Categories: ଫୁରସତ

୨ଟି ପୋଲରେ ବିଶ୍ୱକୁ ସଂଯୋଗ

ଏଥେନ୍ସ: ଗ୍ରୀସ୍‌ର ପଶ୍ଚିମରେ ଏକ ସୁନ୍ଦର ଦ୍ୱୀପ ରହିଛି। ସେହି ଦ୍ୱୀପଟି କେବଳ ୨ଟି ପୋଲ ସାହାଯ୍ୟରେ ଅନ୍ୟ ସ୍ଥାନ ସହିତ ଯୋଡ଼ି ହେଉଛି। ଏଠାରେ ଥିବା ଐତିହାସିକ କାନ୍ଥ, ନ୍ୟାଶନାଲ ପାର୍କ, ଏକ ଚର୍ଚ୍ଚ ଏଠାକାର ସୌନ୍ଦର୍ଯ୍ୟକୁ ଅଧିକ ବଢାଉଛି। ଏଠାକାର ଜନସଂଖ୍ୟା ଦିଲ୍ଲୀର ଏକ ଜିଲାଠାରୁ ବି କମ୍‌। ଏଠି କେବଳ ୧୨ଶହ ଲୋକ ହିଁ ବସବାସ କରନ୍ତି। ଦ୍ୱୀପର କ୍ଷେତ୍ରଫଳ ୧୨୯ ବର୍ଗ କି.ମି.। ଏଠାରେ ସ୍ଥାନୀୟ ଶାସନ ଚାଲେ ଏବଂ ମେସୋଲୋନ୍‌ଗି ନଗରପାଳିକା କ୍ଷେତ୍ରର ଅଂଶ ବୋଲି ଧରାଯାଏ। ଦ୍ୱୀପର ପୂର୍ବରେ ପାହାଡ଼ ସହ କ୍ଷେତ ଏବଂ ଘାସ ରହିଛି। ଏଠାରେ ପକ୍ଷୀ ଏବଂ ମାଛଙ୍କ ସଂଖ୍ୟା ବହୁତ ଅଧିକ। ଏଠାକାର ଆର୍ଥିକ ବ୍ୟବସ୍ଥା କୃଷି ଏବଂ ମାଛଚାଷ ଉପରେ ନିର୍ଭରଶୀଳ। ଦ୍ୱୀପରେ ଅଧିକ ଗହଳିଚହଳି ନ ଥିଲେ ସୁଦ୍ଧା ଅନେକ ପୋଲ ଏବଂ ସରୁ ରାସ୍ତା ଭରି ରହିଛି। ମେସୋଲୋନ୍‌ଗି ଆଇଟୋଲିକୋ ଲାଗୁନ ନ୍ୟାଶନାଲ ପାର୍କରେ ବହୁ ପ୍ରଜାତିର ବୃକ୍ଷ ଏବଂ ଜୀବଜନ୍ତୁ ଦେଖିବାକୁ ମିଳିଥାନ୍ତି। ଲାଗୁନ ବିଚ୍‌ରେ ଥିବା ୨ ପୋଲ ଜରିଆରେ ଏହି ଦ୍ୱୀପ ଦୁନିଆ ସହିତ ସଂଯୁକ୍ତ ହୋଇଛି। ପର୍ଯ୍ୟଟକ ଏଠାରେ ପାଦରେ ଚାଲିବାକୁ ଅଧିକ ପସନ୍ଦ କରନ୍ତି।

Share