Categories: ଜାତୀୟ

ତୁଷାରପାତ ପୂର୍ବରୁ ଅନୁପ୍ରବେଶ ପାଇଁ ଷଡ଼ଯନ୍ତ୍ର, ପାକିସ୍ତାନ ସହ ହାତ ମିଳାଇଛି ଚାଇନା…

ଶ୍ରୀନଗର,୧୩।୧୧: ଜମ୍ମୁ-କଶ୍ମୀରରେ ଶୀତଦିନେ ହେଉଥିବା ତୁଷାରପାତ ସୁଯୋଗ ନେଇ ଆତଙ୍କବାଦୀମାନେ ଭାରତରେ ଅନୁପ୍ରବେଶ ଷଡ଼ଯନ୍ତ୍ର ରଚିଛନ୍ତି। ଏନେଇ ପାକିସ୍ତାନ ସହିତ ଚାଇନା ହାତ ମିଳାଇଛି।
ବରଫପାତ ପୂର୍ବରୁ ଚାଇନାର ପିଏଲ୍‌ଏ ଏବଂ ପାକିସ୍ତାନୀ ସୈନ୍ୟବାହିନୀ ମିଳିତ ଭାବେ ଭାରତରେ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରିବା ଲାଗି ଉଦ୍ୟମ କରୁଥିବା ଗୋଇନ୍ଦା ରିପୋର୍ଟ ପ୍ରକାଶ ପାଇଛି। ଯୋଜନା କରୁଛନ୍ତି। ଜମ୍ମୁ-କଶ୍ମୀରର ଭାରତ ପାକିସ୍ତାନ ନିୟନ୍ତ୍ରଣରେଖା ନିକଟରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ଚୂଡ଼ାନ୍ତ ରୂପ ଦେବାକୁ ପ୍ରୟାସ ଜାରି ରହିଛି।

ଲଞ୍ଚପ୍ୟାଡ୍‌ରେ ଆତଙ୍କବାଦୀଙ୍କୁ ଏନେଇ ପ୍ରସ୍ତୁତ ରଖାଯାଇଛି। ଗୁପ୍ତ ସୂଚନା ଅନୁସାରେ ଗତ ତିନିମାସ ମଧ୍ୟରେ ପିଏଲଏ ଅଧିକାରୀଙ୍କ ଦୁଇଟି ଟିମ ପାକ୍‌ ଅଧିକୃତ କଶ୍ମୀରର ଯୋଡା, କେଲ, ଲିପା, ନୋଭଗାମ, ଶାରଦା, ଚାକୋଟି, ଗୁଲଟାରୀ, ପୋକର ହାଟିଆନ ପରିଦର୍ଶନ କରିଥିଲେ। ଏହି ସମୟରେ ଚାଇନା ଅଧିକାରୀ ଏଲ୍‌ଓସିର ରାଜୋରି-ପୁଞ୍ଚ ସମ୍ମୁଖରେ ଥିବା ପାକିସ୍ତାନୀ ଫରୱାର୍ଡ ପୋଷ୍ଟ ଭୀମଓ୍ବର୍‌ ଅଞ୍ଚଳ ମଧ୍ୟ ପରିଦର୍ଶନ କରିଛନ୍ତି।

କୁପୱାରା, ବାରାମୁଲ୍ଲା, ବାନ୍ଦିପୋରା, ରାଜୌରୀ ଏବଂ ପୁଞ୍ଚର ପୁରୁଣା ଆତଙ୍କବାଦୀ କମାଣ୍ଡର ତଥା ଆତଙ୍କବାଦୀ ଗାଇଡଙ୍କ ସହିତ ଏକ ବୈଠକରେ ଆଲୋଚନା ପରେ ପାକିସ୍ତାନରେ ଥିବା ଆତଙ୍କବାଦୀ ଶିବିର ଏବଂ ସେମାନଙ୍କ ସାଂଗଠିନକ ସଂରଚନାରେ ବହୁ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ମଧ୍ୟ କରାଯାଇଛି।

ଭାରତୀୟ ଗୋଇନ୍ଦା ରିପୋର୍ଟ ଅନୁଯାୟୀ, ଆଇଏସଆଇ ଅଧିକାରୀଙ୍କ ବ୍ୟତୀତ ପାକିସ୍ତାନୀ ସେନାର ୧୨ ପଦାତିକ ବ୍ରିଗେଡ ଏବଂ ମିନିମର୍ଗର ଉତ୍ତର ଅଞ୍ଚଳର ଅଧିକାରୀମାନେ ମଧ୍ୟ ଏହି ବୈଠକରେ ଉପସ୍ଥିତ ଥିଲେ।

ବୈଠକ ପରେ ପାକ୍‌ ଅଧିକୃତ କଶ୍ମୀରରେ ୭ ଟି ପୁରୁଣା ଲଞ୍ଚିଂ ପ୍ୟାଡ ଏବଂ ୩ ଟି ଆତଙ୍କବାଦୀଙ୍କ ତାଲିମ ଶିବିରକୁ ସ୍ଥାନାନ୍ତର କରାଯାଇଛି। ଏଥି ସହିତ ଚାଇନା ସେନାର ଏକ ସ୍କ୍ବାଡ ଲିପା ଭ୍ୟାଲିରେ କ୍ୟାମ୍ପ କରିଛି। ପାକ୍‌ ଅଧିକୃତ କଶ୍ମୀରର ଏହି ଅଞ୍ଚଳରେ ଆତଙ୍କବାଦୀ ଶିବିର ଏବଂ ଲଞ୍ଚ ପ୍ୟାଡ ଅକ୍ଟୋବର ମାସରେ ଖାଲି ପଡ଼ିଥିଲା। ଫେବୃଆରୀ-ମାର୍ଚ୍ଚଠାରୁ ଏହି ଅଞ୍ଚଳରେ ଲୋକଙ୍କ ଚଳପ୍ରଚଳ ବଢ଼ିଛି।

ସ୍କାର୍ର୍ଦୁୁ ଏବଂ ଗିଲ୍‌ଗିଟରେ ଦୁଇଟି ନୂତନ ଆତଙ୍କବାଦୀ ତାଲିମ ଶିବିର ସ୍ଥାପନ କରାଯାଇଛି। ଏଠାରେ ୧୫ ରୁ ୨୦ ଜଣ ଆତଙ୍କବାଦୀଙ୍କୁ ବିଭିନ୍ନ ଦଳରେ ୧୦ ଦିନ ଧରି ବରଫରେ ଚାଲିବା ଏବଂ ଲଢ଼େଇ କରିବା ତାଲିମ ଦିଆଯାଉଛି।

Share