Categories: ଜାତୀୟ

ଜି-୨୦ ନୂଆଦିଲ୍ଲୀ ଘୋଷଣା ପତ୍ରକୁ ସହମତି: ସୂଚନା ଦେଲେ ପ୍ରଧାନମନ୍ତ୍ରୀ..

ନୂଆଦିଲ୍ଲୀ,୯।୯ : ଦିଲ୍ଲୀରେ ଚାଲିଥିବା ଜି -୨୦ ବୈଠକର ଦ୍ୱିତୀୟ ଅଧିବେଶନ ଆରମ୍ଭରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ବଡ ଘୋଷଣା କରିଛନ୍ତି। ଦ୍ୱିତୀୟ ଅଧିବେଶନ ଆରମ୍ଭରେ ପ୍ରଧାନମନ୍ତ୍ରୀ ମୋଦି ଅତିଥି ଦେଶର ମୁଖ୍ୟମାନଙ୍କୁ ସମ୍ବୋଧିତ କରିବାବେଳେ କହିଛନ୍ତି ନୂଆଦିଲ୍ଲୀ ଜି -୨୦ ଘୋଷଣାନାମାରେ ଏକ ସହମତି ପ୍ରକାଶ ପାଇଛି।

ବିଶେଷ କଥା ହେଉଛି ଜି -୨୦ ଶିଖର ସମ୍ମିଳନୀକୁ ସମ୍ବୋଧିତ କରିବାବେଳେ ପ୍ରଧାନମନ୍ତ୍ରୀ ମୋଦି ଦେଶର ନାମ ନେବାବେଳେ ‘ଭାରତ’ ଶବ୍ଦ ବ୍ୟବହାର କରିଥିଲେ।

ଆଫ୍ରିକୀୟ ୟୁନିଅନକୁ ଜି-୨୦ର ସଦସ୍ୟ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରସ୍ତାବକୁ ଏହି ପ୍ରଭାବଶାଳୀ ଗୋଷ୍ଠୀର ସମସ୍ତ ସଦସ୍ୟ ଦେଶ ଗ୍ରହଣ କରିଛନ୍ତି। ଏହା ସହିତ ‘ଗ୍ଲୋବାଲ ସାଉଥ’ର ଏହି ପ୍ରମୁଖ ଗୋଷ୍ଠୀ ବିଶ୍ୱର ଶୀର୍ଷ ଅର୍ଥନୀତିର ସ୍ବତନ୍ତ୍ର ଗୋଷ୍ଠୀରେ ଯୋଗ ଦେଇଛନ୍ତି ।

Share