Categories: ଜାତୀୟ

ପଞ୍ଜାବର ଗୁରୁଦ୍ୱାରରରେ ଫୁଟିଲା ଗୁଳି, ଜଣେ ପୋଲିସ କର୍ମୀ ମୃତ

ଚଣ୍ଡିଗଡ,୨୩।୧୧: ପଞ୍ଜାବର କପୁରଥଲା ଗୁରୁଦ୍ୱାରରେ ନିହାଙ୍ଗ ଶିଖ୍‌ ଗୁଳି ଚଳାଇବାରୁ ଜଣେ ପୋଲିସ କର୍ମଚାରୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଆଉ ୫ଜଣ ପୋଲିସ ଗୁରୁତର ଆହତ ହୋଇଛନ୍ତି। ଅଧିକାରୀଙ୍କ କହିବାନୁସାରେ, ଗୁରୁଦ୍ୱାରର ମାଲିକାନାକୁ ନେଇ ଏହି ଗୁଳି ବିନିମୟ ହୋଇଛି। ଆହତ ପୋଲିସଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନାଯୋଗ୍ୟ, ଗୁରୁଦ୍ୱାରକୁ ଖାଲି କରିବାକୁ ପୋଲିସ ଯାଇଥିଲା। ଏହାପରେ ନିହାଙ୍ଗ ଶିଖ୍‌ମାନେ ସେମାନଙ୍କ ଉପରେ ଗୁଳି ଚଳାଇବା ଆରମ୍ଭ କରିଥିଲେ। ଘଟଣାସ୍ଥଳରେ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଓ ପାଞ୍ଚଜଣଙ୍କ ଆହତ ହେବା ପରେ ଗୁରୁଦ୍ୱାର ଭିତରେ ଅଭିଯୁକ୍ତଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେଶନ ଜାରି ରହିଛି। ଏପର୍ଯ୍ୟନ୍ତ ୧୦ଜଣଙ୍କୁ ଗିରଫ କରାଯାଇଛି।

Share