ବାଇଡେନ୍‌ଙ୍କ ବିରୋଧରେ ଷଡ଼ଯନ୍ତ୍ର: ଟ୍ରମ୍ପ୍‌ଙ୍କୁ ସହାୟତା କରିଥିଲେ ପୁଟିନ୍‌

ଓ୍ବାଶିଂଟନ,୧୭।୩: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ବିରୋଧରେ ରଚାଯାଇଥିବା ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ୍‌ ହୋଇଛି। ଆମେରିକା ଗୋଇନ୍ଦା ସଂସ୍ଥା ରିପୋର୍ଟ ଏନେଇ ଉଲ୍ଲେଖ କରାଯାଇଛି। ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଦ୍ୱାରା ହୋଇଥିବା ଷଡ଼ଯନ୍ତ୍ରରେ ରୁଷିଆ ରାଷ୍ଟ୍ରପତି ବ୍ଲାଡିମୀର୍‌ ପୁଟିନ୍‌ ଆବଶ୍ୟକ ସହାୟତା କରିଥିବା ଗୋଇନ୍ଦା ରିପୋର୍ଟରେ ଦାବି କରାଯାଇଛି। ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବାଇଡେନ୍‌ଙ୍କ ବିରୋଧରେ ପ୍ରଚାର ପାଇଁ ପୁଟିନ୍‌ ଟ୍ରମ୍ପ୍‌ଙ୍କୁ ସାହାଯ୍ୟ କରିଥିଲେ। ଟ୍ରମ୍ପ୍‌ଙ୍କ ସପକ୍ଷରେ ପୁଟିନ୍‌ଙ୍କ ନିର୍ଦ୍ଦେଶରେ ପ୍ରଚାର ଅଭିଯାନ କରାଯାଇଥିବା ଗୋଇନ୍ଦା ରିପୋର୍ଟରେ ପ୍ରକାଶ ପାଇଛି। ପୂର୍ବରୁ ହୋଇଥିବା ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ରୁଷିଆର ହସ୍ତକ୍ଷେପ ନେଇ ପ୍ରଶ୍ନ ଉଠୁଥିଲା। ଏବେ ପୁଣି ରୁଷିଆ ପୁରୁଣା ଶୈଳୀ ଆପଣେଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଅନ୍ତର୍ଜାତୀୟସ୍ତରରେ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି।

Share