କ୍ୱାର୍ଟର୍ସରେ ଆତ୍ମହତ୍ୟା କଲେ କନଷ୍ଟେବଳ

ତିହିଡ଼ି,୨୭ା୮(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ଥାନାର କାର୍ଯ୍ୟରତ ଜଣେ କନଷ୍ଟେବଳ ଆତ୍ମହତ୍ୟା କରିଛନ୍ତି। ଥାନା ପରିସରରେ ସେ ରହୁଥିବା ସରକାରୀ କ୍ୱାର୍ଟର୍ସରେ ଶନିବାର ରାତିରେ ଫ୍ୟାନରେ ଶାଢ଼ି ସହାୟତାରେ ଆତ୍ମହତ୍ୟା କରିଛନ୍ତି। କନଷ୍ଟେବଳ ଜଣକ ହେଲେ ତୋଫାନ କୁମାର ପାତ୍ର (୪୮) ଏବଂ ତାଙ୍କ ଘର କେନ୍ଦୁଝର ଜିଲା ଘସିପୁରା ଥାନା ଅଧୀନ ଭଣ୍ତାରିପଡ଼ା ଗ୍ରାମରେ। ପାରିବାରିକ କଳହରୁ ସେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ତିହିଡ଼ି ପୋଲିସ ଏହି ଘଟଣାରେ ଏକ ଅପମୃତ୍ୟ ମାମଲା ରୁଜୁ କରି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ମୃତ କନଷ୍ଟେବଳ ଜଣକ ଗତ କିଛିଦିନ ଧରି ମାନସିକ ଚାପରେ ରହୁଥଲେ। ଯେଉଁ କାରଣରୁ ସେ ଆତ୍ମହତ୍ୟା କରିଛନ୍ତି ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଥିବା ସୂଚନା ମିଳିଛି।

Share