Categories: ଜାତୀୟ

ସମ୍ବିଧାନ ଦିବସ ଅବସରରେ ସଂସଦର କେନ୍ଦ୍ରୀୟ କକ୍ଷରେ ସମ୍ବୋଧନ ଦେବେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୬ ।୧୧: ସାରା ଦେଶରେ ନଭେମ୍ବର ୨୬କୁ ସମ୍ବିଧାନ ଦିବସ ଭାବେ ପାଳନ କରାଯାଉଛି । ୧୯୪୯ ମସିହା ନଭେମ୍ବର ୨୬ରେ ସମ୍ବିଧାନ ସଭାରେ ଆମର ସମ୍ବିଧାନକୁ ବିଧିବଦ୍ଧ ଭାବେ ଗ୍ରହଣ କରାଯାଇଥିଲା । ହେଲେ ଏହା ୧୯୫୦ ମସିହା ଜାନୁୟାରୀ ୨୬ରେ ଲାଗୁ କରାଯାଇଥିଲା । ଏହି ଦିନକୁ ରାଷ୍ଟ୍ରୀୟ ଆଇନ ଦିବସ ଭାବେ ମଧ୍ୟ ପାଳନ କରାଯାଇଥାଏ । ଭାରତୀୟ ସମ୍ବିଧାନର ସବୁଠାରୁ ବଡ କଥା ହେଉଛି ଏହା ବିଶ୍ୱର ସବୁଠାରୁ ଲମ୍ବା ଲିଖିତ ସମ୍ବିଧାନ । ଏହି ଅବସରରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମ୍ବିଧାନ ଦିବସ ସମାରୋହରେ ଭାଗ ନେବାର କାର୍ଯ୍ୟକ୍ରମ ରହିଛି । ସଂସଦ ଭବନର କେନ୍ଦ୍ରୀୟ କକ୍ଷରେ ସମ୍ବିଧାନ ଦିବସ କାର୍ଯ୍ୟକ୍ରମକୁ ମୋଦି ସମ୍ବୋଧିତ କରିବେ । ଏହାସହ ବିଜ୍ଞାନ ଭବନ ପରିସରିସରରେ ସୁପ୍ରିମକୋର୍ଟ ଦ୍ୱାରା ଆୟୋଜିତ ସମ୍ବିଧାନ ଦିବସ ସମାରୋହକୁ ଉଦଘାଟନ କରିବେ ।

Share