୫ ବଡ଼ ନଦୀକୁ ସଂଯୋଗ ଯୋଜନା, ୨୫ ହଜାର କିଲୋମିଟର ରାଜପଥର ବିକାଶ, ୬୦ ଲକ୍ଷ ନୂଆ ଚାକିରି…

ନୂଆଦିଲ୍ଲୀ, ୧।୨ : ଆଗାମୀ ବର୍ଷରେ ୨୫ ହଜାର କିଲୋମିଟର ରାଜପଥର ବିକାଶ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ଆଗାମୀ ୩ ବର୍ଷରେ ୪୦୦ ନୂତନ ବନ୍ଦେ ଭାରତ ଟ୍ରେନ ଆରମ୍ଭ ହେବ। ଦେଶରେ ୬୦ ଲକ୍ଷ ନୂତନ ଚାକିରିର ବ୍ୟବସ୍ଥା କରାଯିବ। ୩୦ ଲକ୍ଷ ଅତିରିକ୍ତ ଚାକିରି ଯୋଗାଇଦେବା ପାଇଁ ସରକାରଙ୍କର କ୍ଷମତା ଅଛି ବୋଲି ବଜେଟ୍‌ ଉପସ୍ଥାପନ କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ କହିଛନ୍ତି। ଏଲଆଇସିର ଆଇପିଓ ଶୀଘ୍ର ଆସିବ ଏବଂ ଏଥିପାଇଁ ଆବଶ୍ୟକ କାର୍ଯ୍ୟର କାର୍ଯ୍ୟ ସୁରୁଖୁରୁରେ ଚାଲିଛି। ଦେଶରେ ଆଇଟି ଏବଂ ବେସରକାରୀ କ୍ଷେତ୍ରକୁ ପ୍ରୋତ୍ସାହନ ଦିଆଯିବ ଏବଂ ଆଧୁନିକ ଭିତ୍ତିଭୂମି ଉପରେ ଧ୍ୟାନ ଦିଆଯିବ।
୨୦୨୧-୨୨ ଆର୍ଥିକ ବର୍ଷରେ ଦେଶର ଅର୍ଥନୈତିକ ଅଭିବୃଦ୍ଧି ହାର ୯.୨ ପ୍ରତିଶତ ହେବ ଏବଂ ଅର୍ଥନୀତିକୁ ଫେରାଇ ଆଣିବା ପାଇଁ ସରକାରଙ୍କ ଉଦ୍ୟମ ଜାରି ରହିଛି। ଦେଶର ୫ଟି ବଡ ନଦୀକୁ ସଂଯୋଗ କରିବାର ଯୋଜନା ଅଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।

Share