ଅପରିପକ୍ୱ ନିଷ୍ପତ୍ତିର ପରିଣାମ

ଡ. ସିଦ୍ଧାର୍ଥ କାନୁନ୍‌ଗୋ

ଇନ୍ଦିରା ପାର୍କରେ ପ୍ରାତଃଭ୍ରମଣ ସାରି ସିମେଣ୍ଟ ବେଞ୍ଚରେ ବସିଥିଲି। ମୋ ପାଖ ବେଞ୍ଚରେ ଦି’ଜଣ ବୟସ୍କ ବ୍ୟକ୍ତି କଥାବାର୍ତ୍ତା ହେଉଥିଲେ। ସେମାନଙ୍କ କଥାବାର୍ତ୍ତାରୁ ଜାଣିଲି, ଜଣେ ହେଉଛନ୍ତି ନରେଶବାବୁ ଏବଂ ଅନ୍ୟ ଜଣେ ନିତ୍ୟାନନ୍ଦବାବୁ। ଦୁହେଁ ଓଡ଼ିଶା ସରକାରଙ୍କ ଅଧୀନରେ କାମ କରି ଅବସର ନେଇଛନ୍ତି। ସେମାନଙ୍କର କଥାବାର୍ତ୍ତା ଆଡ଼କୁ ମୋର ଧ୍ୟାନ ଆକର୍ଷିତ ହେଲା।
ନରେଶବାବୁ କହିଲେ, ଜାଣିଛନ୍ତି! ଶ୍ରୀମନ୍ଦିର ପରିକ୍ରମା ନେଇ ଶଙ୍କରାଚାର୍ଯ୍ୟ ସରକାରଙ୍କ ଉପରେ ଖୁବ୍‌ କ୍ଷୁବ୍ଧ। ତାଙ୍କ କହିବା କଥା ହେଲା, ଶ୍ରୀମନ୍ଦିରର ବିକାଶ ନାମରେ ଚତୁଃପାର୍ଶ୍ୱ ମଠ ମନ୍ଦିର ଇତ୍ୟାଦିକୁ ଯେପରି ମାଟିରେ ମିଶାଇ ଦିଆଗଲା, ସେ ସମ୍ବନ୍ଧରେ ସରକାର ବା ଶ୍ରୀମନ୍ଦିର ପରିଚାଳନା କମିଟି କେହି ତାଙ୍କ ସହିତ ପରାମର୍ଶ କରିନାହାନ୍ତି। ନିତ୍ୟାନନ୍ଦବାବୁ କହିଲେ, ବର୍ତ୍ତମାନ ମାମଲାଟି ଉଚ୍ଚ ନ୍ୟାୟାଳୟରେ ବିଚାରାଧୀନ ଥିବାରୁ ସେ ବିଷୟରେ ମତବ୍ୟକ୍ତ କରିବା ଠିକ୍‌ ହେବନାହିଁ।
ନରେଶବାବୁ କହିଲେ, ଏ ଗୋଟିଏ କଥା ନୁହେଁ, ବହୁ କଥାରେ ସରକାରଙ୍କ ଅପରିପକ୍ୱ ନିଷ୍ପତ୍ତି ଲୋକମାନଙ୍କୁ ଅସୁବିଧାରେ ପକାଇବା ସଙ୍ଗେ ସଙ୍ଗେ ସରକାର ମଧ୍ୟ ନିନ୍ଦିତ ହେଉଛନ୍ତି ଏବଂ ମାଲିମକଦ୍ଦମାରେ ବହୁ ଅର୍ଥ ଶ୍ରାଦ୍ଧ ହେଉଛି। ଏକଥା କହି ସେ କହିଲେ- ଭାଇ! ଏଠି ତିନିପ୍ରକାର ଅଧ୍ୟାପକ ବେସରକାରୀ କଲେଜରେ କାମ କରନ୍ତି। ସମାନ କାମକୁ ସମାନ ଦରମା ପରିବର୍ତ୍ତେ ଅଧ୍ୟାପକମାନଙ୍କୁ ବର୍ଗୀକରଣ କରାଯାଇ ପ୍ରବରଣମଣ୍ଡଳୀ( ସିଲେକ୍‌ସନ ବୋର୍ଡ) ଦ୍ୱାରା ମନୋନୀତ ହୋଇ ବେସରକାରୀ କଲେଜରେ ଥିବା ଅଧ୍ୟାପକ, ସରକାରୀ କର୍ମଚାରୀଙ୍କ ହାରରେ ଦରମା ପାଉଥିବା ବେଳେ ଆଉ ଦଳେ ଅଧ୍ୟାପକ ଏବଂ ସବାଶେଷରେ ବ୍ଲକ୍‌ଗ୍ରାଣ୍ଟ ପାଉଥିବା ଅଧ୍ୟାପକଗଣ ଅଛନ୍ତି। ଏମାନେ ସମସ୍ତେ ଅନୁଦାନପ୍ରାପ୍ତ ଅଧ୍ୟାପିକା/ଅଧ୍ୟାପକ ହୋଇଥିଲେ ମଧ୍ୟ ପ୍ରବରଣମଣ୍ଡଳୀ ଦ୍ୱାରା ମନୋନୀତ ହୋଇ ବେସରକାରୀ ମହାବିଦ୍ୟାଳୟରେ ନିଯୁକ୍ତି ପାଇଥିବା ଅଧ୍ୟାପିକା/ ଅଧ୍ୟାପକମାନଙ୍କୁ ବିଶ୍ୱବିଦ୍ୟାଳୟ ମଞ୍ଜୁରୀ କମିଶନଙ୍କ ସୁପାରିସ ଆଧାରରେ ବେତନ ପ୍ରଦାନ କରାଯାଉଛି। ଆଉ ଦଳେ ଅଧ୍ୟାପକ ଯେଉଁମାନେ ପ୍ରବରଣମଣ୍ଡଳୀ ଦ୍ୱାରା ମନୋନୀତ ହୋଇନାହାନ୍ତି, କିନ୍ତୁ ସମ୍ପୃକ୍ତ ମହାବିଦ୍ୟାଳୟର ପରିଚାଳନା କମିଟିର ଅନୁକମ୍ପା ହେତୁ ସେହି ମହାବିଦ୍ୟାଳୟରେ ନିଯୁକ୍ତି ପାଇଛନ୍ତି, ସେମାନଙ୍କୁ ଭିନ୍ନ ହାରରେ ଅର୍ଥାତ୍‌ ରାଜ୍ୟ ସରକାରଙ୍କ ଦ୍ୱିତୀୟ ଶ୍ରେଣୀ କର୍ମଚାରୀ/ ପ୍ରଥମ ଶ୍ରେଣୀ କର୍ମଚାରୀ ହାରରେ ବେତନ ପ୍ରଦାନ କରାଯାଉଛି। ଆଉ କିଛି ଅଧ୍ୟାପକ ଅଛନ୍ତି, ସେମାନେ ସେହି ବିଦ୍ୟାଳୟ ପରିଚାଳନା କମିଟି ଦ୍ୱାରା କୌଣସି ପ୍ରକାରରେ ନିଯୁକ୍ତି ପାଇଥିବାରୁ ସେମାନଙ୍କୁ ସରକାର ସବୁଠାରୁ କମ୍‌ ହାରରେ, ଅର୍ଥାତ୍‌ ବ୍ଲକ୍‌ଗ୍ରାଣ୍ଟ ଅଧ୍ୟାପକ/ଅଧ୍ୟାପିକା କୁହାଯାଇ ଭିନ୍ନ ହାରରେ ଦରମା ପ୍ରଦାନ କରୁଛନ୍ତି। ଏଥିପାଇଁ ଅଧ୍ୟାପିକା ଅଧ୍ୟାପକମାନଙ୍କ ଭିତରେ ନାନା ଦ୍ୱନ୍ଦ୍ୱ ଏବଂ ଦରକାର ପଡ଼ିଲେ ବିଧାନସଭା ଘେରାଉ ଇତ୍ୟାଦି କାର୍ଯ୍ୟକ୍ରମ ସମୟକ୍ରମେ ହେଉଅଛି। ଆମ କହିବାର କଥା, ସରକାରଙ୍କର କୌଣସି ସ୍ପଷ୍ଟ ନିଯୁକ୍ତି ନୀତି ନ ଥିବାରୁ ଏପରି ତାରତମ୍ୟ ହେଉଛି। ଏସବୁ ଘଟଣା ପାଇଁ ଦାୟୀ କିଏ?
ତା’ପରେ ନିତ୍ୟାନନ୍ଦବାବୁ ନରେଶବାବୁଙ୍କୁ କହିଲେ,ଆମ୍ଭେମାନେ ଏକ ନିର୍ଦ୍ଦିଷ୍ଟ ବୟସରେ ସରକାରୀ ଚାକିରିରୁ ଅବସର ଗ୍ରହଣ କଲା ପରେ ପ୍ରାୟ ବେତନର ଅର୍ଦ୍ଧେକ ପେନ୍‌ସନ୍‌ ଆକାରରେ ପାଇଥାଉ। ଏଥିରେ ଦୁଃଖ ନାହିଁ। କିନ୍ତୁ ଆମ ରାଜନେତାଙ୍କ କଥା ଟିକେ ଭାବନ୍ତୁ ତ? ଏମାନେ ପାଞ୍ଚବର୍ଷ ପାଇଁ ବିଧାନସଭା ବା ଲୋକ ସଭାର ସଦସ୍ୟ ଭାବେ ନିର୍ବାଚିତ ହୋଇ ପେନ୍‌ସନ୍‌ ପାଇଥା’ନ୍ତି। ପୁଣିଥରେ ଏମାନେ ବିଧାନସଭା ସଦସ୍ୟ କିମ୍ବା ସାଂସଦ ଭାବେ ନିର୍ବାଚିତ ହେଲେ, ପାଉଥିବା ପେନ୍‌ସନ୍‌ ବୃଦ୍ଧି ହୁଏ। ଏପରି ଅସଂଗତି ଆପଣ କେଉଁଠି ଦେଖିଛନ୍ତି ବୋଲି ନିତ୍ୟାନନ୍ଦବାବୁ ପ୍ରଶ୍ନ କଲେ। ନରେଶବାବୁ କହିଲେ, ଆପଣ ଆଉ ଗୋଟିଏ କଥା ଛାଡ଼ିଗଲେ। ବର୍ତ୍ତମାନ ସରକାର କିଛି ଅବସରପ୍ରାପ୍ତ କର୍ମଚାରୀଙ୍କୁ ଚୁକ୍ତିଭିତ୍ତିରେ ନିଯୁକ୍ତି କରୁଛନ୍ତି। ଏଥିରେ ମଧ୍ୟ ତାରତମ୍ୟ ଅଛି। ଧରନ୍ତୁ ଜଣେ ଅତିରିକ୍ତ ଶାସନ ସଚିବ ବା ସ୍ବତନ୍ତ୍ର ଶାସନ ସଚିବ ଭାବେ ଅବସର ଗ୍ରହଣ କଲେ ଯଦି ସଚିବାଳୟରେ କୌଣସି ଖାଲି ପଦବୀ ଥାଏ, ତେବେ ତାଙ୍କୁ ମାସିକ ୪୨ ହଜାର ଟଙ୍କା ଦରମାରେ ରଖାଯାଉଛି। ଏହା ମଧ୍ୟ ସବୁ କ୍ଷେତ୍ରରେ ସମାନ ନୁହେଁ। କେତେକ କ୍ଷେତ୍ରରେ ଦେଖାଯାଉଛି, ସେହି ପାହ୍ୟାର କର୍ମଚାରୀ ଅବସର ଗ୍ରହଣ କଲାପରେ ତାଙ୍କୁ ସରକାରଙ୍କ ଅଧୀନରେ କାର୍ଯ୍ୟକଲେ ଚାକିରିରେ ଥିଲାବେଳେ ପାଉଥିବା ଦରମା-ପେନ୍‌ସନ ହାରରେ ଦରମା ମିଳୁଛି। ଏହାଦ୍ୱାରା ସେମାନେ ୪୨ ହଜାର ଟଙ୍କା ଦରମାରେ ନିଯୁକ୍ତି ପାଇଥିବା କର୍ମଚାରୀଙ୍କଠାରୁ ଯଥେଷ୍ଟ ଅଧିକ ଦରମା ପାଉଛନ୍ତି। ସରକାରଙ୍କୁ ଯିଏ ଖୋସାମତ କଲା, ସେ ଅବସର ପରେ ସେହି ସମାନ କାମପାଇଁ ଅନ୍ୟ ଅବସରପ୍ରାପ୍ତ ଚୁକ୍ତିଭିତ୍ତିକ କର୍ମଚାରୀଙ୍କଠାରୁ ଅଧିକ ଦରମା ପାଉଛି। ସେ ପୁଣି କହି ଚାଲିଲେ, ଏକ ନିର୍ଦ୍ଦିଷ୍ଟ ବିଭାଗରେ କୁହାଗଲା ଆମେ ଖର୍ଚ୍ଚଭାର କମେଇବା ପାଇଁ ପେପରଲେସ୍‌ ଟ୍ରାଞ୍ଜାକ୍‌ସନ୍‌ କରୁଛୁ। ଏହାଦ୍ୱାରା କାଳି କଲମ ଓ କାଗଜ ବାବଦରେ ଖର୍ଚ୍ଚ ହେଉଥିବା ଅର୍ଥକୁ ରୋକି ପାରିଛୁ ଏବଂ ଏହାଦ୍ୱାରା ସମୟ ମଧ୍ୟ ସଂଚୟ କରିପାରିଛୁ। ମାତ୍ର ଏଇ କେଇଦିନ ତଳେ ଏସବୁ କାମ ପାଇଁ କର୍ମଚାରୀମାନେ ପାଉଥିବା ପାରିତୋଷିକ ବୃଦ୍ଧି ପାଇଛି। ଏହା ଦିନ ଦ୍ୱିପ୍ରହରରେ ଲଣ୍ଠନ ଦେଖାଇବା ବ୍ୟତୀତ ଆଉ କ’ଣ ହୋଇପାରେ? ପୁଣି ଏକଥା କୁହାଯାଉଛି ଯେ, ଅବସର ପରେ ସରକାରୀ କର୍ମଚାରୀମାନେ ୬୫ ବର୍ଷ ପର୍ଯ୍ୟନ୍ତ ଚୁକ୍ତିଭିତ୍ତିରେ ରହିପାରିବେ। ଏଥିରେ ମଧ୍ୟ ବ୍ୟତିକ୍ରମ ଦେଖାଯାଉଛି। ୬୫ ବର୍ଷ ପରେ ମଧ୍ୟ କିଛି ବିଭାଗର କର୍ମଚାରୀ ଉପରିସ୍ଥ ହାକିମଙ୍କୁ ଖୋସାମତ କରି ରହୁଥିବାର ଦେଖାଯାଉଛି। ଏହାଦ୍ୱାରା ଅନ୍ୟ କର୍ମଚାରୀଙ୍କ ଅନ୍ତର୍ଦାହ ହେଉନାହିଁ କି? ସରକାର ଏସବୁ ଦିଗ ପ୍ରତି ଧ୍ୟାନ ଦେବା ଉଚିତ। ସେ ପୁଣି କହିଚାଲିଲେ ଅସଲ କଥା ହେଉଛି, ଓଡ଼ିଶାରେ ପ୍ରତିବାଦର ସ୍ବର କ୍ଷୀଣ। ଆମେ ଆନ୍ଦୋଳନ କଥା କହୁନାହୁଁ। ଶାସନରେ ଥିବା ଦଳ ଯଦି ଭୁଲ୍‌ କରେ, ତାକୁ ଚେତାଇ ଦେବା ପ୍ରତ୍ୟେକ ବୁଦ୍ଧିଜୀବୀଙ୍କର କର୍ତ୍ତବ୍ୟ ବୋଲି ଆମେ ମନେକରୁ। ଏପରି କରିବା ଦ୍ୱାରା ସରକାରଙ୍କ ଉଚ୍ଚାରଣ ଏବଂ ଆଚରଣରେ ସ୍ବଚ୍ଛତା ଆସିବ ଏବଂ ଜନସାଧାରଣ ମଧ୍ୟ ତାଙ୍କର ହକ୍‌ ବିଷୟରେ ସଚେତନ ହେବେ।
ନରେଶବାବୁ ଏବଂ ନିତ୍ୟାନନ୍ଦବାବୁ ସରକାରଙ୍କ ବିଧିବ୍ୟବସ୍ଥା ବିଷୟରେ ଆଉ କ’ଣ ଗପି ଚାଲିଥିଲେ। ମୋର ସମୟ ନ ଥିବାରୁ ମୁଁ ଘରମୁହଁା ହେଲି।
ମୋ: ୯୪୩୮୦୭୨୮୫୦


Enter your email to get our daily news in your inbox.

All Right Reserved By Dharitri.Com

ଗଣମାଧ୍ୟମ ଓ ଅସହାୟ ମଣିଷ

ରେ ବିଖ୍ୟାତ ଗ୍ରୀକ୍‌ ଦାର୍ଶନିକ ସକ୍ରେଟିସଙ୍କୁ ତାଙ୍କର ଜଣେ ବନ୍ଧୁ ଦେଖାକରି କହିଲେ, ବନ୍ଧୁ ସକ୍ରେଟିସ ସହରରେ ଯେଉଁ ଗୁଜବ ବ୍ୟାପିଛି ତାହା ତୁମେ ଜାଣିଲଣି।...

ଜାତୀୟ ସମବାୟ ନୀତିରେ ଓଡ଼ିଶା

ଭାରତର ଅର୍ଥନୈତିକ ବ୍ୟବସ୍ଥାରେ ସମବାୟ ଅନୁଷ୍ଠାନଗୁଡ଼ିକର ପ୍ରମୁଖ ଭୂମିକା ରହିଛି। ସ୍ବାଧୀନତା ପରେ ପଞ୍ଚବାର୍ଷିକ ଯୋଜନା ମାଧ୍ୟମରେ ଯେଉଁ ଅର୍ଥନୈତିକ ବିକାଶଧାରା ଉନ୍ମୋଚିତ ହୋଇଥିଲା, ସେଥିରେ...

ପୁରାଣରେ ଯକ୍ଷ ଓ ନାଗ

ଭାରତୀୟ ପୁରାଣରେ ଆଶ୍ଚର୍ଯ୍ୟଜନକ ଜୀବ ହେଉଛନ୍ତି ଯକ୍ଷ। ୟୁରୋପୀୟ ପୁରାଣରେ ବର୍ଣ୍ଣିତ ବାମନଙ୍କ ସହ ଏମାନଙ୍କର ଅଧିକ ସାମଞ୍ଜସ୍ୟ ଅଛି। ଯକ୍ଷମାନେ ରତ୍ନ ଏବଂ ସୁନା...

ନିଉଟନ୍‌ଙ୍କ କଣିକା ଓ ଆଲୋକର ରୂପ

ସକାଳ ପାହିଲେ ସୁନେଲି କିରଣ ବିଛେଇ ହୋଇପଡ଼େ। ସୁନା କାନଫୁଲ ରଙ୍ଗର ଏଇ ଆଲୋକ ଗଛ, ପଶୁପକ୍ଷୀ, ପାହାଡ଼ର ଛାଇ ସୃଷ୍ଟିକରେ। ସେ ସୁନା ରଙ୍ଗର...

ମନ୍ଦଦୃଷ୍ଟି ଓ ମନବୋଧ

ଦିନେ ଜଣେ ବନ୍ଧୁଙ୍କୁ ସଙ୍ଖୋଳିନେବାକୁ ବସ୍‌ଷ୍ଟାଣ୍ଡରେ ଅପେକ୍ଷା କରିଥାଏ। ଏହି ସମୟରେ ଝିଅଟିଏ ଅଟୋ ଚଳାଇ ଆସି ପହଁଚିଲା ଯାତ୍ରୀଭଡ଼ା ଉଦ୍ଦେଶ୍ୟରେ। ଅକସ୍ମାତ୍‌ ଆଖି ପଡ଼ିଲା...

ମାର୍‌ ମାର୍‌ ନାଗରିକକୁ

ସୁଇଜରଲାଣ୍ଡସ୍ଥିତ ବାୟୁମାନ ତଦାରଖ ସଂସ୍ଥା ‘ଆଇକ୍ୟୁଏୟାର’ ମାର୍ଚ୍ଚ ୨୦୨୪ରେ ଏକ ରିପୋର୍ଟ ପ୍ରକାଶ କରିଥିଲା, ଯେଉଁଥିରେ ଦିଲ୍ଲୀ ୨୦୨୩ରେ ବିଶ୍ୱର ସର୍ବାଧିକ ପ୍ରଦୂଷିତ ରାଜଧାନୀ ବୋଲି...

ଏଇ ଭାରତରେ

ତାମିଲନାଡୁର ତିରୁଚିରାପଲ୍ଲୀର ଦୁଇ ଭଉଣୀ ପ୍ରିୟା ଓ ଅକିଲା ଗୁଣସେକର ମାଣ୍ଡିଆ, ବାଜରା ଆଦି ଚାଷ କରି ଲୋକଙ୍କ ଧ୍ୟାନ ଆକର୍ଷିତ କରିଛନ୍ତି। ସେ ବ୍ୟବସାୟରେ...

ଏକ ରାଜ୍ୟ ଏକ ଗ୍ରାମ୍ୟ ବ୍ୟାଙ୍କ

ଆଗକୁ ଆମ ଦେଶର ଗ୍ରାମୀଣ ବ୍ୟାଙ୍କଗୁଡିକ ନିମନ୍ତେ ଏକ ସୁଖଦ ସମୟ ଆସୁଛି, କାରଣ ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ଏକ ରାଜ୍ୟ- ଏକ ଗ୍ରାମ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri