ବାରବାଟୀ ଷ୍ଟାଡିୟମର ନବୀକରଣ ପ୍ରକଳ୍ପର ଶିଳାନ୍ୟାସ: ବିଭିନ୍ନ ଜିଲାରେ ହେବ ୪୧କ୍ରିକେଟ ଏକାଡେମୀ

କଟକ,୨୭।୨: କଟକ ବାରବାଟୀ ଷ୍ଟାଡିୟମ ନବୀକରଣ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହ ରାଜ୍ୟର ବିଭିନ୍ନ ଜିଲାରେ ହେବାକୁଥିବା ଥିବା ୪୧ଟି କ୍ରିକେଟ ଏକାଡେମୀର ମଧ୍ୟ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଛନ୍ତି । ଭର୍ଚ୍ଚୁଆଲ ମାଧ୍ୟମରେ ବୁଧବାର ଏହାର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ । ବାରବାଟୀ ଷ୍ଟାଡିୟମକୁ ୱାଲର୍‌ଡ କ୍ଲାସ କରିବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିବା ସହିତ ନବୀକରଣ କାର୍ଯ୍ୟ ବେଳେ ବାରବାଟୀ ଷ୍ଟାଡିୟମର ମୌଳିକତା ଅକ୍ଷୁର୍ଣ୍ଣ ରହିବ ବୋଲି ମଧ୍ୟ ଆଜି ଘୋଷଣା କରାଯାଇଛି ।
ଶିଳାନ୍ୟାସ ଉତ୍ସବରେ ରାଜ୍ୟ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ସମେତ ଏକ୍ସ ଇଣ୍ଡିଆନ କ୍ରିକେଟର ଇରଫାନ ପଠାନ ଏବଂ ଆଇପିଏଲ ଅଧ୍ୟକ୍ଷ ଉପସ୍ଥିତ ଥିଲେ ।

Share