Posted inଫୁରସତ

ପର୍ବତ ଦ୍ୱାରା ଜୈବ ବିବିଧତାର ସୁରକ୍ଷା

ପର୍ବତ ବହୁ ସଭ୍ୟତାର ମୂକ ସାକ୍ଷୀ ହୋଇ ରହିଛି। ଏହା ସଭ୍ୟତାର କାହାଣୀ ବଖାଣି ଥାଏ। ସାଂସ୍କୃତିକ, ଐତିହ୍ୟ, ପରମ୍ପରା ଏବଂ ରୀତିନୀତିର ପ୍ରାସଙ୍ଗିକତା ବିଷୟରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ନେଇ ଏହାର ମୂକସାକ୍ଷୀ ପାଲଟିଥିବା ପର୍ବତ ପାଇଁ ଦିନଟିଏ ଉତ୍ସର୍ଗ କରାଯାଇଛି। ଏହାକୁ ଅନ୍ତର୍ଜାତୀୟ ପର୍ବତ ଦିବସ ଭାବେ ପ୍ରତିବର୍ଷ ଡିସେମ୍ବର ୧୧ରେ ପାଳନ କରାଯାଇଥାଏ। ୨୦୦୩ ଡିସେମ୍ବର ୧୧ରେ ପ୍ରତିବର୍ଷ ଏହି ଦିବସ ପାଳନ ଲାଗି ଏକ ପ୍ରସ୍ତାବ ଆଗତ କରାଯାଇଥିଲା। ପରେ ୨୦୧୪ ମେ‘ରେ ଗ୍ଲେସିଅରର ସଂରକ୍ଷଣ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଥିଲା। ଏହାପରେ ବିଧିବଦ୍ଧ ଭାବେ ୨୦୧୬ଠାରୁ ଅନ୍ତର୍ଜାତୀୟ ପର୍ବତ ଦିବସ ପାଳନକୁ ସ୍ବୀକୃତି ମିଳିଥିଲା। ମାନବ ସଭ୍ୟତାର ଇତିହାସକୁ ଜୀବିତ ରଖିଥିବା ପର୍ବତର ସଂରକ୍ଷଣ ପାଇଁ କିଭଳି ବିଶ୍ୱସ୍ତରରେ ସଚେତନତା ସୃଷ୍ଟି କରାଯିବ ତାହା ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ।
ଆମେରିକାରେ ପ୍ରଥମେ ପର୍ବତ ଦିବସ ପାଳନ କରାଯିବା ଆରମ୍ଭ ହୋଇଥିଲା। ୧୮୩୮ ମସିହାରେ ମାଉଣ୍ଟ ହୋଲିଓକ କଲେଜର ବିଦ୍ୟାର୍ଥୀମାନେ ହୋଲିଓକ ପର୍ବତ ଉପରେ ପ୍ରଥମ ପର୍ବତ ଦିବସ ପାଳନ କରିଥିଲେ। ତାହା ପରେ ଆମେରିକାର ବିଭିନ୍ନ ଅଞ୍ଚଳରେ ପର୍ବତ ଦିବସ ପାଳନ କରାଯିବା ଆରମ୍ଭ ହୋଇଥିଲା। ଭାରତ ପାହାଡ଼ ପର୍ବତରେ ପରିପୂର୍ଣ୍ଣ। ଆମ ଦେଶର ପୂର୍ବ ଓ ପଶ୍ଚିମ ପାଶର୍‌ବରେ ଥିବା ପୂର୍ବ ଓ ପଶ୍ଚିମଘାଟ ପର୍ବତମାଳା ତଥା ଉତ୍ତରରେ ଥିବା ହିମାଳୟ ପର୍ବତ ଆମ ଦେଶ ସଭ୍ୟତା ଏବଂ ଐତିହ୍ୟ ସମ୍ପର୍କରେ ବହୁକଥା କହିଥାଏ। ଜେବ ବିବିଧତା ଦୃଷ୍ଟିରୁ ପାହାଡ ପର୍ବତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବିଭିନ୍ନ ଜନଜାତିର ପ୍ରାୟ ୭୨୦ ନିୟୁତ ଲୋକ ଏହି ପାହାଡିଆ ଅଞ୍ଚଳରେ ବସବାସ କରନ୍ତି। ପ୍ରତିବର୍ଷ ଏହି ଦିବସ ଏକ ସ୍ବତନ୍ତ୍ର ବାର୍ତ୍ତା ବହନ କରିଥାଏ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ହେଉଛି ପର୍ବତ କରେ ଜୈବ ବିବିଧତାର ପୁନଃଉଦ୍ଧାର।


Enter your email to get our daily news in your inbox.

All Right Reserved By Dharitri.Com

PoK ଦଖଲ ପାଇଁ ପାକିସ୍ତାନ ଉପରେ ଭାରତ ଆକ୍ରମଣ କଲେ କ’ଣ କରିବ ପାକ୍‌?

ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଲଣ୍ଡନର ଚାଥାମ ହାଉସରେ ପାକ୍‌ ଅଧିକୃତ କଶ୍ମିର ସମ୍ପର୍କରେ ଏକ ବୟାନ ଦେଇଛନ୍ତି ଯାହା ଓମାର ଅବଦୁଲ୍ଲାଙ୍କଠାରୁ ପାକିସ୍ତାନ...

ବିଶ୍ୱରେ କେବଳ ଏହି ଗୋଟିଏ ଦେଶରେ ମହିଳା ଚଲାନ୍ତି ହୁକୁମ, ପୁରୁଷ କରନ୍ତି ଗୁଲାମୀ

ଭାରତରେ ମହିଳା ସଂରକ୍ଷଣ ବିଲକୁ ନେଇ ଖୁବ ଚର୍ଚ୍ଚା ହେଉଥିଲା। କୁହାଯାଉଥିଲା ଆଗାମୀ କିଛି ବର୍ଷ ମଧ୍ୟରେ ସଂସଦରୁ ରାଜ୍ୟ ବିଧାନସଭା ପର୍ଯ୍ୟନ୍ତ ମହିଳାମାନଙ୍କ ପ୍ରତିନିଧିତ୍ୱ...

Royal Enfield Bullet 350 ନା Hunter 350? କିଏ ଦିଏ ଅଧିକ ମାଇଲେଜ୍‌

ରୟାଲ ଏନ୍‌ଫିଲ୍ଡ ବାଇକଗୁଡ଼ିକ କେବଳ ଭାରତରେ ନୁହେଁ ବରଂ ସାରା ବିଶ୍ୱରେ ବହୁତ ଲୋକପ୍ରିୟ। କମ୍ପାନୀର ବୁଲେଟ୍‌ ୩୫୦ ଏବଂ ହଣ୍ଟର ୩୫୦ ପ୍ରତି ଯୁବପିଢ଼ିଙ୍କ...

ବାଘ ସୁରକ୍ଷାରେ ନିୟୋଜିତ ମହିଳା: ୨୪ ଘଣ୍ଟା ଜଙ୍ଗଲରେ କରନ୍ତି ପାଟ୍ରୋଲିଂ, ପ୍ରତିଦିନ ମୃତ୍ୟୁକୁ କରନ୍ତି ସାମ୍ନା

ସାରା ବିଶ୍ୱରେ ୮ ମାର୍ଚ୍ଚକୁ ଅନ୍ତର୍ଜାତୀୟ ମହିଳା ଦିବସ ଭାବରେ ପାଳନ କରାଯାଇଆସୁଛି। ସମାଜରେ ମହିଳାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଉଜ୍ଜ୍ୱଳ କରୁଥିବା ଏହି ବିଶେଷ ଦିନରେ...

ଟିଭି ଦେଖିଲେ ମିଳିବ ଦଣ୍ଡ, ହେୟାର ଷ୍ଟାଇଲ ବି ବାଛିବେ ସରକାର, ଏହି ଦେଶରେ ଅଜବ ନିୟମ

ଉତ୍ତର କୋରିଆ ବିଷୟରେ ସାରା ବିଶ୍ୱରେ ଅନେକ କଥା କୁହାଯାଏ। ସେଠାକାର କଠୋର ସରକାର, କଠୋର ନିୟମ ଏବଂ ସାଧାରଣ ଲୋକଙ୍କ ସ୍ବାଧୀନତା ଉପରେ କଟକଣା...

ସ୍ତ୍ରୀ-ସ୍ବାମୀଙ୍କ ବୟସ ମଧ୍ୟରେ କେତେ ଅନ୍ତର ହେବା ଦରକାର, ଜାଣନ୍ତୁ କାହିଁକି କ’ଣ କହେ ବିଜ୍ଞାନ…

ଯେତେବେଳେ ପ୍ରେମର କଥା ଆସେ ସେତେବେଳେ ଲୋକମାନେ କୌଣସି ପ୍ରକାରର ସୀମା ସରହଦ ପ୍ରତି ଧ୍ୟାନ ଦିଅନ୍ତି ନାହିଁ। ପ୍ରକୃତରେ ପ୍ରେମରେ ବୟସ ଗୁରୁତ୍ୱପୂର୍ଣ୍ଣ ନୁହେଁ...

ବାପାଙ୍କ ପିଲାଦିନର ମାର୍କଶିଟ୍‌ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଝିଅ, ନେଲେ ଏମିତି ପ୍ରତିଶୋଧ

ଯେତେବେଳେ ପିଲାମାନେ ପାଠ ପଢ଼ନ୍ତି ନାହିଁ, ମାତାପିତା ସେମାନଙ୍କ ଉପରେ ରାଗିଯାଆନ୍ତି। ସେମାନେ ଏହା କେବଳ ଏଥିପାଇଁ କରନ୍ତି ଯେ, ପିଲାମାନେ ପାଠପଢ଼ିବା ପରେ ଭଲ...

ନିୟମ କଡ଼ାକଡ଼ି କଲା YouTube: ଏମିତି କଣ୍ଟେଣ୍ଟ କ୍ରିଏଟ୍‌ କଲେ ବ୍ୟାନ୍‌ ହୋଇଯିବ ଆକାଉଣ୍ଟ, ଏହି ତାରିଖରୁ ଲାଗୁ ହେବ ନିୟମ

ଅନ୍‌ଲାଇନରେ କଣ୍ଟେଣ୍ଟ କ୍ରିଏଟ୍‌ କରୁଥିବା କ୍ରିଏଟରଙ୍କ ବିରୋଧରେ YouTube କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଯାଉଛି। କମ୍ପାନୀ ଘୋଷଣା କରିଛି ଯେ, ଯେଉଁ କ୍ରିଏଟରମାନେ ଅନ୍‌ସାର୍ଟିଫାଏଡ୍‌ ଗାମ୍ବଲିଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image