜ୍ୟାକଲିନଙ୍କୁ ବହୁତ ଅଧିକ ମିସ୍‌ କରୁଛନ୍ତି।

Share