ମଣ୍ଡପ ବସ୍ତି ନିର୍ମାଣ କାର୍ଯ୍ୟ ସରୁନି

ଭୁବନେଶ୍ୱର,୧୧।୭(ବନ୍ଦନା ସେଠୀ):ଭୁବନେଶ୍ୱରରେ ଥିବା ବସ୍ତିଗୁଡିକର ଉନ୍ନତୀକରଣ ତଥା ବସ୍ତିବାସିନ୍ଦାଙ୍କୁ ବିଭିନ୍ନ ଯୋଜନାରେ ଥଇଥାନ ନିମନ୍ତେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଓ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ନାନା ପଦକ୍ଷେପ ଗ୍ରହଣ କରାଯାଉଛି। ମାତ୍ର ନିର୍ଦ୍ଧାରିତ ସମୟ ମଧ୍ୟରେ ନିର୍ମାଣ କାର୍ଯ୍ୟ ସରୁ ନ ଥିବାରୁ ହିତାଧିକାରୀମାନେ ଲାଭବାନ ହୋଇପାରୁ ନାହାନ୍ତି। ରାଜୀବ ଆବାସ ଯୋଜନା (ଇନ୍‌-ସିଟୁ ରିଡେଭେଲେପମେଣ୍ଟ) ଅଧୀନରେ ମଣ୍ଡପ ବସ୍ତିରେ ୪୦୦ ୟୁନିଟ୍‌ ବିଶିଷ୍ଟ ବିଲ୍ଡିଂ ନିର୍ମାଣ କାର୍ଯ୍ୟ ଚାଲିଛି। ମାତ୍ର ଯେଉଁ କ୍ରମରେ ନିର୍ମାଣ କାର୍ଯ୍ୟ ସରିବା କଥା ଏ ଯାଏ ତାହା ହୋଇପାରିନାହିଁ। ଏଠାରେ ମୋଟ୍‌ ୫ଟି ବ୍ଲକ୍‌ ନିର୍ମାଣ କରାଯିବାକୁ ଥିବାବେଳେ ଏଯାବତ୍‌ ମାତ୍ର ୨ଟି ବ୍ଲକ୍‌ ନିର୍ମାଣ ହୋଇଛି। ତେଣୁ ନିର୍ମାଣ ଦାୟିତ୍ୱରେ ଥିବା ‘ବ୍ରିଜ୍‌ ଆଣ୍ଡ୍‌ ରୁଫ୍‌’ ସଂସ୍ଥାକୁ ତୁରନ୍ତ କାମ ସାରିବାକୁ କମିଶନର ବିଜୟ ଅମୃତା କୁଲାଙ୍ଗେ ନିର୍ଦ୍ଦେଶ ଦେଇଛନ୍ତି। ସୋମବାର କମିଶନର, ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ, ଡେପୁଟି କମିଶନର ରମେଶ ଚନ୍ଦ୍ର ଜେନା ପ୍ରମୁଖ ସମ୍ପୃକ୍ତ ବସ୍ତି ଗସ୍ତ କରି କାର୍ଯ୍ୟର ସମୀକ୍ଷା କରିଥିଲେ। ସମ୍ପୃକ୍ତ ସଂସ୍ଥା ଠିକ୍‌ ଭାବେ କାମ କରୁ ନ ଥିବାରୁ ତାକୁ ତାଗିଦ୍‌ କରାଯାଇଥିଲା। ଏହାପରେ ଅକ୍ଟୋବର ଶେଷ ସୁଦ୍ଧା ଗୋଟିଏ ବ୍ଲକ୍‌ ଏବଂ ଡିସେମ୍ବର ସୁଦ୍ଧା ବାକି ଆଉ ୨ଟି ବ୍ଲକ୍‌ ନିର୍ମାଣ ଶେଷ କରିବା ପାଇଁ ସଂସ୍ଥା ପ୍ରତିଶ୍ରୁତି ଦେଇଥିଲା। ସେହିପରି ସେଠାରେ ରହୁଥିବା ପରିବାର ବ୍ୟବହାର କରୁଥିବା ବିଦ୍ୟୁତ୍‌ ପାଇଁ ଗୋଟିଏ ମିଟର ବସିଛି। ମାସ ଶେଷକୁ ଯେତିକି ବିଦ୍ୟୁତ୍‌ ବିଲ୍‌ ଆସୁଛି ତାହା ୟୁନିଟ୍‌ ପିଛା ୮ରୁ ୯ଟଙ୍କା ପଡୁଛି। ତେଣୁ ବିଏମ୍‌ସି ପକ୍ଷରୁ ତୁରନ୍ତ ସେଠାରେ ଟ୍ରାନ୍ସଫରର୍ମର ବସାଇବା ପାଇଁ ମେ’ ମାସରେ ଦାବି କରାଯାଇଥିଲା। ବିଭାଗୀୟ ଅଧିକାରୀ ଆସନ୍ତା ୧ମାସ ମଧ୍ୟରେ ଏନେଇ ପଦକ୍ଷେପ ନେବା ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ତାହା ମଧ୍ୟ ଏଯାବତ୍‌ କାର୍ଯ୍ୟକାରୀ ହୋଇପାରିଲା ନାହିଁ। ତେବେ ଆସନ୍ତା ୧୦ଦିନ ଭିତରେ ସେଠାରେ ଟ୍ରାନ୍ସଫରର୍ମର ବସାଯିବ ବୋଲି ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ବିଲ୍ଡିଂରେ ମୋଟ୍‌ ୫ଟି ବ୍ଲକ୍‌ ରହିଛି। ବର୍ତ୍ତମାନ ସୁଦ୍ଧା ବ୍ଲକ୍‌-୪ ଓ ବ୍ଲକ୍‌-୫ର ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇଥିବାବେଳେ ବ୍ଲକ୍‌-୧, ବ୍ଲକ୍‌-୨, ବ୍ଲକ-୩ର କାର୍ଯ୍ୟ ନିର୍ମାଣଧୀନ ରହିଛି। ନିର୍ମାଣ ହୋଇଥିବା ୧୬୦ ୟୁନିଟ୍‌ ମଧ୍ୟରୁ ୧୫୩ଟି ପରିବାର ବସବାସ କରୁଛନ୍ତି। ଆହୁରି ୨୪୭ଟି ଯୋଗ୍ୟ ପରିବାର ଏଠାରେ ରହିବା ପାଇଁ ଚାହିଁ ବସିଥିବାବେଳେ ନିର୍ମାଣ କାର୍ଯ୍ୟ ସରିବାର ନାଁ ଧରୁନି। ୬ମାସ ମଧ୍ୟରେ ନିର୍ମାଣ କାର୍ଯ୍ୟ ସରିବ ବୋଲି ମେ’ ମାସରେ ସୂଚନା ଦିଆଯାଇଥିବାବେଳେ ଏବେ ଏହାକୁ ଆଉ ୨ମାସ ଘୁଞ୍ଚାଇ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ଏମାନଙ୍କୁ ଆଦୌ ମିଳିବନି ସୁଭଦ୍ରା ଟଙ୍କା, ଆବେଦନ କଲେ ବି କଟିଯିବ…

ଭୁବନେଶ୍ୱର,୨୧।୯: ସୁଭଦ୍ରା ଯୋଜନାର ଶୁଭାରମ୍ଭ ପରେ ୨୫ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି। ପ୍ରାୟ ୧୨ ଶହ ୫୦ କୋଟି ଟଙ୍କା ସୁଭଦ୍ରା ହିତାଧିକାରୀଙ୍କ...

ଅଭିଯୋଗ ପ୍ରକୋଷ୍ଠରେ ରହିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିଜ ଘର ଦେଇଦେଲେ…

ଭୁବନେଶ୍ୱର,୨୧।୯: ଉଦାହରଣ ସୃଷ୍ଟିକଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଲୋକଙ୍କ ପାଇଁ ନିଜ ଘର ଦେଇଦେଲେ ମୁଖ୍ୟମନ୍ତ୍ରୀ। କେନ୍ଦୁଝରରେ ଥିବା ନିଜ ମଣ୍ଡୁଆ ବାସଭବନକୁ ଲୋକଙ୍କୁ ଉତ୍ସର୍ଗ...

ଗୋଟିଏ ଟ୍ରାକ୍‌ରେ ୨ ଟ୍ରେନ୍‌ ସାମ୍‌ନା ସାମ୍‌ନି

ରାଉରକେଲା,୨୧।୯(ଦିନେଶ ମିଶ୍ର): ରାଉରକେଲା ବାସନ୍ତୀ ରେଲୱେ ଓଭରବ୍ରିଜ ନିକଟରେ ଶନିବାର ଗୋଟିଏ ରେଳ ଦୁର୍ଘଟଣା ଟଳିଯାଇଛି। ଗୋଟିଏ ରେଳ ଟ୍ରାକ୍‌ରେ ଗୋଟିଏ ମାଲବାହୀ ଓ ଅନ୍ୟଟି...

ସୃଷ୍ଟିହେଲା ୨ଟି ଘୂର୍ଣ୍ଣିବଳୟ, ୧୨ଜିଲାରେ ଅତି ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୧।୯: ବଙ୍ଗୋପସାଗର ଓ ତତ୍‌ ସଂଲଗ୍ନ ଅଞ୍ଚଳରେ ୨ଟି ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ୨୩ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି...

ଯାଆଁଳା ଉଉଣୀଙ୍କୁ ଚାପିଦେଲା ଟ୍ରକ, ଆଉ ତା’ପରେ…

ଢେଙ୍କାନାଳ,୨୧।୯: ପୁରୁଣାକଟକ-ସମ୍ବଲପୁର ରାସ୍ତା ଶୁକିଆବାଉତି ଛକରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଚାପାରେ ଦୁଇ ଯାଆଁଳା ଉଉଣୀଙ୍କ ମୃତ୍ୟୁ ଘଟିଥିବା ବେଳେ...

ଭରତପୁର କାଣ୍ଡକୁ ନେଇ ବଡ଼ ଖବର: ମିଳିଗଲା ଜାମିନ୍‌

ଭୁବନେଶ୍ୱର,୨୧॥୯: ମେଜରଙ୍କ ବାନ୍ଧବୀଙ୍କୁ ଚନ୍ଦକା ରାସ୍ତାରେ ମାଡ଼ ଅଭିଯୋଗ ଘଟଣାରେ ଶନିବାର ୭ଜଣ ରୋଡ୍‌ ରୋମିଓଙ୍କୁ ଗିରଫ କରାଯାଇଥିଲା। କିନ୍ତୁ ବନ୍ଧା ହେବାର ୪ଘଣ୍ଟା ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri