Categories: ଜାତୀୟ

କଙ୍ଗନାଙ୍କୁ ଚାପୁଡ଼ା ମାରି କର୍ନାଟକକୁ ବଦଳି ହେଲେ କୁଲଓ୍ବିନ୍ଦର

ନୂଆଦିଲ୍ଲୀ, ୪।୭: ହିମାଚଳ ପ୍ରଦେଶର ମଣ୍ଡିରୁ ନବ ନିର୍ବାଚିତ ଭାଜପା ଏମ୍‌ପି କଙ୍ଗନା ରାଣାଓ୍ବତଙ୍କୁ ଜୁନ୍‌ ୬ରେ ଚଣ୍ଡିଗଡ଼ ଏୟାରପୋର୍ଟରେ ସିଆଏସ୍‌ଏଫ୍‌ କନ୍‌ଷ୍ଟେବଳ କୁଲଓ୍ବିନ୍ଦର କୌର ଚାପୁଡ଼ା ମାରିଥିଲେ। ଏହାପରେ ସିଆଏସ୍‌ଏଫ୍‌ ତାଙ୍କୁ ନିଲମ୍ବନ କରିଥିଲା। ବୁଧବାର କୁଲଓ୍ବିନ୍ଦରଙ୍କୁ ବେଙ୍ଗାଲୁରୁର ଦଶମ ରିଜର୍ଭ ବାଟାଲିୟନକୁ ବଦଳି କରାଯାଇଥିବା ନେଇ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ଅନ୍ୟପକ୍ଷରେ କୁଲଓ୍ବିନ୍ଦର ଏବେ ମଧ୍ୟ ନିଲମ୍ବିତ ଅଛନ୍ତି ଓ ତାଙ୍କ ବିରୋଧରେ ଶୃଙ୍ଖଳାଗତ ତଦନ୍ତ ଜାରି ରହିଥିବା ନେଇ ସିଆଏସ୍‌ଏଫ୍‌ର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଜଣେ ବରିଷ୍ଠ କମାଣ୍ଡାଣ୍ଟ୍‌ ର଼୍ୟାଙ୍କ ଅଧିକାରୀ ଏହି ମାମଲାର ତଦନ୍ତ କରି କୁଲଓ୍ବିନ୍ଦର, ଏୟାରପୋର୍ଟରେ ତାଙ୍କ ସହକର୍ମୀ ଓ ବିଭିନ୍ନ ଅଧିକାରୀଙ୍କ ବୟାନ ରେକର୍ଡ କରିଛନ୍ତି।

Share