ଦବିଯାଉଛି ପୋଲ ସଂଯୋଗୀକରଣ ରାସ୍ତା

ରସୁଲପୁର,୧୮ା୩(ରଞ୍ଜିତ ରାଉତ): ଜାରକା ଗ୍ରାମ୍ୟ ଉନ୍ନୟନ ବିଭାଗ-୨ ଅନ୍ତର୍ଗତ କୁଆଖିଆ ସେକ୍ସନର ୨ ପଞ୍ଚାୟତର ୨ଟି ଗାଁକୁ ସଂଯୋଗ କରୁଥିବା ବିଭାଗୀୟ ରାସ୍ତାର ଏକ ପୋଲର ଉଭୟ ପାର୍ଶ୍ୱ ସଂଯୋଗୀକରଣ ଅଞ୍ଚଳ ଦବିଯାଉଛି। ଚାରି ଚକିଆ ଯାନ ଏହି ରାସ୍ତାଦେଇ ଯାତାୟାତ କରୁଥିବା ସମୟରେ ଦବି ଯାଉଥିବା ଅଞ୍ଚଳଟି କ୍ରମଶଃ ବଡ ହେବାରେ ଲାଗିଛି। ଏଭଳି ସ୍ଥିତିରେ ଯାତାୟାତରେ ବାଧା ଉପୁଜୁଛି। ପୋଲ ଯୋଡ଼େଇ ମୁଣ୍ଡରେ ସୃଷ୍ଟି ହୋଇଥିବା ଗର୍ତ୍ତକୁ ତୁରନ୍ତ ମରାମତି କରା ନ ଗଲେ ରାସ୍ତାରେ ଯାତାୟାତ ସମ୍ପୂର୍ଣ୍ଣ ଠପ୍‌ ହୋଇଯିବ। ଏଥିସହିତ ଶତାଧିକ ପରିବାରଙ୍କ ପାଇଁ ଗମନାଗମନର ଅସୁବିଧା ଉପୁଜିବ ବୋଲି ଅଭିଯୋଗ କୁହାଯାଇଛି।
ସୂଚନା ମୁତାବକ, ରସୁଲପୁର ବ୍ଲକ୍‌ ଭୋଟକା ପଞ୍ଚାୟତର ଭୋଟକା ଗ୍ରାମ ଓ ରସୁଲପୁର ପଞ୍ଚାୟତ ସୁଆଁସାହି ଗ୍ରାମର ଶତାଧିକ ପରିବାର ଏହି ରାସ୍ତା ଦେଇ ଯାତାୟାତ କରିଥାନ୍ତି। ମୂଳ ଖରସ୍ରୋତା ନଦୀକୂଳରେ ଅବସ୍ଥିତ ଏହି ଗ୍ରାମର ଲୋକଙ୍କ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ନଦୀରେ ଏକ ପୋଲ ନିର୍ମାଣ କରାଯାଇଛି। ପୋଲ ବହୁ ପୁରୁଣା ହୋଇଥିବାରୁ ପୋଲର ବାଡଗୁଡିକ ଭାଙ୍ଗି ରୁଜିଗଲାଣି। ପୋଲ ଉଭୟ ପାର୍ଶ୍ୱସ୍ଥ ସଂଯୋଗୀକରଣ ଅଞ୍ଚଳକୁ ଠିକ୍‌ ଭାବରେ ସୁଦୃଢ଼ୀକରଣ କରାଯାଇ ନ ଥିବାରୁ ମାଟି ଧସି ପୋଲ ଉଭୟ ମୁଣ୍ଡରେ ଗର୍ତ୍ତ ସୃଷ୍ଟି ହୋଇଛି। ଅନ୍ଧାରରେ ଯାତାୟାତ କରୁଥିବା ପଦଯାତ୍ରୀ, ସାଇକେଲ ଓ ମଟରସାଇକେଲ ଚାଳକମାନେ ଖାଲରେ ପଡ଼ି ଦୁର୍ଘଟଣାର ଶିକାର ହେଉଛନ୍ତି। ପୋଲ ଉପରେ ବର୍ଷାଜଳ ଜମି ରହୁଥିବାରୁ ଛାତ କ୍ରମଶଃ ଦୁର୍ବଳ ହେବାରେ ଲାଗିଛି। ଉକ୍ତ ଛାତଟିକୁ ତୁରନ୍ତ ମରାମତି କରା ନ ଗଲେ ପୋଲ ଭୁଶୁଡ଼ି ପଡ଼ିବା ସମ୍ଭାବନାକୁ ଏଡାଇ ଦିଆଯାଇ ନ ପାରେ। ତେଣୁ ପୋଲ ଉଭୟ ମୁଣ୍ଡରେ ସୃଷ୍ଟି ହୋଇଥିବା ଗର୍ତ୍ତଗୁଡ଼ିକ, ପୋଲର ବାଡ ଓ ଛାତକୁ ତୁରନ୍ତ ମରାମତି କରାଯିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଏ ଦିଗରେ କୁଆଖିଆ ସେକ୍ସନ ଯନ୍ତ୍ରୀ ଭୀମସେନ ମହାରଣାଙ୍କୁ ପଚାରିବାରେ ସେ କହିଛନ୍ତି, ଏବେ କୁଆଖିଆ ସେକ୍ସନରେ ଆଉ ଜଣେ ଯନ୍ତ୍ରୀ ନିଯୁକ୍ତି ପାଇଛନ୍ତି। ତାଙ୍କୁ ସେ ଅଞ୍ଚଳର ଦାୟିତ୍ୱ ଦିଆଯାଇଛି। ତାଙ୍କୁ ନେଇ ଉକ୍ତ ରାସ୍ତାକୁ ଦେଖାଇବା ସହ ମରାମତି ଦିଗରେ ତ୍ୱରିତ ପଦକ୍ଷେପ ନିଆଯିବ ବୋଲି ମହାରଣା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୪ ଜମି ଅଧିଗ୍ରହଣ ଅଧିକାରୀ ନିଲମ୍ବିତ

ଯାଜପୁର,୧୮ା୧୦(ହର୍ଷବର୍ଦ୍ଧନ ବେହେରା): ରାଜ୍ୟର ଦ୍ୱିତୀୟ ସର୍ବବୃହତ୍‌ ବ୍ରାହ୍ମଣୀ ନଦୀ ଉପରେ ନିର୍ମିତ ରେଙ୍ଗାଲି ବହୁମୁଖୀ ଯୋଜନା ଦ୍ୱାରା ଯାଜପୁର ଜିଲାର ୪୬,୬୦୦ ହେକ୍ଟର ଜମିରେ ଜଳସେଚନ...

ହୋଇ ନ ଥିବା ପ୍ରକଳ୍ପ କାମ ଶୀଘ୍ର ଆରମ୍ଭ କର

ଭବାନୀପାଟଣା,୧୭ା୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ଜିଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଗୁରୁବାର ପଞ୍ଚାୟତିରାଜ ଓ ପାନୀୟ ଜ ବିଭାଗର ପ୍ରମୁଖ ଶାସନ ସଚିବ ସୁଶୀଲ...

୨୦ରୁ ଊର୍ଦ୍ଧ୍ୱ ଟ୍ରେନ ବାତିଲ

ରାଉରକେଲା,୧୭।୧୦(ସଙ୍ଗୀତା ଜେନା): ଦକ୍ଷିଣ ପୂର୍ବ ରେଳବାଇ ପକ୍ଷରୁ ମରାମତି ଓ ଅନ୍ୟ କାର୍ଯ୍ୟ ପାଇଁ ଗୁରୁବାର ଏବଂ ଶୁକ୍ରବାର ୨ ଦିନ ଧରି ୨୦ରୁ ଊର୍ଦ୍ଧ୍ୱ...

ଅକ୍ଟୋବର ୨୧, ୨୮ରେ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି: କରିବାକୁ ହେବ ଆଗୁଆ ପଞ୍ଜୀକରଣ

ଭୁବେନେଶ୍ୱର,୧୭।୧୦: ଅକ୍ଟୋବର ୨୧ ଏବଂ ୨୮ରେ ଅନୁଷ୍ଠିତ ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି। ୧୮ତାରିଖ ପୂର୍ବାହ୍ନ ୧୧ରୁ ଆଗୁଆ ଅନ୍‌ଲାଇନ ପଞ୍ଜୀକରଣ ଆରମ୍ଭ ହେବ।...

କନ୍ୟା ସନ୍ତାନକୁ ଜନ୍ମ ଦେଲେ ଦଶମ ଶ୍ରେଣୀ ଛାତ୍ରୀ: ଅଭିଯୁକ୍ତ ଥାନାରେ ଅଟକ

ଥୁଆମୂଳ ରାମପୁର,୧୭।୧୦(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ଜଣେ ଦଶମ ଶ୍ରେଣୀ ଛାତ୍ରୀ ମା’...

ସ୍ତ୍ରୀ, ଶାଶୁଙ୍କୁ ହତ୍ୟା କରି ଫିଙ୍ଗିଥିଲେ: ଖପୁରି ହାଡ଼ ଟାଣି ଖାଉଥିଲା କୁକୁର

ବାସୁଦେବପୁର,୧୭।୧୦(ନାରାୟଣ ପ୍ରସାଦ ବାରିକ୍‌):  ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବାଲିମୁଣ୍ଡା ପଞ୍ଚାୟତର ପାଞ୍ଚଘେରିଆ ଗାଁରେ ଯୋର ନିକଟରୁ ଅଖା ବସ୍ତାରୁ ମଣିଷ ଖପୁରି ହାଡ଼...

ଦୁର୍ଗାପୂଜା କମିଟି ସଦସ୍ୟ ଆଶୁତୋଷ ମୃତ୍ୟୁ ମାମଲା: ହତ୍ୟା ଅଭିଯୋଗ ଆଣିଲେ ଭଉଣୀ 

ବାରିପଦା,୧୭ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ)- ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ ଖଇରବଣିଠାରେ ବେତନଟୀ ବସ୍‌ଷ୍ଟାଣ୍ଡ ଦୁର୍ଗାପୂଜା କମିଟି ସଦସ୍ୟ ଆଶୁତୋଷ ବେହେରାଙ୍କ ମୃତ୍ୟୁ ଘଟଣାରେ ପୋଲିସର...

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼

ଯାଜପୁର,୧୭ା୧୦(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଧର୍ମଶାଳା ନିର୍ବାଚନ ମଣ୍ଡଳିରେ ରାଜନୈତିକ ଆକ୍ରୋଶ କ୍ରମଶଃ ବଢିବାରେ ଲାଗିଛି। ବିଜେଡି, ଭାଜପା ଓ ସ୍ବାଧୀନ ବିଧାୟକ ସମର୍ଥକଙ୍କ ମଧ୍ୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri