ବାରିପଦା ଅଫିସ,୨୪।୪: ମୟୂରଭଞ୍ଜ ଜିଲା ପୂର୍ତ୍ତବିଭାଗ ଅଧୀନରେ ହେଉଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ମନମୁଖି ଭାବେ ଚାଲିଛି। ବିନା ଏଷ୍ଟିମେଟରେ ଲକ୍ଷ ଲକ୍ଷ ଟଙ୍କାର କାର୍ଯ୍ୟ କରାଯାଉଥିବା ଅଭିଯୋଗ ହୋଇଛି। ନିର୍ମାଣାଧିନ ଏକ ଅଫିସ ଗୃହ କାର୍ଯ୍ୟ ବିନା ଟେଣ୍ଡରରେ କରାଯିବା ନେଇ ଅଞ୍ଚଳବାସୀ ରାସ୍ତା ଓ ଗୃହ(ପୂର୍ତ୍ତ) ବିଭାଗ ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏହାର ବିଧିବଦ୍ଧ ତଦନ୍ତ କରା ନ ଗଲେ ଅଗାମୀ ଦିନରେ ଆନ୍ଦୋଳନାତ୍ମକପନ୍ଥା ଅବଲମ୍ବନ କରିବେ ବୋଲି ଲୋକେ ଚେତାବନୀ ଦେଇଛନ୍ତି।
ବାରିପଦା ସବଡିଭିଜନ-୨ ପୂର୍ତ୍ତ ବିଭାଗ(ରାସ୍ତା ଓ ଗୃହ)ର ଅତିରିକ୍ତ ନିର୍ବାହୀଯନ୍ତ୍ରୀଙ୍କ କାର୍ଯ୍ୟାଳୟର ଦ୍ୱିତୀୟ ମହଲା କାର୍ଯ୍ୟ ଚାଲୁ ରହିଛି ା ଅଫିସ କାର୍ଯ୍ୟ ଚାଲୁଥିବା ବିଲ୍ଡିଂ ଉପରେ ନୂତନ ଭାବେ ଅନ୍ୟ ଏକ ଗୃହ ନିର୍ମାଣ କରାଯାଉଥିବା ବେଳେ କାର୍ଯ୍ୟର ବିବିରଣୀ ସମ୍ପର୍କରେ କୌଣସି ସୂଚନା ପ୍ରଦାନ କରାଯାଇ ନାହିଁ। ଅଫିସର ଓ ଠିକାଦାରଙ୍କ ସଲାସୁତୁରାକୁ ନେଇ ବିଭାଗ ଦ୍ୱାରା ବିଭିନ୍ନ କାର୍ଯ୍ୟ ବିନା ଟେଣ୍ଡରରେ କରାଯାଉଥିବା ବେଳେ କାର୍ଯ୍ୟର ମାନକୁ ଠିକ୍ ଭାବେ ପରୀକ୍ଷା ନୀରିକ୍ଷା କରାଯାଉ ନାହିଁ। ଏପରିକି ୫ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର କାର୍ଯ୍ୟକୁ ଟେଣ୍ଡର ମାଧ୍ୟମରେ କରାଯିବା ସହ ଟେଣ୍ଡର ଆହ୍ବାନ କରିବା ପାଇଁ ନୋଟିସ ମଧ୍ୟ ଜାରି କରାଯାଇ ନାହିଁ ା ଫଳରେ ପୂତ୍ତର୍ର୍ ବିଭାଗ ଏବେ ଦୁହଁାଳିଆ ଗାଈ ସଦୃଶ ପାଲଟିଛି। ସେହିପରି ଜିଲାରେ ନିର୍ମାଣ ହେଉଥିବା ରାସ୍ତା ଓ ଗୃହଗୁଡ଼ିକ ଅତ୍ୟନ୍ତ ନିମ୍ନମାନର କରାଯାଉଥିବା ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଛି। ଏ ସମ୍ପର୍କରେ ସହକାରୀ ନିର୍ବାହୀଯନ୍ତ୍ରୀ ଗୌରୀ ଚରଣ ଗିରିଙ୍କୁ ପଚାରିବାରୁ ରିପାୟାରିଂ ପାଣ୍ଠିରୁ ନୂତନ ଗୃହ ନିର୍ମାଣ କରାଯାଉଛି। ପାଣ୍ଠିରେ ଥିବା ଟଙ୍କାକୁ ନେଇ କାର୍ଯ୍ୟ କରାଯାଉଥିବା ବେଳେ କୌଣସି ଏଷ୍ଟିମେଣ୍ଟ କରାଯାଇ ନାହିଁ। ଟଙ୍କା ସରିଗଲେ କାର୍ଯ୍ୟ ବନ୍ଦ ରହିବ,ଟଙ୍କା ଆସିଲେ କାର୍ଯ୍ୟ ଚାଲୁ ରହିବ ବୋଲି କହିଛନ୍ତି। ତେବେ ନୂତନ କାର୍ଯ୍ୟଗୁଡ଼ିକ ବିନା ଏଷ୍ଟିମେଟରେ କିପରି କରାଯାଉଛି ଓ ଏଥିରେ କାହାର ସ୍ବାର୍ଥ ଲୁଚି ରହିଛି ତାହା ତଦନ୍ତ ସାପେକ୍ଷ ା