ଡେଟ୍‌ ସିଲିଂ ବୃଦ୍ଧି ପାଇଁ ସହମତି

ଓ୍ବାଶିଂଟନ୍‌,୨୯ା୫: ବାହ୍ୟ ଋଣ ବୋଝରେ ନଇଁ ପଡ଼ିଥିବା ଆମେରିକା ଅର୍ଥନୀତିକୁ ଟ୍ରାକ୍‌କୁ ଫେରାଇ ଆଣି ଖିଲାପି ଅବସ୍ଥା ଏଡ଼ାଇବା ପାଇଁ ରାଷ୍ଟ୍ରପତି ଜୋ ବାଇଡେନ୍‌ ଓ ତାଙ୍କ ରିପବ୍ଲିକ୍‌ ବିରୋଧୀମାନେ ରବିବାର ଡେଟ୍‌ ସିଲିଂ ବୃଦ୍ଧି କରିବା ସକାଶେ ସହମତି ପ୍ରକାଶ କରିଛନ୍ତି। ବାଇଡେନ୍‌ ଏହାକୁ ଏକ ‘କମ୍ପ୍ରମାଇଜ୍‌’ ଭାବେ ଅଭିହିତ କରିଥିବାବେଳେ ହାଉସ୍‌ ସ୍ପିକର କେଭିନ୍‌ ମ୍ୟାକ୍‌କାର୍ଥି କହିଛନ୍ତି, ଆମେରିକାବାସୀଙ୍କ ପାଇଁ ଏହା ଏକ ଯୋଗ୍ୟ ଡିଲ୍‌। ଅନେକ ସପ୍ତାହ ଧରି ତିକ୍ତତାପୂର୍ଣ୍ଣ ଆଲୋଚନା ପରେ ବର୍ତ୍ତମାନ ବିଭାଜିତ କଂଗ୍ରେସ ଡିଲ୍‌କୁ ଅନୁମୋଦନ କରିବା ଜରୁରୀ। କାରଣ ଡିଲ୍‌ ସମ୍ପନ୍ନ ହୋଇ ନ ପାରିଲେ ଜୁନ୍‌ ୫ ସୁଦ୍ଧା ଆମେରିକା ନିଜ ସରକାରୀ ଷ୍ଟାଫ୍‌ଙ୍କୁ ଦରମା ଓ ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ପେନ୍‌ସନ ଦେଇପାରିବ ନାହିଁ ବୋଲି ଟ୍ରେଜେରି ପକ୍ଷରୁ ସତର୍କ କରାଯାଇଛି। ପୂର୍ବରୁ ଏହି ଡେଡ୍‌ଲାଇନ୍‌ ରହିଥିଲା ଜୁନ୍‌ ୧।
ସଂଗୃହୀତ ଟିକସଠାରୁ ଖର୍ଚ୍ଚ ଅଧିକ ହେଉଥିବାରୁ ସରକାର ଚଳାଇବା ପାଇଁ ଅର୍ଥ ଋଣ କରିବାକୁ ପଡ଼ିବ। ରିପବ୍ଲିକାନ୍‌ମାନେ ୩୧.୪ ଟ୍ରିଲିୟନ୍‌ ଡେଟ୍‌ ସୀମାକୁ ବୃଦ୍ଧି କରିବା ବଦଳରେ ଶିକ୍ଷା ଓ ଅନ୍ୟ ସାମାଜିକ କାର୍ଯ୍ୟକ୍ରମଗୁଡ଼ିକରେ ଖର୍ଚ୍ଚ କାଟ୍‌ କରାଯାଉ ବୋଲି ଦାବି କରୁଛନ୍ତି। ଡିଲ୍‌ର ବିସ୍ତୃତ ବିବରଣୀ ଆନୁଷ୍ଠାନିକ ଭାବେ ଜାରି କରାଯାଇନାହିଁ। କିନ୍ତୁ କେତେକ ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ସରକାରଙ୍କ ଅଣପ୍ରତିରକ୍ଷା ବ୍ୟୟରେ ୨ ବର୍ଷ ପର୍ଯ୍ୟନ୍ତ କିଛି ପରିବର୍ତ୍ତନ ଅଣାଯିବ ନାହିଁ। ୨୦୨୫ରେ ଏଥିରେ ୧% ବୃଦ୍ଧି କରାଯିବ। ସ୍ବଳ୍ପ ଆୟକାରୀ ଲୋକଙ୍କୁ ଖାଦ୍ୟ କିଣିବା ପାଇଁ ସହାୟତା ପ୍ରଦାନକାରୀ ସରକାରୀ ଯୋଜନାରେ ମଧ୍ୟ କେତେ ପରିବର୍ତ୍ତନ ଅଣାଯିବ ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ।
ରାଷ୍ଟ୍ରପତି ବାଇଡେନ୍‌ ଏକ ବିବୃତିରେ କହିଛନ୍ତି, ଉକ୍ତ ଚୁକ୍ତିନାମା ଏକ ସାଲିସ, ଯାହାକି ଦେଶ ପାଇଁ ଶୁଭଙ୍କର। କାରଣ ଏହାଦ୍ୱାରା ବିପଦପୂର୍ଣ୍ଣ ଖିଲାପିରୁ ସୃଷ୍ଟି ହେବାକୁ ଯାଉଥିବା ଆର୍ଥିକ ମାନ୍ଦାବସ୍ଥା, ରିଟାୟାରମେଣ୍ଟ ଆକାଉଣ୍ଟଗୁଡ଼ିକର ବିପର୍ଯ୍ୟୟ ଓ ଅନେକ ଲକ୍ଷ ନିଯୁକ୍ତି ଛଟେଇକୁ ଏଡ଼ାଯାଇପାରିବ। ହାଉସ୍‌ ସ୍ପିକର ମ୍ୟାକ୍‌କାର୍ଥି କହିଛନ୍ତି, ଖର୍ଚ୍ଚରେ ଐତିହାସିକ ହ୍ରାସ ଓ ସଂସ୍କାର ଲୋକଙ୍କୁ ଦାରିଦ୍ର୍ୟରୁ ଶ୍ରମଶକ୍ତିକୁ ଉଠାଇବ। ନୂଆ ଟିକସ କିମ୍ବା ସରକାରଙ୍କ ନୂଆ କାର୍ଯ୍ୟକ୍ରମ ରହିବ ନାହିଁ। ବୁଧବାର କଂଗ୍ରେସରେ ଏହା ଉପରେ ଭୋଟ କରାଯିବ। ଜୁନ୍‌ ୫ ପୂର୍ବରୁ ଡିଲ୍‌କୁ କଂଗ୍ରେସ ଅନୁମୋଦନ ନ କଲେ ଆର୍ଥିକ ବଜାର ଦୋହଲିଯିବ। ଆମେରିକା ରିସେସନ୍‌ ଭିତରକୁ ଚାଲିଯିବ। ୪୩୫ ଆସନ ବିଶିଷ୍ଟ ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍ସରେ ବିରୋଧୀ ରିପବ୍ଲିକାନ୍ସଙ୍କ ସଂଖ୍ୟା ୨୨୨ ଏବଂ ଶାସକ ଡେମୋକ୍ରାଟ୍ସଙ୍କ ସଂଖ୍ୟା ୨୧୩। ସେହିପରି ଉଚ୍ଚ ସଦନ ସିନେଟ୍‌ର ମୋଟ ୧୦୦ ଆସନ ମଧ୍ୟରୁ ଡେମୋକ୍ରାଟ୍ସଙ୍କ ଦଖଲରେ ୫୧ ଆସନ ଥିବାବେଳେ ରିପବ୍ଲିକାନ୍ସଙ୍କ ଦଖଲରେ ୪୯ ରହିଛି। ତେଣୁ ଏହି ଡିଲ୍‌ ସମ୍ପର୍କିତ ବିଲ୍‌ ପାରିତ ହେବା ପାଇଁ ଉଭୟ ଶାସକ ଓ ବିରୋଧୀଙ୍କ ସମର୍ଥନ ଜରୁରୀ। ଆଇନରେ ପରିଣତ କରିବା ପୂର୍ବରୁ ହାଉସ୍‌ ମେମ୍ବରମାନେ ୭୨ ଘଣ୍ଟା ଭିତରେ ଏହାକୁ ଭଲ ଭାବେ ପଢ଼ନ୍ତୁ ବୋଲି ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନାକୁ ଟାର୍ଗେଟ କଲେ ଟ୍ରମ୍ପ, କହିଲେ ଆମେରିକା ନିକଟରେ ଅଛି…

ଓ୍ବାଶିଂଟନ,୨୮।୧୦: ରିପବ୍ଲିକାନ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଏକ ନିର୍ବାଚନ ରାଲିରେ କହିଛନ୍ତି ଯେ ଚାଇନା ସହିତ ବିବାଦ ହେଲେ ଆମେ ସେମାନଙ୍କୁ ପରାସ୍ତ...

ପ୍ରଧାନମନ୍ତ୍ରୀ ହିଁ ବନ୍ଦ କରିପାରିବେ ଯୁଦ୍ଧ, ମୋଦିଙ୍କ ଲିଡରଶିପକୁ ପ୍ରଶଂସା କଲେ ଜେଲନସ୍କି

କ୍ୱିଭ,୨୮।୧୦: ରୁଷିଆ-ୟୁକ୍ରେନ ଯୁଦ୍ଧକୁ ଅଢେଇ ବର୍ଷରୁ ଅଧିକ ସମୟ ବିତିଗଲାଣି। ଏହି ଯୁଦ୍ଧରେ ହଜାର ହଜାର ଲୋକ ପ୍ରାଣ ହରାଇଲେଣି। ହେଲେ ଯୁଦ୍ଧ ବନ୍ଦ ହେବାର...

ଭାରତୀୟ ବଂଶୋଦ୍ଭବଙ୍କ ସହ ଆଜି ଦୀପାବଳି ପାଳିବେ ବାଇଡେନ

ଓ୍ବାଶିଂଟନ,୨୮ା୧୦: ଆମେରିକାର ବର୍ତ୍ତମାନର ରାଷ୍ଟ୍ରପତି ଜୋ ବାଇଡେନ ଦୀପାବଳିକୁ କେତେ ପସନ୍ଦ କରନ୍ତି ତାହା ସମଗ୍ର ବିଶ୍ୱ ପୂର୍ବରୁ ମଧ୍ୟ ଦେଖିସାରିଛି। ପ୍ରତିବର୍ଷ ଏଠାରେ ଦୀପାବଳିର...

ଆମେରିକା ରାଷ୍ଟ୍ରପତି ନିର୍ବାଚନ ୨୦୨୪

ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ମାତ୍ର ୯ ଦିନ ବାକି। ହ୍ବାଇଟ୍‌ ହାଉସ୍‌ ପାଇଁ ୨ ପ୍ରତିଦ୍ୱନ୍ଦ୍ୱୀ ଉପରାଷ୍ଟ୍ରପତି କମଲା ହାରିସ୍‌ ଏବଂ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ...

ବାଂଲାଦେଶରେ ହିନ୍ଦୁ କର୍ମଚାରୀଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରାଯାଉଛି

କୋଲକାତା,୨୭ା୧୦: ବାଂଲାଦେଶରେ ଶେଖ୍‌ ହାସିନାଙ୍କ ସରକାରର ପତନ ପରେ ମୌଳବାଦୀ ସଂଗଠନଗୁଡ଼ିକର ଶକ୍ତି ବୃଦ୍ଧି ପାଇବା ସହ ସଂଖ୍ୟାଲଘୁ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର ବଢ଼ିଛି। ସରକାରୀ...

ଇରାନର ଅଣ୍ଟା ଭାଙ୍ଗିଦେଲା ଇସ୍ରାଏଲ୍‌, ଆକ୍ରମଣରେ କ୍ଷେପଣାସ୍ତ୍ର ଇନ୍ଧନ କାରଖାନା ଧ୍ୱଂସ

ତେହରାନ,୨୭।୧୦: ଇରାନ ଉପରେ ଇସ୍ରାଏଲର ଆକ୍ରମଣ ପରେ ପଶ୍ଚିମ ଏସିଆରେ ଉତ୍ତେଜନା ବୃଦ୍ଧି ପାଉଛି। ବର୍ତ୍ତମାନ ବିଶ୍ୱ ଇରାନର ପ୍ରତିକ୍ରିୟାକୁ ଅପେକ୍ଷା କରିଛି। ଏସବୁ ମଧ୍ୟରେ...

ଆମେରିକାରୁ ବେଆଇନ ଭାରତୀୟ ପ୍ରବାସୀ ବିଦା

ଓ୍ବାଶିଂଟନ,୨୭ା୧୦: ଆମେରିକା ରାଷ୍ଟ୍ରପତି ନିର୍ବାଚନ ଆସନ୍ତା ମାସରେ ହେବାକୁ ଯାଉଥିବାବେଳେ ଏହା ପୂର୍ବରୁ ସେଠାରେ ବେଆଇନ ଭାବେ ପ୍ରବେଶ କରି ରହିଯାଇଥିବା ଭାରତୀୟମାନଙ୍କୁ ବିଦା କରିଦିଆଯାଇଛି।...

ବାଂଲାଦେଶରେ ହିନ୍ଦୁଙ୍କ ବିଶାଳ ରାଲି

ଢାକା,୨୬ା୧୦: ସଂଖ୍ୟାଲଘୁ ଅଧିକାର ଦାବିରେ ବାଂଲାଦେଶ ହିନ୍ଦୁ ସମ୍ପ୍ରଦାୟର ହଜାର ହଜାର ଲୋକ ଚିଟ୍ଟାଗଙ୍ଗ୍‌ର ଐତିହାସିକ ଲାଲ୍‌ଦିଘି ମଇଦାନରେ ଶୁକ୍ରବାର ବିଶାଳ ରାଲି କରିଛନ୍ତି। ସେମାନଙ୍କର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri