Categories: ଜାତୀୟ

ଶିବସେନାକୁ ଧ୍ୱଂସ କରିବା ଲାଗି କରାଯାଉଛି ଷଡ଼ଯନ୍ତ୍ର

ମୁମ୍ବାଇ,୧।୮: ମନିଲଣ୍ଡରିଂ ମାମଲାରେ ଏମ୍‌ପି ସଞ୍ଜୟ ରାଉତଙ୍କୁ ଗିରଫ କରାଯିବା ଶିବସେନାକୁ ଧ୍ୱଂସ କରିଦେବାର ଚକ୍ରାନ୍ତ ବୋଲି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ କହିଛନ୍ତି। ଏବେ ପ୍ରତିଶୋଧ ରାଜନୀତି ମାନସିକତା ଚାଲିଛି ବୋଲି ଶିବସେନା ନେତା କହିଛନ୍ତି। ୧.୦୩୪ କୋଟି ଟଙ୍କାର ପାତ୍ର ଚଲ୍‌ ଦୁର୍ନୀତି ମାମଲାରେ ସଞ୍ଜୟ ରାଉତଙ୍କୁ ଗିରଫ କରାଯାଇଛି। ସୋମବାର ଉଦ୍ଧବ ତାଙ୍କ ପରିବାରକୁ ଭେଟିବା ପରେ ଗଣମାଧ୍ୟମକୁ କହିଛନ୍ତି, କଂଗ୍ରେସର ୬୦ରୁ ୬୫ ବର୍ଷର ଶାସନରେ ଏଭଳି ହେଉ ନ ଥିଲା। ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ରଖାଇ ଦିଆଗଲା ନାହିଁ। ଭାଜପା ସମସ୍ତ ଆଞ୍ଚଳିକ ଶକ୍ତିକୁ ମୂଳପୋଛ କରିଦେବାକୁ ଯୋଜନା କରୁଥିବା ଉଦ୍ଧବ ମତ ପ୍ରକାଶ କରିଛନ୍ତି। ଆଞ୍ଚଳିକ ଦଳଗୁଡ଼ିକ ଏକାଠି ହେବା ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି।

Share