ଏକଛତ୍ରବାଦୀ ଶାସକଙ୍କ ଷଡ଼ଯନ୍ତ୍ର,ଜୀବନ ଭୟରେ ଚାଇନା ପଳାଇଥିବା ଲୋକଙ୍କୁ କରାଯିବ ହତ୍ୟା…

ପୋୟଙ୍ଗୟାଙ୍ଗ୍‌,୨୫।୭: ଉତ୍ତର କୋରିଆର ଏକ ଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନ୍‌ ନୂଆ ଷଡ଼ଯନ୍ତ୍ର ରଚିଛନ୍ତି। ଜୀବନ ଭୟରେ ଦେଶ ଛାଡ଼ି ଚାଇନା ପଳାଇଥିବା ଲୋକଙ୍କୁ ହତ୍ୟା କରିବା ଲାଗି କିମ୍‌ଙ୍କ ଟିମ୍‌ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଥିବା ନେଇ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ହେଉଛି। ଉତ୍ତର କୋରିଆର ସୈନ୍ୟ, ବାୟୁସେନା ପାଇଲଟ୍‌ ସହିତ ପ୍ରାୟ ୫୦ ଜଣଙ୍କୁ ଚାଇନା ଫେରାଇ ଦେଇଛି। ଡୈଗଡୋଗ୍ନର କଷ୍ଟମ କାର୍ଯ୍ୟାଳୟକୁ ଗୋଟିଏ ଦିନ ପାଇଁ ଖୋଲାଯାଇଥିଲା। ଦୁଇଟି ବସ୍‌ରେ ଚାଇନା ପଳାଇଥିବା ଉତ୍ତର କୋରିଆ ବାସିନ୍ଦା ସ୍ବଦେଶ ଫେରିଥିଲେ। ଯେପରି କୌଣସି ରେକର୍ଡିଂ କରାଯାଇ ପାରିବ ନାହିଁ ସେଥିପାଇଁ କଷ୍ଟମ କାର୍ଯ୍ୟାଳୟ ନିକଟରେ କଡ଼ା ପୋଲିସ ପହରାର ବ୍ୟବସ୍ଥା କରାଯାଇଥିଲା। ଉତ୍ତର କୋରିଆରୁ ପଳାଇ ଆସିଥିବା ବାସିନ୍ଦାଙ୍କୁ ଫେରାଇବା ଲାଗି ପୂର୍ବରୁ ଚାଇନା କହିଥିଲା। ତେବେ କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ଉତ୍ତର କୋରିଆ ମନା କରିଥିଲା। ଏବେ ପରିସ୍ଥିତିରେ ସୁଧାର ଆସିବାରୁ ଚାଇନା ଧରାପଡ଼ିଥିବା ଲୋକଙ୍କୁ ଉତ୍ତର କୋରିଆକୁ ଫେରାଇ ଦେଇଛି। ସେମାନଙ୍କୁ ଗୁଳି କରି ହତ୍ୟା କରାଯିବାର ଷଡ଼ଯନ୍ତ୍ର ରଚାଯାଇଛି।

Share