ଗୁମ୍ମା ମିନି ଷ୍ଟାଡିୟମ୍‌ ନିର୍ମାଣ କାର୍ଯ୍ୟ ନିମ୍ନମାନର

ପାରଳାଖେମୁଣ୍ଡି,୩ା୭(ଗିରିଧାରୀ ପରିଚ୍ଛା): ସରକାର ଉପାନ୍ତ ଅଞ୍ଚଳର ବିକାଶ ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ବ୍ୟୟବରାଦ କରୁଥିବା ବେଳେ ଅଞ୍ଚଳର ବିକାଶ ନାଁରେ ହରିଲୁଟ ଚାଲିଛି। ଗଜପତି ଜିଲା ଗୁମ୍ମା ବ୍ଲକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଭାବେ ପରିଚିତ। ହେଲେ ଗୁମ୍ମାରେ ବିଭାଗୀୟ ଅଧିକାରୀଙ୍କ ମନମୁତାବକ କାର୍ଯ୍ୟ ପାଇଁ ସରକାରୀ ଯୋଜନା ବାଟବଣା ହୋଇଥିବା ଅଭିଯୋଗ ହୋଇଛି।
ମୁତାବକ, ବ୍ଲକ କାର୍ଯ୍ୟାଳୟର ଅତି ନିକଟରେ ଗୁମ୍ମା ମିନି ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ ନିମ୍ନମାନର ହୋଇଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ। ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ ଶେଷ ହେବାର ମାସକ ମଧ୍ୟରେ ମୁଖ୍ୟ ଫାଟକ ସାମ୍ନାରେ ପେବର ବ୍ଲକ ଦବିଯିବା ସହ ଖାଲ ହୋଇଥିବା ଦେଖିବାକୁ ମିଳିଛି। ନିର୍ମାଣ କାର୍ଯ୍ୟ ଆରମ୍ଭଠାରୁ ଶେଷ ପର୍ଯ୍ୟନ୍ତ ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀ କେଉଁ ଆଧାରରେ ଏପରି କାର୍ଯ୍ୟ ତଦାରଖ କରିଥିଲେ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସଦର ମହକୁମା ନିକଟସ୍ଥ ମିନି ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ପାଇଁ ୬ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇ ୬ମାସ ବିତିବା ପୂର୍ବରୁ ଏପରି ଅବସ୍ଥା ଦେଖବାକୁ ମିଳିଛି। ସେହିପରି ଗ୍ରାମାଞ୍ଚଳର ବିକାଶ ପାଇଁ ଯେଉଁ ଅର୍ଥ ମଞ୍ଜୁର କରାଯାଇଛି ସେସବୁକୁ ଅଧିକାରୀମାନେ ଅଧିକ ପରିମାଣରେ ଖର୍ଚ୍ଚ କରୁଥିବା ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ଉଚ୍ଚସ୍ତରୀୟ ତଦନ୍ତ ଦାବି କରାଯାଇଛି। ଏନେଇ ସହକାରୀ ଯନ୍ତ୍ରୀଙ୍କୁ ଯୋଗାଯୋଗ ପରେ ବି କୌଣସି ଉତ୍ତର ମିଳିନି।

Share