ଭୁବନେଶ୍ୱର, ୧୬ା୨(ବ୍ୟୁରୋ): ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗରେ ରାଜ୍ୟ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ରାୟପୁର ଗସ୍ତକୁ ନେଇ ଟାର୍ଗେଟ କରିଛି ଭାଜପା। ସରକାରୀ ଗସ୍ତ କାର୍ଯ୍ୟକ୍ରମ ସୂଚୀ ଅନୁଯାୟୀ ମନ୍ତ୍ରୀ ମିଶ୍ର ଅକ୍ଟୋବର ୮ରୁ ୧୧ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଥିବାର ଉଲ୍ଲେଖ କରାଯାଇଛି। ହେଲେ ୧୨ରୁ ୨୧ ତାରିଖ ଯାଏ ପର୍ଯ୍ୟନ୍ତ କୌଣସି ସୂଚନା ନାହିଁ। ଅକ୍ଟୋବର ୧୫ରୁ ୧୯ ତାରିଖ ଯାଏ ମନ୍ତ୍ରୀ ଓଡ଼ିଶା ବାହାରକୁ ଯାଇଥିଲେ ବୋଲି କାହିଁକି ଉଲ୍ଲେଖ କରାଯାଇନାହିଁ ବୋଲି ଭାଜପା ରାଜ୍ୟ ସାଧାରଣ ସମ୍ପାଦକ ଲେଖାଶ୍ରୀ ସାମନ୍ତସିଂହାର ପ୍ରଶ୍ନ କରିଛନ୍ତି।