ବାଇପାସ୍‌ ରାସ୍ତା ନିର୍ମାଣ: ପୋତିହେଲାଣି କେନାଲ ଶଯ୍ୟା

ପଟ୍ଟାମୁଣ୍ଡାଇ,୧୨/୨(କଳ୍ପତରୁ ନାୟକ):କଟକ ଜଗତପୁରଠାରୁ ବାହାରିଥିବା କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇର ଅଳଭା-ଗଣ୍ଡାକିଆ-କୋରିଆପଲା ପର୍ଯ୍ୟନ୍ତ ଯାଇଥିବା ପଟ୍ଟାମୁଣ୍ଡାଇ କେନାଲ ପ୍ରତି ବିପଦ ସୃଷ୍ଟି ହୋଇଛି। ଜଳ ସମ୍ପଦ ବିଭାଗର ଖାମଖିଆଲି ନୀତି ଏବଂ ପୂର୍ତ୍ତ ବିଭାଗର ଅଣଦେଖା ପାଇଁ ଠିକାଦାର କେନାଲ ବନ୍ଧକୁ ହାଣି ମାଟିକୁ ବାଇପାସ୍‌ ରାସ୍ତା ନିର୍ମାଣରେ ଲଗାଇଛନ୍ତି। ଫଳରେ କେନାଲ ବନ୍ଧରୁ ଅତଡ଼ା ଖାଇ ଶଯ୍ୟା ପୋତିହୋଇଯାଇଛି। କେନ୍ଦ୍ରାପଡ଼ାର ଭାତହାଣ୍ଡି କୁହାଯାଉଥିବା ଉତିକଣ ଭେଡାକୁ ଜଳସେଚନରେ ବାଧା ସୃଷ୍ଟି ହେବା ନେଇ ଜଳ ସମ୍ପଦ ବିଭାଗ କି ପୂର୍ତ୍ତ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ। ଏଥିଯୋଗୁ ଆଗାମୀଦିନରେ କେନାଲରେ ଜଳ ପରିଚାଳନା ଠିକ୍‌ ହୋଇପାରିବ ନାହିଁ ବୋଲି ବୁଦ୍ଧିଜୀବୀ ଓ ଚାଷୀମାନେ ମତପ୍ରକାଶ କରିଛନ୍ତି।
ଚାଷୀ ବିଜୟ ଦାସ, ନରେଶ ଜେନା, ରଞ୍ଜିତ ପ୍ରଧାନ, କୁଞ୍ଜବିହାରୀ ନାୟକ, ସୁଶାନ୍ତ ସାମଲ ପ୍ରମୁଖ କହିଛନ୍ତି, ପଟ୍ଟାମୁଣ୍ଡାଇ ଅଞ୍ଚଳର ଚାଷୀମାନଙ୍କର ଏକମାତ୍ର ଭରସା ପଟ୍ଟାମୁଣ୍ଡାଇ କେନାଲ। ଧାନଚାଷ ସମୟରେ ଏବଂ ବନ୍ୟା ପରିସ୍ଥିତିରେ ଏହି କେନାଲ ସହାୟକ ହୋଇଥାଏ। ଚାଷଜମିକୁ ଜଳଯୋଗାଣ ବ୍ୟବସ୍ଥା ସୁସଙ୍ଗଠିତ ଓ ସୁନିୟନ୍ତ୍ରିତ ଲାଗି ୨୦୧୬ରେ ରାଜକୋଷରୁ ଅର୍ଥ ବ୍ୟୟ କରାଯାଇ ଏହି କେନାଲ ଦୁଇପାଶର୍‌ବକୁ ପୋତା ଯାଇ ଏହାର ଓସାରକୁ କମାଇ ଦିଆଯାଇଥିଲା। ମାତ୍ର ପଟ୍ଟାମୁଣ୍ଡାଇ ପୂର୍ତ୍ତ ବିଭାଗ ଅଧୀନ ବଜାର ବାଇପାସ୍‌ଠାରୁ କଖାରୁଣି ପୋଲ ପର୍ଯ୍ୟନ୍ତ କେନାଲ ରାସ୍ତା ଉନ୍ନତୀକରଣ କାର୍ଯ୍ୟ ଚାଲୁଥିବା ବେଳେ ତାହା ନିମ୍ନମାନର ହେଉଥିବା ଅଭିଯୋଗ ହୋଇଛି। ଏହି କେନାଲ ବନ୍ଧ ରାସ୍ତାଟି ପୂର୍ବରୁ ଜଳ ସମ୍ପଦ ବିଭାଗ ଅଧୀନରେ ଥିଲା। ଏହା ୨୦୨୩ରେ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରାଯାଇ ବାଇପାସ୍‌ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲୁଛି। ରାସ୍ତାପାର୍ଶ୍ୱରେ ଥିବା ଗଛ କଟାଯିବା, ବାହାରୁ ମାଟି କିଣି ପକାଇବା ସହ ବିଦ୍ୟୁତ୍‌ ଖୁଣ୍ଟ ଉଠାଯିବା ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ଆକଳନ କରାଯାଇ ବ୍ୟୟ ଅଟକଳ କରାଯାଇଛି। ତେବେ ଆଶ୍ଚର୍ଯ୍ୟର କଥା ଏ ପର୍ଯ୍ୟନ୍ତ ଗୋଟିଏ ବିଦ୍ୟୁତ୍‌ ଖୁଣ୍ଟ ଉଠାଯାଇନାହିଁ କି ଗଛ କଟାଯାଇନାହିଁ। ଏପଟେ ରାସ୍ତା ନିର୍ମାଣ କାର୍ଯ୍ୟ ପାଇଁ ଠିକାଦାର କେନାଲର ଦକ୍ଷିଣ ପାର୍ଶ୍ୱ, ଶଯ୍ୟାକୁ ହାଣି ମାଟି କାମ କରି ଚାଲିଛନ୍ତି। ପୂର୍ବରୁ ଏହି ରାସ୍ତାର ଓସାର ୩.୭୫ ମିଟର ଥିବାବେଳେ ନୂତନ ଭାବେ କରାଯାଇଥିବା ଟେଣ୍ଡରରେ ଏହାର ଓସାର ୭.୭ ମିଟର କରାଯିବ ବୋଲି ସ୍ଥିର କରାଯାଇଛି। ରାସ୍ତାର ବାମପାଶର୍‌ବରେ ହାଇଲେଭଲ କେନାଲ ରହିଥିବା ହେତୁ ରାସ୍ତା ଓସାର ଦକ୍ଷିଣ ପାଶର୍‌ବରେ ହେବ ବୋଲି ସ୍ଥିର କରାଯାଇଛି। ମାତ୍ର ଠିକାଦାର ୨୦୧୬ରେ ଏଡିବି ଦ୍ୱାରା କରାଯାଇଥିବା ପୋତେଇ କାର୍ଯ୍ୟକୁ ବ୍ୟବହାର କରି ବାମପାର୍ଶ୍ୱରେ ରାସ୍ତା କାମ କରିଚାଲିଛନ୍ତ। ଅନ୍ୟପକ୍ଷରେ ଠିକାଦାର ବେଆଇନ ଭାବେ କେନାଲରୁ କେଉଁଠି ମାଟି ଉଠାଇ ତ ଆଉ କେଉଁଠାରେ ମାଟିକୁ ଗଦାକରି କାମ କରୁଥିବାରୁ ଶଯ୍ୟା ପୋତି ହୋଇ ଉଚ୍ଚା ଢିପ ଭଳି ହୋଇରହିଛି। ଫଳରେ ଜଳଯୋଗାଣ ବ୍ୟବସ୍ଥାରେ ବାଧା ସୃଷ୍ଟି ହେବାରେ ଲାଗିଛି। ରାସ୍ତା ପ୍ରଶସ୍ତୀକରଣ ଦକ୍ଷିଣ ପାର୍ଶ୍ୱକୁ ହେବାକୁ ଥିବାବେଳେ ଠିକାଦାର କେନାଲକୁ ଲଗାଇ ନିମ୍ନମାନର କାମ କରୁଥିବା ଅଭିଯୋଗ ହୋଇଛି। ପୂର୍ତ୍ତ ବିଭାଗ ପକ୍ଷରୁ ଅଣଦେଖା କରାଯାଉଥିବା ଯୋଗୁ ଠିକା ସଂସ୍ଥା ନିମ୍ନମାନର କାର୍ଯ୍ୟ କରୁଥିବା ଲୋକେ କହିଛନ୍ତି। ଏ ସମ୍ପର୍କରେ ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ରତିକାନ୍ତ ବେହେରାଙ୍କୁ ପଚାରିବାରୁ କାମ ଶେଷ କରିବାକୁ ଠିକାଦାରକୁ ନିର୍ଦ୍ଦେଶ ଦେଇଛୁ। ପ୍ରତ୍ୟେକ ସମୟରେ କାମ ତଦାରଖ କରୁଛୁ। ଅନିୟମିତତା ହେଉନାହିଁ। ଏ ସମ୍ପର୍କରେ ଜଳ ସମ୍ପଦ ବିଭାଗର ଏସଡିଓ ପ୍ରଭାତ ସାହୁଙ୍କୁ ପଚାରିବାରେ ଅଭିଯୋଗ ପାଇବା ପରେ ଶୁକ୍ରବାର କାର୍ଯ୍ୟ କ୍ଷେତ୍ର ତନଖି କରି କେନାଲ ପୋତି ହୋଇ ଯାଇଥିବାରୁ ପୂର୍ତ୍ତ ବିଭାଗକୁ ଚିଠି କରିଛି ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ପଟ୍ଟାମୁଣ୍ଡାଇ ପୂର୍ତ୍ତ ବିଭାଗରେ କର୍ଯ୍ୟ ତଦାରଖ ପାଇଁ ସହକାରୀ ଯନ୍ତ୍ରୀ, କନିଷ୍ଠଯନ୍ତ୍ରୀଙ୍କ ନିଯୁକ୍ତି ହୋଇ ନାହାନ୍ତି। ଏଥିଯୋଗୁ ନିର୍ମାଣ ଓ ଉନ୍ନତିମୂଳକ କର୍ଯ୍ୟ ତଦାରଖ ହେଉ ନ ଥିବାରୁ କାମର ସ୍ଥାୟିତ୍ୱକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କୁ ହତ୍ୟା ଅଭିଯୋଗରେ ସ୍ବାମୀ ଗିରଫ

କୁଚିଣ୍ଡା,୩୦୩(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ମହୁଲପାଲି ଥାନା କୁସୁମୀ ଫାଣ୍ଡି ଅଞ୍ଚଳରେ ଘରୋଇ କଳହକୁ ନେଇ ଜଣେ ମହିଳାଙ୍କୁ ହତ୍ୟା କରିଛନ୍ତି ତାଙ୍କ ସ୍ବାମୀ। ମୃତା...

ଦୁର୍ଘଟଣାରେ ସେନା କର୍ମଚାରୀଙ୍କ ଚାଲିଗଲା ଜୀବନ

କେନ୍ଦୁଝର,୩୦ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ବ୍ଲକ୍‌ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ ନୂଆଗାଁ ଗ୍ରାମର ଷଷ୍ଠ ବାଟାଲିୟନ, ବିହାର ରେଜିମେଣ୍ଟରେ ହାବିଲଦାର ତଥା ଗାଡ଼ି ଚାଳକ...

ଥାନା ଅଧିକାରୀଙ୍କୁ ସଂଘବଦ୍ଧ ଆକ୍ରମଣ, ୨ ଅଭିଯୁକ୍ତଙ୍କୁ ଛଡ଼ାଇନେଲେ

କୋରେଇ,୩୦।୩(ଚନ୍ଦ୍ରକାନ୍ତ ପତି): ଚୋରି ବାଇକ୍‌କୁ ଜବତ କରିବାକୁ ଯାଇଥିବା ଯାଜପୁର ଜିଲା କୋରେଇ ଥାନା ପୋଲିସ ଟିମ୍‌କୁ ପୂର୍ବକୋଟ ତେଲେଙ୍ଗା ବସ୍ତିର ଲୋକମାନେ ଆକ୍ରମଣ କରିବା...

ନବବଧୂଙ୍କ ମୃତ୍ୟୁ, ସ୍ବାମୀ ଥାନାରେ ଅଟକ

ହିଞ୍ଜିଳିକାଟୁ,୩୦।୩(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ପୌରାଞ୍ଚଳ ଆଙ୍କୋରଡ଼ା ଗ୍ରାମରେ ଜଣେ ନବବଧୂଙ୍କ ମୃତ୍ୟୁ ଘଟିଛି। କୋଳିଦାସପୁର ଗ୍ରାମର ଶଙ୍କର ଭଉଳଙ୍କ ଝିଅ ଦୀପିକା ଭଉଳ(୧୯)।...

୪ବର୍ଷ ତଳେ କରିଥିଲେ ବିବାହ: ଘରୁ ମିଳିଲା ଦମ୍ପତିଙ୍କ ମୃତଦେହ

ମୁରିବାହାଲ,୩୦ା୩(ଶ୍ରୀବତ୍ସ ବେହେରା): ବଲାଙ୍ଗୀର ଜିଲା ମୁରିବାହାଲ ଥାନା ଅନ୍ତର୍ଗତ ଗୁଡିଘାଟ ଗ୍ରାମରେ ରବିବାର ଏକ ଦମ୍ପତିଙ୍କ ମୃତଦେହ ବନ୍ଦ କୋଠରିରୁ ଜବତ କରାଯାଇଛି। ସେମାନେ ହେଲେ...

ଭାଜପା କର୍ମୀଙ୍କୁ ଗୁଳି କରି ହତ୍ୟା

କବିସୂର୍ଯ୍ୟନଗର,୩୦ା୩(କୃପାସିନ୍ଧୁ ସ୍ବାଇଁ): ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ପଥରାପଲ୍ଲୀ ଗାଁର ମୁଖ୍ୟ ସଡ଼କ ଉପରେ ରବିବାର ଗୁଳିମାଡ଼ରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସେ ହେଲେ...

ବାଇକ୍‌ ଦୁର୍ଘଟଣାରେ ଜଣେ ଛାତ୍ର ମୃତ, ଅନ୍ୟ ଜଣେ ଗୁରୁତର

ଥୁଆମୂଳ ରାମପୁର,୩୦।୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଧୀନ ବାଗଡିଆଣି-ଲାଠିଆଗୁଡ଼ା ଛକ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଥିବା...

ହାତୀଙ୍କୁ ଠେଙ୍ଗାରେ ମାଡ଼ ଘଟଣା: ଭିଡିଓ ଭାଇରାଲ ପରେ ଅଭିଯୁକ୍ତ ଚିହ୍ନଟ

କେନ୍ଦୁଝର,୩୦ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ହାତୀପଲକୁ ଠେଙ୍ଗାରେ ମାଡ଼ ଘଟଣାରେ ବନ ବିଭାଗ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି। ଭିଡିଓ ଭାଇରାଲ ପରେ ଧରିତ୍ରୀରେ ଖବର...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image