ଭୁବନେଶ୍ୱର,୨୭।୧୧: ପୂର୍ବତଟ ରେଳପଥ ପକ୍ଷରୁ ଶନିବାର ସ୍ଥାନୀୟ ରେଳସଦନଠାରେ ସମ୍ବିଧାନ ଦିବସ ପାଳନ କରାଯାଇଥିଲା। ଏହି ଅବସରରେ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ଶରଦ କୁମାର ଶ୍ରୀବାସ୍ତବଙ୍କ ନେତୃତ୍ୱରେ ସମସ୍ତ ପ୍ରମୁଖ ବିଭାଗୀୟ ଅଧିକାରୀ,ବରିଷ୍ଠ ଅଧିକାରୀ, ରେଳ କର୍ମଚାରୀମାନେ ଭାରତୀୟ ସମ୍ବିଧାନର ପ୍ରାକ୍ କଥନ (ପ୍ରିୟାମ୍ବୁଲ) ପ୍ରିମ୍ବଲ୍ ପଢ଼ିଥିଲେ। ଏହାବ୍ୟତୀତ ପୂର୍ବତଟ ରେଳପଥର ସମସ୍ତ ୩ଟି ରେଳମଣ୍ଡଳ ଯଥା ଖୋର୍ଦ୍ଧାରୋଡ୍, ୱାଲ୍ଟିୟର ଓ ସମ୍ବଲପୁରଠାରେ ମଧ୍ୟ ସମ୍ବିଧାନ ଦିବସ ପାଳନ କରାଯାଇଥିଲା। ଏପରିକି ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ବିଭିନ୍ନ ରେଳ ଷ୍ଟେଶନରେ ମଧ୍ୟ ଏହି ଦିବସ ପାଳନ କରାଯାଇଥିଲା। ଦୂର ଉପାନ୍ତ ସ୍ଥାନଗୁଡ଼ିକରେ ଥିବା ରେଳପଥ ଏବଂ ଏହାର ଅଧିକାରୀମାନେ ମଧ୍ୟ ସେମାନଙ୍କ କାର୍ଯ୍ୟସ୍ଥାନରେ ଭାରତୀୟ ସମ୍ବିଧାନର ପ୍ରାକ୍ କଥନ ପଠନ କରିଥିଲେ।