୭୧ ବର୍ଷରେ ଭାରତୀୟ ସମ୍ବିଧାନ:୨ ବର୍ଷ ୧୧ ମାସ ୧୮ ଦିନରେ ହୋଇଥିଲା ପ୍ରସ୍ତୁତି

ନୂଆଦିଲ୍ଲୀ,୨୬।୧୧: ଭାରତୀୟ ସମ୍ବିଧାନ ପ୍ରସ୍ତୁତିକୁ ଇତିମଧ୍ୟରେ ୭୧ ବର୍ଷ ପୂରିଛି। ୧୯୪୯ ନଭେମ୍ବର ୨୬ରେ ସମ୍ବିଧାନ କମିଟି ଅଧ୍ୟକ୍ଷ ଡ. ଭୀମରାଓ ଆମ୍ବେଡକର ଏହାକୁ ଦାଖଲ କରିଥିଲେ। ସମ୍ବିଧାନର ପ୍ରସ୍ତୁତି ପାଇଁ ୨ ବର୍ଷ ୧୧ ମାସ ୧୮ ଦିନ ସମୟ ଲାଗିଥିଲା। ଏହାକୁ ୧୯୫୦ ଜାନୁୟାରୀ ୨୬ରେ ପ୍ରଣୟନ କରାଯାଇଥିଲା। ଏହାର ସପକ୍ଷରେ ସଂସଦର ୨୮୪ ଜଣ ସଦସ୍ୟ ହସ୍ତାକ୍ଷର କରିଥିଲେ। ସେମାନଙ୍କ ମଧ୍ୟରେ ୧୫ ଜଣ ମହିଳା ସଦସ୍ୟା ଥିଲେ। ପୃଥିବୀର ବିଭିନ୍ନ ରାଷ୍ଟ୍ରର ସମ୍ବିଧାନର କେତେକ ଅଂଶ ଭାରତୀୟ ସମ୍ବିଧାନରେ ସାମିଲ୍‌ କରାଯାଇ ଏକ ବୃହତ୍‌ ସମ୍ବିଧାନ ପ୍ରସ୍ତୁତ କରାଯାଇଥିଲା। ୨୦୧୫ଠାରୁ ନଭେମ୍ବର ୨୬କୁ ସମ୍ବିଧାନ ଦିବସ ଭାବେ ପାଳନ କରାଯାଉଛି।

Share