Categories: ଜାତୀୟ

କୃଷକଙ୍କ ଅଭିଯୋଗର ସମାଧାନ ପାଇଁ ସୁପ୍ରିମକୋର୍ଟଙ୍କ କମିଟି ଗଠନ

ନୂଆଦିଲ୍ଲୀ, ୩।୯: ଶମ୍ଭୁ ସୀମାରେ ଆନ୍ଦୋଳନ କରୁଥିବା କୃଷକଙ୍କ ଅଭିଯୋଗଗୁଡ଼ିକୁ ଭଲଭାବେ ସମାଧାନ କରିବା ପାଇଁ ସୋମବାର ସୁପ୍ରିମକୋର୍ଟ ଏକ କମିଟି ଗଠନ କରିଛନ୍ତି। ଜଷ୍ଟିସ୍‌ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍‌ ଉଜ୍ଜ୍ୱଳ ଭୂୟାନ୍‌ଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି କମିଟି ଗଠନ କରିଛନ୍ତି। ପଞ୍ଜାବ ଓ ହରିୟାଣା ଉଚ୍ଚ ନ୍ୟାୟାଳୟର ପୂର୍ବତନ ବିଚାରପତି ନବାବ ସିଂ ଏହି କମିଟିରେ ଅଧ୍ୟକ୍ଷତା କରିବେ। ସପ୍ତାହେ ମଧ୍ୟରେ ବୈଠକ ଡାକିବା ପାଇଁ ସର୍ବୋଚ୍ଚ ଅଦାଲତ ଉକ୍ତ କମିଟିକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି କୃଷକଙ୍କ ପ୍ରସଙ୍ଗକୁ ରାଜନୀତୀକରଣ ନ କରାଯାଉ ବୋଲି ସମସ୍ତ ରାଜନୈତିକ ଦଳକୁ ସୁପ୍ରିମକୋର୍ଟ ପରାମର୍ଶ ଦେଇଛନ୍ତି। ତେବେ କୃଷକ ନିଜର ଦାବିକୁ ନେଇ ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ କରିବା ପାଇଁ ଅନ୍ୟତ୍ର ସ୍ଥାନାନ୍ତରିତ ହେବା ଲାଗି ସ୍ବତନ୍ତ୍ର ଥିବା ଏହି ଖଣ୍ଡପୀଠ କହିଛନ୍ତି।

Share