ନେପାଳକୁ ଭାରତଠାରୁ ଦୂରେଇବା ପାଇଁ ଷଡ଼ଯନ୍ତ୍ର: ଜିନପିଙ୍ଗଙ୍କୁ ଭେଟିଲେ ନେପାଳୀ ପ୍ରଧାନମନ୍ତ୍ରୀ…

ବେଜିଂ,୨୪।୯ : ନେପାଳର ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ପ୍ରଚଣ୍ଡ ଏବେ ଚାଇନା ଗସ୍ତରେ ଅଛନ୍ତି। ଏହି ସମୟରେ ନେପାଳ ପ୍ରଧାନମନ୍ତ୍ରୀ ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କୁ ଭେଟିଛନ୍ତି। ଏହି ବୈଠକରେ ଉଭୟ ଦେଶ ଅନେକ ବିକାଶ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ଚାଇନା ରାଷ୍ଟ୍ରପତି ଲ୍ୟାଣ୍ଡ ଲକ ହୋଇଥିବା ନେପାଳକୁ ଚାଇନା ସହିତ ସଂଯୋଗ କରିବେ ଏବଂ ଭିତ୍ତିଭୂମି ବିକାଶ ସହିତ ସଂଯୋଗୀକରଣ ସୁବିଧା ସୁଦୃଢ଼ କରିବାରେ ସାହାଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ନେପାଳୀ ପ୍ରଧାନମନ୍ତ୍ର ହାଙ୍ଗଝୋ ଏସିଆନ ଗେମ୍ସ ପାଇଁ ଚାଇନାରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ହେବା ପରଠାରୁ ଏହା ପ୍ରଚଣ୍ଡଙ୍କ ପ୍ରଥମ ଗସ୍ତ। ଏହାପୂର୍ବରୁ ସେ ଭାରତ ଏବଂ ଆମେରିକା ଗସ୍ତ କରିଥିଲେ। ତାଙ୍କ ସହ ସାକ୍ଷାତ ସମୟରେ ଜିନପିଙ୍ଗ କହିଛନ୍ତି ଟ୍ରାନ୍ସ-ହିମାଳୟ ମଲ୍ଟି-ଡାଇମେନଶନାଲ କନେକ୍ଟିଭିଟି ନେଟୱାର୍କ ସମେତ ଅନ୍ୟାନ୍ୟ ପ୍ରକଳ୍ପରେ ଉଭୟ ଦେଶ ସଫଳତା ହାସଲ କରିଛନ୍ତି।

ବିଦେଶୀ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ନେପାଳ ଏବଂ ତିବ୍ଦତ ମଧ୍ୟରେ ଦୁର୍ଗମ ଅଞ୍ଚଳ ରହିଛି। ତେଣୁ ଦୁଇ ଦେଶ ମଧ୍ୟରେ ସଂଯୋଗ ବୃଦ୍ଧି ପାଇଁ ଟ୍ରାନ୍ସ-ହିମାଳୟ କନେକ୍ଟିଭିଟି ପ୍ରୋଜେକ୍ଟ ଅଧୀନରେ ସଡକ ଏବଂ ରେଳ ନେଟୱାର୍କ ବିକଶିତ ହେବ। ନେପାଳର ଅଧିକାଂଶ ଆମଦାନୀ ଭାରତରୁ ହୋଇଥାଏ। ନେପାଳରେ ନିଜର ଉପସ୍ଥିତି ବଢ଼ାଇବାକୁ ଚାଇନା ନେପାଳର ଭାରତ ଉପରେ ନିର୍ଭରଶୀଳତାକୁ ହ୍ରାସ କରିବାକୁ ଚାହୁଁଛି। ତଥାପି, ଅନେକ ଭିତ୍ତିଭୂମି ବିକାଶ ସହିତ ନେପାଳରେ ଅନେକ ଚାଇନାର ପ୍ରକଳ୍ପ ଅଟକି ରହିଛି। ନେପାଳକୁ ଭାରତଠାରୁ ଦୂରେଇବା ପାଇଁ ଏହା ଚାଇନାର ଏକ ଷଡ଼ଯନ୍ତ୍ର।

ନେପାଳର ବୈଦେଶିକ ବ୍ୟାପାର ଇନଷ୍ଟିଚ୍ୟୁଟ ପ୍ରୟା ଘିମିରେ କହିଛନ୍ତି ସାତୋଟି ଚାଇନା ବନ୍ଦରକୁ ପ୍ରବେଶ କରିବା ପାଇଁ ନେପାଳ ଏକ ପରିବହନ-ଗମନାଗମନ ଚୁକ୍ତି ସ୍ବାକ୍ଷର କରିଛି। ଏହି ବୈଠକରେ ନଅଟି ବିଆରଆଇ ପ୍ରକଳ୍ପ ମଧ୍ୟ ଚୟନ କରାଯାଇଛି। ଏହି ବୈଠକରେ ଜିନପିଙ୍ଗ କହିଛନ୍ତି ଉଭୟ ଦେଶ ଦ୍ୱିପାକ୍ଷିକ ସମ୍ପର୍କକୁ ମଜବୁତ କରିବା ଉଚିତ। ପରସ୍ପରର ସମସ୍ୟା ଉପରେ ଆମେ ପରସ୍ପରକୁ ସମର୍ଥନ କରିବା ଜରୁରୀ। ପ୍ରଚଣ୍ଡ କହିଛନ୍ତି ଜିନପିଙ୍ଗଜଣେ ଦୂରଦୃଷ୍ଟି ସମ୍ପନ୍ନ ବିଶ୍ୱ ନେତା। ସେ ନେପାଳର ଜଣେ ଭଲ ବନ୍ଧୁ। ନେପାଳ ଏବଂ ଚାଇନା ଭଲ ବନ୍ଧୁ। ଆମେ ପରସ୍ପର ଉପରେ ବିଶ୍ୱାସ କରିପାରିବୁ।

Share