ନବଙ୍କ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡଙ୍କୁ ଖସାଇଦେବା ପାଇଁ ଚକ୍ରାନ୍ତ ହେଉଛି: ଛାତ୍ର କଂଗ୍ରେସ

ଭୁବନେଶ୍ବର, ୮।୨(ବ୍ୟୁରୋ): ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାରେ ରାଜ୍ୟ ସରକାରଙ୍କ ତଦନ୍ତ ସଂସ୍ଥା ପ୍ରତିଦିନ ନୂଆ କାହାଣୀ ଲେଖୁଛନ୍ତି ବୋଲି ମଙ୍ଗଳବାର ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ନବୀନ ସରକାରଙ୍କ ତଦନ୍ତକୁ ନେଇ ରାଜ୍ୟବାସୀ ସହେନ୍ଦ କଲେଣି। ଏହି ହତ୍ୟାକାଣ୍ଡକୁ ଲୁଚାଇଦେବାକୁ ଚକ୍ରାନ୍ତ ହେଉଛି ବୋଲି ସାଧାରଣ ଜନତା ମଧ୍ୟ ଆଲୋଚନା କରୁଛନ୍ତି। ନବଙ୍କ ହତ୍ୟାର ମାଷ୍ଟର ମାଇଣ୍ଡଙ୍କୁ ଖସାଇଦେବାକୁ ଅପଚେଷ୍ଟା କରାଯାଉଛି। ପ୍ରଶ୍ନ ହେଉଛି ଝାରସୁଗୁଡ଼ା ଜିଲା ହସ୍ପିଟାଲର ଇସିଜି ରିପୋର୍ଟରେ ନବ ଦାସ ମୃତ ବୋଲି ଜଣାପଡ଼ିଲା ପରେ ତାଙ୍କୁ ଭୁବନେଶ୍ୱର ଆଣି ଆପୋଲୋ ହସ୍ପିଟାଲରେ କ’ଣ ପାଇଁ ଅସ୍ତ୍ରୋପଚାର କରାଗଲା। ଏଥିରେ ଘଟଣାଟି ଆହୁରି ରହସ୍ୟାବୃତ ହେଉଛି ବୋଲି ୟାସିର କହିଛନ୍ତି।

Share