Categories: ଜାତୀୟ

ଅଯୋଧ୍ୟାରେ ମସଜିଦ୍‌ ନିର୍ମାଣ: ପ୍ରଥମ ଦାନ ଦେଲେ ଜଣେ ହିନ୍ଦୁ

ଲକ୍ଷ୍ନୌ, ୪।୧୦: ଅଯୋଧ୍ୟାରେ ୫ ଏକର ଜମିରେ ମସଜିଦ୍‌ ନିର୍ମାଣ କରାଯିବ। ଏନେଇ ପ୍ରଥମେ ଜଣେ ହିନ୍ଦୁ ଇଣ୍ଡୋ-ଇସଲାମିକ୍‌ କଲଚାରଲ୍‌ ଫାଉଣ୍ଡେଶନକୁ ଦାନ ଦେଇଛନ୍ତି। ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟର ଆଇନ ପ୍ରଫେସର ରୋହିତ ଶ୍ରୀବାସ୍ତବ ଏହି ଦାନ ଦେଇଥିବା ଇଣ୍ଡୋ-ଇସଲାମିକ୍‌ କଲଚାରଲ୍‌ ଫାଉଣ୍ଡେଶନର ସଚିବ ଅତହର ହୁସେନ ରବିବାର ସୂଚନା ଦେଇଛନ୍ତି। ସ୍ଥାନୀୟ ଧାନିପୁରରେ ମସଜିଦ୍‌ ନିର୍ମାଣ କରାଯିବ। ରୋହିତଙ୍କ ଦାନ ଦେଶରେ ହିନ୍ଦୁ ମୁସଲମାନଙ୍କ ମଧ୍ୟରେ ଥିବା ଅତୁଟ ସମ୍ପର୍କକୁ ସୂଚିତ କରୁଛି। ଭାରତର ସଂସ୍କୃତି ଏବଂ ପରମ୍ପରା ଯେ ଏକତାରେ ହିଁ ପର୍ଯ୍ୟବେସିତ ତାହା ଏହି ଦାନରୁ ପ୍ରମାଣିତ ହୋଇଛି ବୋଲି ଅତହର କହିଛନ୍ତି।

Share