Posted inଜାତୀୟ

ସହମତିରେ ଶାରୀରିକ ସମ୍ପର୍କ ନୁହେଁ ବଳାତ୍କାର: ହାଇକୋର୍ଟଙ୍କ ରାୟ…

ମୁମ୍ବାଇ,୨୮।୧୦ : ପ୍ରଥମେ ସହମତିରେ ଶାରୀରିକ ସମ୍ପର୍କ ସ୍ଥାପନ ଏବଂ ଯେତେବେଳେ ବ୍ରେକଅପ ହେଲା, ସମ୍ପୃକ୍ତ ଯୁବତୀ ଅଭିଯୋଗ କଲେ ମୋତେ ବଳାତ୍କାର କରାଯାଇଛି। ଏହି ମାମଲା ହାଇକୋର୍ଟରେ ପହଞ୍ଚିଛି । ଖଣ୍ଡପୀଠ ଉଭୟ ପକ୍ଷର ଶୁଣାଣି ପରେ ରାୟ ଦେଇଛନ୍ତି। ଖଣ୍ଡପୀଠଙ୍କ ରାୟ ଅନୁସାରେ ସହମତିରେ ଶାରୀରିକ ସମ୍ପର୍କକୁ ଧାରା ୩୭୬ ଅନୁଯାୟୀ ବଳାତ୍କାର ବୋଲି ବିବେଚନା କରାଯାଇପାରିବ ନାହିଁ। ବମ୍ବେ ହାଇକୋର୍ଟର ଜଷ୍ଟିସ ନିତିନ ସାମ୍ବ୍ରେ ଏବଂ ଜଷ୍ଟିସ ଏନ.ଆର ବୋରକର ଏହି ରାୟ ଦେଇଛନ୍ତି ଏବଂ ଅପରାଧିକ ଆବେଦନକୁ ଖାରଜ କରିଛନ୍ତି।

ଉଭୟ ଅଭିଯୁକ୍ତ ଏବଂ ପୀଡିତା ପୁଣେର ବାସିନ୍ଦା। ପୀଡିତା ଯୁବକଙ୍କ ବିରୋଧରେ ଅଭିଯୋଗ କରିଥିଲେ ସେ ତାଙ୍କ ସହ ଏକ ସଂଗଠନରେ କାମ କରୁଥିଲେ। ଏହି ସମୟ ମଧ୍ୟରେ ସେମାନେ ବନ୍ଧୁ ହେଲେ। ଦିନେ ଯୁବକ ଜଣକ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ କିନ୍ତୁ ସେ ଏହାକୁ ବିରୋଧ କରିଥିଲେ। ଏହି କାରଣରୁ ସେ ଯୁବକଙ୍କର ଆଚରଣକୁ ଆଦୌ ପସନ୍ଦ କରୁ ନ ଥିବାରୁ ଦୁହିଁଙ୍କର ବ୍ରେକଅପ ହୋଇ ଯାଇଥିଲା। ଏନେଇ ପୋଲିସ ଥାନାରେ ଏଫଆଇଆର୍‌ ପଞ୍ଜୀକୃତ ହୋଇଥିଲା। ଓକିଲ ହର୍ଷଲ ସୁନୀଲ ପାଟିଲ ପୀୟୁଷ ତୋଶନିୱାଲଙ୍କ ବିରୋଧରେ ଆସିଥିବା ଅଭିଯୋଗ ନେଇ ଅଭିଯୁକ୍ତ ଯୁବକ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
ପଚରାଉଚରା ବେଳେ ଯୁବତୀ ଜଣକ ସ୍ବୀକାର କରିଥିଲେ ସେ ସ୍ବଇଚ୍ଛାରେ ଯୌନ ସମ୍ପର୍କ ରଖିଛନ୍ତି।

ପ୍ରାପ୍ତ ସୂଚନା ଅନୁଯାୟୀ, ବଳାତ୍କାର ଓ ଧମକ ଧାରା ଅନ୍ତର୍ଗତ ୩୦ ଏପ୍ରିଲ ୨୦୨୨ ରେ ଅଭିଯୁକ୍ତଙ୍କ ବିରୋଧରେ ଏକ ଏଫଆଇଆର ପଞ୍ଜୀକୃତ ହୋଇଥିଲା। ଏହି ଅପରାଧ ଜାନୁଆରୀ୨୦୧୯ ରୁ ୩ ଏପ୍ରିଲ ୨୦୨୨ ମଧ୍ୟରେ ଘଟିଥିଲା । ଯୁବକ ଜଣକ ତାଙ୍କ ସପକ୍ଷରେ ସ୍ପଷ୍ଟୀକରଣ ଦେବାବେଳେ ଅଭିଯୋଗକାରୀଙ୍କ ସହ ସହମତି ଭିତ୍ତିରେ ସମ୍ପର୍କ ଥିବା କହିଥିଲେ। ଏହି ପରିପ୍ରେକ୍ଷୀରେ ପୀଡିତା କୋର୍ଟରେ ଏକ ଆଫିଡେଭିଟ ଦାଖଲ କରିଥିଲେ। ଅଭିଯୁକ୍ତ ପୀଡିତାଙ୍କୁ ହୋଇଥିବା କ୍ଷତିର କ୍ଷତିପୂରଣ ଦେଇଛନ୍ତି। ଓକିଲଙ୍କ ପଚରାଉଚରା ବେଳେ ସେ ଏହା ସହମତିରେ ହୋଇଥିବା ସ୍ବୀକାର କରିଥିଲେ। ଏହି ଆଧାରରେ, ହାଇକୋର୍ଟ ଏହି ମାମଲାକୁ ବନ୍ଦ କରିବା ଉଚିତ, କାରଣ ଏହି ଅପରାଧରେ ବଳାତ୍କାର ଧାରା ପ୍ରଯୁଜ୍ୟ ନୁହେଁ ବୋଲି ରାୟ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିହାରରେ ବଢ଼ିଲା ରାଜନୈତିକ ହଲଚଲ: ଶାହାବୁଦ୍ଦିନଙ୍କ ପୁଅ ଓସାମା RJDରେ ସାମିଲ, କ୍ରିକେଟର ଈଶାନଙ୍କ ବାପା ଧରିଲେ ‘ନୀତୀଶ’ଙ୍କ ହାତ

ପାଟନା,୨୭।୧୦: ରାଜନୀତିର ପାଠଶାଳା କୁହାଯାଉଥିବା ବିହାରରେ ୨ ବଡ଼ ଘଟଣା ସାମ୍ନାକୁ ଆସିଛି। ସ୍ବର୍ଗତ ଏମ୍‌ପି ତଥା ଆର୍‌ଜେଡିର ବରିଷ୍ଠ ନେତା ଥିବା ମହମ୍ମଦ ଶାହାବୁଦ୍ଦିନଙ୍କ...

‘ମନ୍‌ କି ବାତ୍‌’ରେ ମୋଟୁ-ପତ୍‌ଲୁ, ଛୋଟା ଭୀମ୍‌ କଥା କହିଲେ ମୋଦି, କାରଣ ଜାଣିଲେ…

ନୂଆଦିଲ୍ଲୀ,୨୭ା୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମର ୧୧୫ତମ ପର୍ଯ୍ୟାୟରେ ତାଙ୍କ ଜୀବନର ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତଗୁଡ଼ିକୁ ମନେ ପକାଇଛନ୍ତି। ମୋଦି କହିଛନ୍ତି, ସେ...

ଷ୍ଟେଶନରେ ଦଳାଚକଟା, ୯ ଆହତ

ମୁମ୍ବାଇ,୨୭ା୧୦: ଦେଶର ବିଭିନ୍ନ ସ୍ଥାନରୁ ଲୋକମାନେ ଦୀପାବଳି ଏବଂ ଛଟ୍‌ପୂଜା ପାଇଁ ନିଜ ଘରକୁ ଯାଉଛନ୍ତି।  କିଛି ଲୋକ ମାସେ ପୂର୍ବରୁ ଟିକେଟ୍‌ ବୁକିଂ କରିଥିଲେ,...

ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତିରେ ଦୁର୍ନୀତି: ୧୬୩ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ କଲା ଇଡି

ନୂଆଦିଲ୍ଲୀ,୨୬ା୧୦: ପଶ୍ଚିମବଙ୍ଗ ସ୍କୁଲ୍‌ ସେବା ଆୟୋଗ (ଡବ୍ଲ୍ୟୁବିଏସ୍‌ଏସ୍‌ସି) ଦ୍ୱାରା ଗ୍ରୁପ୍‌ ସି ଏବଂ ଡି କର୍ମଚାରୀ ନିଯୁକ୍ତିରେ ବ୍ୟାପକ ଦୁର୍ନୀତି ହୋଇଥିଲା। ଏହାର ମନିଲଣ୍ଡରିଂ ଦିଗ...

ଭାରତ-ଚାଇନା ଚୁକ୍ତିକୁ ନେଇ ଜୟଶଙ୍କର କହିଲେ ସଫଳତା ପଛରେ…

ପୁଣେ,୨୬ା୧୦: ଦୀର୍ଘ ୪ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ପୂର୍ବ ଲଦାଖ ଅନ୍ତର୍ଗତ ଏଲ୍‌ଏସିରେ ଲାଗି ରହିଥିବା ଅଚଳାବସ୍ଥା ଦୂର ପାଇଁ ଉଭୟ ଭାରତ ଓ...

ଖାଲିଟାରେ ଗର୍ଜୁ ନାହାଁନ୍ତି ଗିରିରାଜ…

ପାଟନା,୨୬।୧୦: ବିହାରରେ ଯେଉଁ ଆଡେ ନଜର ପକାଇଲେ ଦେଖିବେ, ଆଜିକାଲି କେବଳ ଭାଜପାର ଫାୟାର ବ୍ରାଣ୍ଡ ନେତା ତଥା କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂଙ୍କ ‘ହିନ୍ଦୁ...

ଭାରତ ଆଡକୁ କାହିଁକି ଆକର୍ଷିତ ହେଉଛି ବିଶ୍ୱ? ଜୟଶଙ୍କର ଦେଲେ ଏମିତି ଜବାବ

ପୁଣେ,୨୬।୧୦: ଶନିବାର ଅର୍ଥାତ୍‌ ଅକ୍ଟୋବର ୨୬ରେ ପୁଣେରେ ଛାତ୍ରମାନଙ୍କ ସହ କଥାବାର୍ତ୍ତା ବେଳେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର କହିଛନ୍ତି ଯେ ଆଜି...

ବାବା ସିଦ୍ଦିକୀ ହତ୍ୟାକାଣ୍ଡର ଖୋଲିଲା ବଡ଼ ଗୁମର, ପୋଲିସ କହିଲା କିଏ ମାମଲାର ମୋଷ୍ଟ ଓ୍ବାଣ୍ଟେଡ

ମୁମ୍ବାଇ,୨୬।୧୦: ବରିଷ୍ଠ ଏନସିପି ନେତା ବାବା ସିଦ୍ଦିକୀଙ୍କ ହତ୍ୟା ମାମଲାରେ ଏକ ବଡ଼ ଥା ସାମ୍ନାକୁ ଆସିଛି। ଏହି ହତ୍ୟା ମାମଲାରେ ମୁମ୍ବାଇ କ୍ରାଇମ ବ୍ରାଞ୍ଚ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri