Categories: ଜାତୀୟ

ବଡ଼ ପେଟ ଥିବା କନଷ୍ଟେବଳଙ୍କୁ ସକାଳେ-ସନ୍ଧ୍ୟାରେ ୪-୪ ଘଣ୍ଟା ଡ୍ୟୁଟି

ଗୋରଖପୁର,୧୧।୩: ବଡ଼ ପେଟ ଥିବା କନେଷ୍ଟବଳଙ୍କୁ ନେଇ ଉତ୍ତରପ୍ରଦେଶ ଗୋରଖପୁର ଜୋନ୍‌ ଏଡିଜି ଅଖିଳ କୁମାରଙ୍କର ଚିନ୍ତା ବଢ଼ିବାରେ ଲାଗିଛି। ସେମାନଙ୍କ ସ୍ବାସ୍ଥ୍ୟରେ ସୁଧାର ଆଣିବା ପାଇଁ ଡ୍ୟୁଟିରେ ପରିବର୍ତ୍ତନ କରାଯାଇଛି। ଏଣିକି ବଡ଼ ପେଟ ଥିବା କନେଷ୍ଟବଳଙ୍କୁ ସକାଳେ ୪ ଘଣ୍ଟା ଏବଂ ସନ୍ଧ୍ୟାରେ ୪ ଘଣ୍ଟା ଡ୍ୟୁଟି ଦିଆଯିବ। ସେମାନଙ୍କୁ ଡ୍ୟୁଟି ଅଞ୍ଚଳରେ ଗସ୍ତ କରିବାକୁ ପଡ଼ିବ। ଏହା ଦ୍ୱାରା ଡ୍ୟୁଟି ସହିତ ସେମାନଙ୍କର ଶାରୀରିକ ବ୍ୟାୟାମ ମଧ୍ୟ ହୋଇପାରିବ। ପୋଲିସ ବିଭାଗରେ କାମ କରୁଥିବା କର୍ମଚାରୀଙ୍କ ଦୈନଦିନ ଜୀବନଶୈଳୀ ସ୍ଥିର ରହୁ ନ ଥିବାରୁ ପେଟ ବଢୁଥିବା ସେ କହିଛନ୍ତି। ସେମାନଙ୍କର ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ଏଭଳି ଯୋଜନା ପ୍ରସ୍ତୁତ କରାଯାଇଛି। ସେମାନଙ୍କର ଏକ ହ୍ବାଟସ୍‌ ଆପ୍‌ ଗ୍ରୁପ୍‌ ଗଠନ କରାଯିବ। ଯୋଜନାବଦ୍ଧ ଭାବେ ସେମାନଙ୍କର ଓଜନ କମ୍‌ କରାଯିବାର ଉଦ୍ୟମ ହେବ ବୋଲି ଏଡିଜି ପ୍ରକାଶ କରିଛନ୍ତି।

Share