ଲାଞ୍ଚ ନେଇ ମଦ ଫେରାଇ ଦେଇଥିଲେ କନଷ୍ଟେବଳ

ପାଟଣା,୨୮।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନାରେ କାର୍ଯ୍ୟରତ ଜଣେ କନଷ୍ଟେବଳ ଜବତ ମଦ ଫେରାଇ ପ୍ରତିବଦଳରେ ଲାଞ୍ଚ ନେଉଥିବାର ସ୍ବୀକାରୋକ୍ତି ଅଡିଓ ଭାଇରାଲ ହୋଇଛି।

କନେଷ୍ଟବଳ ଜଣଙ୍କ ଗତ ମେ’ରେ ସିଲିପଦା ଅଞ୍ଚଳର ଜଣେ ବେପାରୀଙ୍କ ଘରେ ଚଢାଉ କରି ମଦ ଜବତ କରିଥିଲେ। ୫ ହଜାର ଟଙ୍କା ଲାଞ୍ଚ ନେବା ପରେ ପୁନଶ୍ଚ ଜବତ ହୋଇଥିବା ମଦକୁ ସେ ବ୍ୟବସାୟୀଙ୍କୁ ଫେରାଉଥିବା ଓ ବେପାରୀଙ୍କ ଭିଣୋଇ ସହ ମୋବାଇଲେରେ କନଷ୍ଟେବଳଙ୍କ ବାର୍ତ୍ତାଳାପ ଭାଇରାଲ ହେବାରେ ଲାଗିଛି। ଘଟଣାର ନିରପେକ୍ଷ ତଦନ୍ତ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଏହି ସମ୍ପର୍କରେ ଏସ୍‌ପି ମିତ୍ରଭାନୁ ମହାପାତ୍ରଙ୍କୁ ପଚାରିବାରୁ ଘଟଣାର ତଦନ୍ତ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।

Share