ବଲାଙ୍ଗୀର ଅଫିସ,୨୧।୨: କୋଶଲ ସାହିତ୍ୟ ସଂସ୍କୃତି ଏକାଡେମୀ ପକ୍ଷରୁ ବଲାଙ୍ଗୀର ସାମ୍ବାଦିକ ଭବନରେ ସୋମବାର ବିଶ୍ବ ମାତୃଭାଷା ଦିବସ ପାଳିତ ହୋଇଯାଇଛି। ପଦ୍ମଶ୍ରୀ ବିଦ୍ୟାବାଚସ୍ପତି ଡ. ଶ୍ରୀନିବାସ ଉଦ୍ଗାତାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଲୋକକବିରତ୍ନ ପଦ୍ମଶ୍ରୀ ହଳଧର ନାଗ, ପଦ୍ମଶ୍ରୀ ନରସିଂହ ପ୍ରସାଦ ଗୁରୁ, ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, ଭାଷାକର୍ମୀ ରାମଭକ୍ତ ଫରିକାର, ସାକେତ ଶ୍ରୀଭୂଷଣ ସାହୁ, ବୀରେନ୍ଦ୍ର କୁମାର ଝାଙ୍କର, ଶିକ୍ଷାବିତ୍ ମୀନା ମହାରଣା ପ୍ରମୁଖ ମଞ୍ଚାସୀନ ଥିଲେ। ଏହି ଅବସରରେ ଅତିଥିମାନେ ତୁରନ୍ତ କୋଶଲୀ ଭାଷାକୁ ସାମ୍ବିଧାନିକ ମାନ୍ୟତା ପ୍ରଦାନ କରିବାକୁ ଦାବି କରିଥିଲେ। ସଭାକୁ ଏକାଡେମୀ ସମ୍ପାଦକ ଗୋରେଖନାଥ ସାହୁ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ବଲାଙ୍ଗୀର, ସୁବର୍ଣ୍ଣପୁର, ବରଗଡ଼, ନୂଆପଡ଼ା, କଳାହାଣ୍ଡି, ବୌଦ୍ଧ ଜିଲାର ବହୁ ଭାଷାପ୍ରେମୀ, ସାହିତି୍ୟକ ଯୋଗ ଦେଇଥିଲେ ।