Categories: ଜାତୀୟ

ଭାରତୀୟ ସେନାରେ ସାମିଲ୍‌ ହେବ ଆପାଚେ ଲଢୁଆ ହେଲିକପ୍ଟର

ନୂଆଦିଲ୍ଲୀ,୧୭।୮: ଭାରତୀୟ ସେନାରେ ସାମିଲ୍‌ ହେବ ଆପାଚେ ଲଢୁଆ ହେଲିକପ୍ଟର। ଆମେରିକୀୟ ଏରୋସ୍ପେସ ବୋଇଙ୍ଗ ଏହି ଲଢୁଆ ହେଲିକପ୍ଟର ନିର୍ମାଣ ଆରମ୍ଭ କରିଛି। କମ୍ପାନୀ ସମୁଦାୟ ୬ଟି ଏଏଏଚ-୬୪ଇ ଆପାଚେ ହେଲିକପ୍ଟର ଭାରତୀୟ ସେନାକୁ ଦେବ। ଏଏଏଚ-୬୪ ଆପାଚେ ଦୁନିଆର ସବୁଠାରୁ ଉନ୍ନତମାନର ଲଢୁଆ ହେଲିକପ୍ଟର ମଧ୍ୟରୁ ଅନ୍ୟତମ। ଏହି ହେଲିକପ୍ଟରକୁ କେବଳ ଆମେରିକା ସେନା ବ୍ୟବହାର କରିଥାଏ। ୨୦୨୪ ସୁଦ୍ଧା ଭାରତୀୟ ସେନାକୁ ଏହି ଲଢିଆ ହେଲିକପ୍ଟର ମିଳିବ।

Share