Categories: ଜାତୀୟ

ଦ୍ୱିତୀୟଥର ମେଘାଳୟର ମୁଖ୍ୟମନ୍ତ୍ରୀ ହେବେ କନ୍‌ରାଡ ସାଙ୍ଗମା: ୭ରେ ଶପଥଗ୍ରହଣ

ଶିଲଂ, ୫ା୩ : ମେଘାଳୟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ନ୍ୟାଶନାଲ ପିପୁଲ୍ସ ପାର୍ଟି (ଏନ୍‌ପିପି) ନେତା କନ୍‌ରାଡ ସାଙ୍ଗମା ମଙ୍ଗଳବାର ଶପଥ ଗ୍ରହଣ କରିବେ। ବିଧାନସଭା ନିର୍ବାଚନରେ ତାଙ୍କ ଦଳ ସଂଖ୍ୟାଗରିଷ୍ଠତା ହାସଲ କରିଥିବାରୁ ସରକାର ଗଠନ ଲାଗି ଦାବି ଉପସ୍ଥାପନ କରିଛି। ଏନ୍‌ପିପିକୁ ହିଲ୍‌ ଷ୍ଟେଟ୍‌ ପିପୁଲ୍ସ ଡେମୋକ୍ରାଟିକ ପାର୍ଟି (ଏଚ୍‌ଏସ୍‌ପିଡିପି)ର ୨ ବିଧାୟକ ସମର୍ଥନ ଜଣାଇଛନ୍ତି। ସାଙ୍ଗମା ରାଜ୍ୟପାଳଙ୍କ ନିକଟରେ ସମର୍ଥନ ପତ୍ର ଉପସ୍ଥାପନ କରିସାରିଛନ୍ତି। ସୋମବାର ନୂଆ ବିଧାୟକମାନେ ଶପଥ ଗ୍ରହଣ କରିବେ। ସାଙ୍ଗମାଙ୍କ ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ପ୍ରମୁଖ ଯୋଗଦେବେ ବୋଲି ଏନ୍‌ପିପି ମୁଖପାତ୍ର ସୈଦୁଲ ଖାନ୍‌ କହିଛନ୍ତି।

Share