Categories: ଜାତୀୟ

ରାମମନ୍ଦିର ପ୍ରାଣପ୍ରତିଷ୍ଠା: ପଞ୍ଚମ ୧୨୧ ଆଚାର୍ଯ୍ୟଙ୍କ ପୂଜାର୍ଚ୍ଚନା

ନୂଆଦିଲ୍ଲୀ, ୨୨।୧: ଅଯୋଧ୍ୟା ରାମମନ୍ଦିର ପ୍ରାଣପ୍ରତିଷ୍ଠା ପୂର୍ବରୁ ଗତ ୧୬ ତାରିଖରୁ ମନ୍ଦିରରେ ବିଭିନ୍ନ ରୀତିନୀତି ଜାରି ରହିଛି। ପଞ୍ଚମ ଦିନରେ ଅନୂ୍ୟନ ୧୨୧ ଆଚାର୍ଯ୍ୟ ବିଭିନ୍ନ ଧର୍ମୀୟ ଉତ୍ସବ ଅନୁଷ୍ଠାନ କରିଛନ୍ତି। ପ୍ରଥମ ଦୁଇଦିନରେ ଧାର୍ମିକ କ୍ରିୟାକର୍ମ ମନ୍ଦିର କମ୍ପ୍ଲେକ୍ସ ବାହାରେ ହୋଇଥିଲା। ଗୁରୁବାର ରାମମନ୍ଦିର ଗର୍ଭଗୃହରେ ଭଗବାନ ରାମଙ୍କ ମୂର୍ତ୍ତି ସ୍ଥାପନ କରାଯାଇଥିଲା।

ରାମମନ୍ଦିର ଟ୍ରଷ୍ଟି ଅନୀଲ ମିଶ୍ରା ଓ ତାଙ୍କ ସ୍ତ୍ରୀ ଯଜମାନ ଭାବେ ସମସ୍ତ ରୀତିନୀତି ସମ୍ପନ୍ନ କରୁଥିବାବେଳେ ଅଶୋକ ସଂଘଲ ଫାଉଣ୍ଡେଶନର ମହେଶ ଚାନ୍ଦଭାଗ୍‌କା ଏଥିରେ ସହଯୋଗ କରୁଛନ୍ତି। ପ୍ରଥମେ ଭଗବାନ ଗଣେଶଙ୍କ ପୂଜା ପରେ ଭଗବାନ ରାମଙ୍କ ମହାପୂଜା ହେବା ସହ ମନ୍ତ୍ର ଓ ଶ୍ଳୋକ ଆବୃତ୍ତି କରାଯାଇଥିଲା।

Share