କେନ୍ଦ୍ରାପଡା ଅଫିସ,୧୫।୩: କେନ୍ଦ୍ରାପଡା ସହର ତିନିମୁହାଣୀ ଛକ ନିକଟ ନିର୍ମାଣଧୀନ ଗୋବରୀ ନଦୀର ଦକ୍ଷିଣ ପାର୍ଶ୍ୱ ପୋଲବାଡା ବୁଧବାର ଭୁଶୁଡି ପଡ଼ିଛି। ଏହି ସମୟରେ କାର୍ଯ୍ୟରତ ଶ୍ରମିକ ଅଳ୍ପକେ ବଞ୍ଚି ଯାଇଛନ୍ତି। ପୂର୍ତ୍ତ ବିଭାଗ ଅଧିନ ଏହି ପୋଲ ଗତ ୨ ବର୍ଷ ହେବ ନିର୍ମାଣଧୀନ ଅଛି। ଇତିମଧ୍ୟରେ ଘଟଣାକୁ ବହୁ ସମୟ ବିତିଥିଲେ ମଧ୍ୟ କୌଣସି ପ୍ରଶାସନିକ ଅଧିକାରୀ ଘଟଣାସ୍ଥାନରେ ପହଞ୍ଚି ନ ଥିବା ଜଣାପଡିଛି।