Categories: ଫୁରସତ

ପର୍ବତ ଦ୍ୱାରା ଜୈବ ବିବିଧତାର ସୁରକ୍ଷା

ପର୍ବତ ବହୁ ସଭ୍ୟତାର ମୂକ ସାକ୍ଷୀ ହୋଇ ରହିଛି। ଏହା ସଭ୍ୟତାର କାହାଣୀ ବଖାଣି ଥାଏ। ସାଂସ୍କୃତିକ, ଐତିହ୍ୟ, ପରମ୍ପରା ଏବଂ ରୀତିନୀତିର ପ୍ରାସଙ୍ଗିକତା ବିଷୟରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ନେଇ ଏହାର ମୂକସାକ୍ଷୀ ପାଲଟିଥିବା ପର୍ବତ ପାଇଁ ଦିନଟିଏ ଉତ୍ସର୍ଗ କରାଯାଇଛି। ଏହାକୁ ଅନ୍ତର୍ଜାତୀୟ ପର୍ବତ ଦିବସ ଭାବେ ପ୍ରତିବର୍ଷ ଡିସେମ୍ବର ୧୧ରେ ପାଳନ କରାଯାଇଥାଏ। ୨୦୦୩ ଡିସେମ୍ବର ୧୧ରେ ପ୍ରତିବର୍ଷ ଏହି ଦିବସ ପାଳନ ଲାଗି ଏକ ପ୍ରସ୍ତାବ ଆଗତ କରାଯାଇଥିଲା। ପରେ ୨୦୧୪ ମେ‘ରେ ଗ୍ଲେସିଅରର ସଂରକ୍ଷଣ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଥିଲା। ଏହାପରେ ବିଧିବଦ୍ଧ ଭାବେ ୨୦୧୬ଠାରୁ ଅନ୍ତର୍ଜାତୀୟ ପର୍ବତ ଦିବସ ପାଳନକୁ ସ୍ବୀକୃତି ମିଳିଥିଲା। ମାନବ ସଭ୍ୟତାର ଇତିହାସକୁ ଜୀବିତ ରଖିଥିବା ପର୍ବତର ସଂରକ୍ଷଣ ପାଇଁ କିଭଳି ବିଶ୍ୱସ୍ତରରେ ସଚେତନତା ସୃଷ୍ଟି କରାଯିବ ତାହା ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ।
ଆମେରିକାରେ ପ୍ରଥମେ ପର୍ବତ ଦିବସ ପାଳନ କରାଯିବା ଆରମ୍ଭ ହୋଇଥିଲା। ୧୮୩୮ ମସିହାରେ ମାଉଣ୍ଟ ହୋଲିଓକ କଲେଜର ବିଦ୍ୟାର୍ଥୀମାନେ ହୋଲିଓକ ପର୍ବତ ଉପରେ ପ୍ରଥମ ପର୍ବତ ଦିବସ ପାଳନ କରିଥିଲେ। ତାହା ପରେ ଆମେରିକାର ବିଭିନ୍ନ ଅଞ୍ଚଳରେ ପର୍ବତ ଦିବସ ପାଳନ କରାଯିବା ଆରମ୍ଭ ହୋଇଥିଲା। ଭାରତ ପାହାଡ଼ ପର୍ବତରେ ପରିପୂର୍ଣ୍ଣ। ଆମ ଦେଶର ପୂର୍ବ ଓ ପଶ୍ଚିମ ପାଶର୍‌ବରେ ଥିବା ପୂର୍ବ ଓ ପଶ୍ଚିମଘାଟ ପର୍ବତମାଳା ତଥା ଉତ୍ତରରେ ଥିବା ହିମାଳୟ ପର୍ବତ ଆମ ଦେଶ ସଭ୍ୟତା ଏବଂ ଐତିହ୍ୟ ସମ୍ପର୍କରେ ବହୁକଥା କହିଥାଏ। ଜେବ ବିବିଧତା ଦୃଷ୍ଟିରୁ ପାହାଡ ପର୍ବତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବିଭିନ୍ନ ଜନଜାତିର ପ୍ରାୟ ୭୨୦ ନିୟୁତ ଲୋକ ଏହି ପାହାଡିଆ ଅଞ୍ଚଳରେ ବସବାସ କରନ୍ତି। ପ୍ରତିବର୍ଷ ଏହି ଦିବସ ଏକ ସ୍ବତନ୍ତ୍ର ବାର୍ତ୍ତା ବହନ କରିଥାଏ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ହେଉଛି ପର୍ବତ କରେ ଜୈବ ବିବିଧତାର ପୁନଃଉଦ୍ଧାର।

Share