Categories: ଜାତୀୟ

ତୁର୍କୀରେ କଶ୍ମୀର ବିରୁଦ୍ଧରେ ଷଡଯନ୍ତ୍ର: ଅଗଷ୍ଟ ୫ ପାଇଁ ‘ମିଶନ ଡ୍ରଇଂ ଡିଜାଇନ’ ରଚିଛି ପାକିସ୍ତାନ!…

ନୂଆଦିଲ୍ଲୀ,୧।୮ : ଜମ୍ମୁ-କଶ୍ମୀରରୁ ଧାରା ୩୭୦ ହଟାଯିବା ବାର୍ଷିକୀ ପାଖେଇ ଆସୁଥିବାରୁ ପାକିସ୍ତାନ ଷଡଯନ୍ତ୍ର ରଚିଛି। ଏଥିପାଇଁ ପାକିସ୍ତାନ କେବଳ ଇସଲାମାବାଦ ନୁହେଁ ୫ ଅଗଷ୍ଟରେ ତୁର୍କୀର ରାଜଧାନୀ ଅଙ୍କାରରୁ ଭାରତ ବିରୋଧରେ ଏକ ବଡ ଷଡଯନ୍ତ୍ର ରଚିଛି। ସୂଚନାନୁସାରେ, କଶ୍ମୀରରୁ ଧାରା ୩୭୦ ହଟାଇବାର ୪ ବର୍ଷ ପୂରଣ ଅବସରରେ ପାକିସ୍ତାନ ଅଗଷ୍ଟ ୫ ପାଇଁ ଇସଲାମାବାଦରୁ “ମିଶନ ଡ୍ରଇଂ ଡିଜାଇନ” ଆରମ୍ଭ କରିଛି। ଏହି ମିଶନରେ କେବଳ ଜମ୍ମୁ-କଶ୍ମୀର ନୁହେଁ ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ)ର ନିରୀହ ପିଲାମାନଙ୍କୁ ମଧ୍ୟ ଅନ୍ତର୍ଭୁକ୍ତ କରିବା ପାଇଁ ଏକ ଷଡଯନ୍ତ୍ର ରଚାଯାଇଛି। ଛୋଟ ପିଲାଙ୍କୁ ବିଭ୍ରାନ୍ତ କରିବାରେ ଡ଼େଯନ୍ତ୍ର ରଚାଯାଇଛି। ବର୍ତ୍ତମାନ, ଅଗଷ୍ଟ ୫କୁ ନେଇଦେଶର ଗୁପ୍ତଚର ଏଜେନ୍ସି ଏବଂ ପ୍ରତିରକ୍ଷା ଏଜେନ୍ସିଗୁଡ଼ିକ ସତର୍କ ହୋଇଥିବାବେଳେ ଜମ୍ମୁ-କଶ୍ମୀରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ସୂଚନାନୁସାରେ, କଶ୍ମୀରରୁ ଧାରା ୩୭୦ ହଟାଇବାକୁ ବିରୋଧ କରିବାକୁ ପାକିସ୍ତାନ ଏକ ବଡ ଷଡଯନ୍ତ୍ର ଆରମ୍ଭ କରିଛି। ଗୁପ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ତୁର୍କୀର ରାଜଧାନୀ ଅଙ୍କାରରୁ ପାକିସ୍ତାନ ଏହାକୁ ଆରମ୍ଭ କରିଛି।

 

ସୂଚନାନୁସାରେ, ଇସଲାମାବାଦ ଏବଂ ୟାସିନ ମଲିକଙ୍କ ଆତଙ୍କବାଦୀ ସଂଗଠନ “ଜମ୍ମୁ-କଶ୍ମୀର ଲିବରେଶନ ଫ୍ରଣ୍ଟ” ଆତଙ୍କବାଦୀ କାର୍ଯ୍ୟକଳାପରେ ଜଡିତ ସଂଗଠନ “ୟୁଥ ଫୋରମ ଫର କଶ୍ମୀର” ଜମ୍ମୁ-କଶ୍ମୀରରେ ସହିତ ପିଓକେ ପାଇଁ ମିଶନ ଡ୍ରଇଂ ଡିଜାଇନ କରାଯାଇଛି। ନିରୀହ ପିଲାମାନଙ୍କର ମନକୁ ବିଭ୍ରାନ୍ତ କରିବା ପାଇଁ ଧାରା ୩୭୦ ଉଚ୍ଛେଦ ନେଇ ଡ୍ରଇଁ ପ୍ରତିଯୋଗୀତା କରିବା ଲାଗି ପାକିସ୍ତାନ ଏବଂ ଆତଙ୍କବାଦୀ ସଂଗଠନ ମଧ୍ୟ ହଜାର ହଜାର ଟଙ୍କାର ପୁରସ୍କାର ଘୋଷଣା କରିଛନ୍ତି।

Share