Advertisement

ମହିଳା କର୍ମଚାରୀଙ୍କୁ ଅସଦାଚରଣ କରି କନଷ୍ଟେବଳ ଗିରଫ

କେନ୍ଦୁଝର,୧୮ା୮(ସ୍ବ.ପ୍ର.): ଜିଲା ମୁଖ୍ୟ ଡାକ୍ତରଖାନାର ଟିକାକରଣ କେନ୍ଦ୍ରରେ କାର୍ଯ୍ୟରତ ଜଣେ ସ୍ବାସ୍ଥ୍ୟ ବିଭାଗ ମହିଳାଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଟାଉନ ଥାନା ପୋଲିସ ଜଣେ କନଷ୍ଟେବଳଙ୍କୁ ଗିରଫ କରିଛି। ତାଙ୍କ ନାମ ପରମେଶ୍ବର ସେଠୀ ଏବଂ ଘର ପାଟଣା ବ୍ଲକ ଅଞ୍ଚଳରେ ବୋଲି ଜଣାପଡ଼ିଛି। ସେ ମଙ୍ଗଳବାର ଉକ୍ତ ଓ୍ବାର୍ଡର ସୁରକ୍ଷା ଦାୟିତ୍ୱରେ ନିୟୋଜିତ ହୋଇଥିଲେ। ଏକୁଟିଆ ଦେଖି ସ୍ବାସ୍ଥ୍ୟକର୍ମୀଙ୍କୁ ଅସଦାଚରଣ କରିଥିବା ନେଇ ଅଭିଯୋଗ ପରେ ପୋଲିସ ତାଙ୍କୁ ଆଜି ଗିରଫ କରି ମେଡିକାଲ ଚେକ୍‌ ଅପ୍‌ କରିଛି। ଏନେଇ ଟାଉନ ଥାନା ଅଧିକାରୀ ପ୍ରମୋଦିନୀ ସାହୁ କହିଛନ୍ତି ଯେ, ଅଭିଯୋଗ ପରେ ଗିରଫ କରାଯାଇଛି। ଅଧିକ ତଦନ୍ତ ଚାଲିଛି। ଏନେଇ ଏସ୍‌ଡିପିଓ, ସଦର ପି. ଜେ. ଟପୋ କହିଛନ୍ତି, ଉକ୍ତ କନଷ୍ଟେବଳ ମେଡିକାଲରେ ଡ୍ୟୁଟିରେ ଥିଲେ। ଦୁଇଜଣ ଯାକ ବିବାହିତ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share