ଭାରତ ବିରୋଧରେ ଷଡ଼ଯନ୍ତ୍ର: ଜାତିସଂଘକୁ ୭ ଲକ୍ଷ ଦାନ ଦେଇଛି ଖଲିସ୍ତାନୀ ଗ୍ରୁପ୍‌

ଜେନେଭା,୧୪।୩: ଜାତିସଂଘକୁ ଦାନ ଦେଇ ଭାରତ ବିରୋଧରେ ଷଡ଼ଯନ୍ତ୍ର ରଚାଯାଇଛି। ଏହାର ପର୍ଦ୍ଦାଫାଶ୍‌ ହୋଇଛି। ଖଲିସ୍ତାନକୁ ସମର୍ଥନ କରୁଥିବା ଶିଖ୍‌ ଫର ଜଷ୍ଟିସ୍‌ ସଂଗଠନ ପକ୍ଷରୁ ଜାତିସଂଘ ୭ ଲକ୍ଷ ଟଙ୍କାର ଦାନ ପ୍ରଦାନ କରାଯାଇଛି। ଭାରତରେ କୃଷି ଆଇନକୁ ବିରୋଧ କରି ବିଭିନ୍ନ ଚାଷୀ ସଂଗଠନଗୁଡ଼ିକ ପକ୍ଷରୁ ଆନ୍ଦୋଳନ ଜାରି ରହିଛି। ଏପରିସ୍ଥଳେ ଆନ୍ଦୋଳନକାରୀ ପ୍ରତି ହୋଇଥିବା ଅତ୍ୟାଚାରର ଯାଞ୍ଚ୍‌ ପାଇଁ ଏକ କମିଶନ ଗଠନ କରିବା ଲାଗି ଶିଖ୍‌ ଫର ଜଷ୍ଟିସ୍‌ ପକ୍ଷରୁ ଲବି କରାଯାଉଥିବା ଅଭିଯୋଗ ହୋଇଛି। ଦାନ ମିଳିଥିବା ସମ୍ପର୍କରେ ଜାତିସଂଘ ମାନବାଧିକାର ଶାଖା ପକ୍ଷରୁ କୁହାଯାଇଛି। ଜାତିସଂଘ ସମସ୍ତ ସଂସ୍ଥା ଅବା ସଂଗଠନଠାରୁ ଦାନ ଗ୍ରହଣ କରିବା ସହିତ ଏସମ୍ପର୍କରେ ସୂଚନା ମଧ୍ୟ ପ୍ରଦାନ କରିଥାଏ। ତେବେ ଜାତିସଂଘର ପ୍ରତିବନ୍ଧିତ ତାଲିକାରେ ଥିବା କୌଣସି ସଂଗଠନଠାରୁ ଦାନ ଗ୍ରହର କରାଯାଇ ନ ଥାଇ। ଯେହେତୁ ଜାତିସଂଘର ପ୍ରତବନ୍ଧିତ ତାଲିକାରେ ଶିଖ୍‌ ଫର୍‌ ଜଷ୍ଟିସ୍‌ ଖଲିସ୍ତାନୀ ସଂଗଠନ ନାହିଁ, ତେଣୁ ଏଠାରୁ ଦାନ ଗ୍ରହଣ କରାଯାଇଛି। ମାତ୍ର ଦାନ ପଛରେ ଥିବା ଶିଖ୍‌ ଫର୍‌ ଜଷ୍ଟିସ୍‌ର ଏଭଳି ବଡ଼ ଷଡ଼ଯନ୍ତ୍ର ରହିଥିବା ସମ୍ପର୍କରେ ଏବେ ଅନୁମାନ କରାଯାଉଛି। ଆମେରିକାରେ ବାସ କରୁଥିବା ଖଳିସ୍ତାନ ସମର୍ଥକ ଗୁରୁପତଓ୍ବନ୍ଦ୍‌ ସିଂ ପନ୍ନୁନ ନିର୍ଦ୍ଦେଶରେ ଏହା ହୋଇଥିବା ନେଇ ଚର୍ଚ୍ଚା ଜାରି ରହିଛି।

Share