ପୁରୀ ଅଫିସ,୨୭ା୯: ବିଭିନ୍ନ ସମୟରେ ସମୁଦ୍ର ଜୁଆର କୂଳ ଲଂଘୁଛି। ବେଳେ ବେଳେ ଉଚ୍ଚ ଜୁଆର ରାସ୍ତା କଡ଼ ଫୁଟ୍ପାଥ ପାଖକୁ ମାଡ଼ି ଆସୁଛି। ଫଳରେ ରାସ୍ତା ନଷ୍ଟ ହେଉଛି। ତେଣୁ ବର୍ତ୍ତମାନ ବେଳାଭୂମି ରାସ୍ତା ସମ୍ପ୍ରସାରଣ ସମେତ ରାସ୍ତାକଡ଼ ଫୁଟ୍ପାଥ କାମ ବି ଚାଲିିଛି। ସ୍ବର୍ଗଦ୍ୱାରଠାରୁ ମଙ୍ଗଳା ମୁହାଣ ଆଡ଼କୁ ରାସ୍ତା ଶେଷ ପର୍ଯ୍ୟନ୍ତ ଏହି ଫୁଟ୍ପାଥ ତିଆରି କରାଯିବ। ପୂର୍ବରୁ ଇଟା ତିଆରି ସୁରକ୍ଷା ପାଚେରୀ ନିର୍ମାଣ କରାଯାଇଥିଲା। ମାତ୍ର ତାହା ଭାଙ୍ଗିଯିବା ପରେ ବେଳାଭୂମି କଡ଼ ଫାଙ୍କା ରହିଥିଲା। ଫଳରେ ପବନରେ ବାଲି ଉଡ଼ିି ଆସି ରାସ୍ତାରେ ଜମୁଥିଲା। ବର୍ତ୍ତମାନ ବେଳାଭୂମି ଏହି ଫୁଟ୍ପାଥ ତିଆରି କରାଯାଉଛି। ବେଳାଭୂମି ମାର୍ଗରେ ଯେଉଁଠି ଫୁଟ୍ପାଥ ଭାଙ୍ଗି ଯାଇଛି ତାହାମଧ୍ୟ ମରାମତି କରାଯିବ ବୋଲି ଆର୍ ଆଣ୍ଡ ବି ନିର୍ବାହୀ ଯନ୍ତ୍ରୀ ଗିରିଶ ଚନ୍ଦ୍ର ରାୟ କହିଛନ୍ତି।