ନୂତନ ମଡେଲ ବସ୍‌ଷ୍ଟାଣ୍ଡ ନିର୍ମାଣ ନେଇ କାର୍ଯ୍ୟ ଆରମ୍ଭ

କୋରାପୁଟ,୧୦ା୬(ସ୍ବ.ପ୍ର.): କୋରାପୁଟ ମ୍ୟୁନିସିପାଲିଟି ପକ୍ଷରୁ ସହରରେ ଏକ ନୂତନ ମଡେଲ ବସ୍‌ଷ୍ଟାଣ୍ଡ ନିର୍ମାଣ ହେବ। ଏନେଇ ହକି ପଡ଼ିଆଠାରେ ପ୍ରାରମ୍ଭିକ କର୍ଯ୍ୟ ଆରମ୍ଭ ହେଇଥିବା ପୌରାଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀ କହିଛନ୍ତି। ପୂର୍ତ୍ତ ବିଭାଗ ପକ୍ଷରୁ ଏହି ମଡେଲ ବସ୍‌ଷ୍ଟାଣ୍ଡ ନିର୍ମାଣ କରାଯିବାକୁ ସ୍ଥିର ହୋଇଛି। ଗୁରୁବାର ହକି ପଡିଆଠାରେ ମାଟି ପରୀକ୍ଷଣ କାର୍ଯ୍ୟ ଶେଷ ହୋଇଛି। ଏହି ଅବସରରେ ପୌରାଧ୍ୟକ୍ଷ ସେଠୀ ଓ ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ଶରତ ପାତ୍ରଙ୍କ ସମେତ କାଉନସିଲରମାନେ ଉପସ୍ଥିତ ଥିଲେ ା ସଂଗୃହୀତ ମାଟି ପରୀକ୍ଷା ପାଇଁ ଭୁବନେଶ୍ୱର ପଠାଯିବ ବୋଲି ସହକାରୀ ଯନ୍ତ୍ରୀ ପାତ୍ର କହିଛନ୍ତି। ସେଠାରୁ ରିପୋର୍ଟ ଆସିବା ପରେ ବସ୍‌ଷ୍ଟାଣ୍ଡ ନିର୍ମାଣ ନେଇ ଡିପିଆର୍‌ କରାଯାଇ ଟେଣ୍ଡର ଆହ୍ବାନ କରାଯିବ। ଜୁଲାଇ ଶେଷ ସୁଦ୍ଧା ନୂତନ ବସ୍‌ଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାକୁ ସ୍ଥିର ହୋଇଥିବା ଅଧ୍ୟକ୍ଷ ସେଠୀ କହିଛନ୍ତି। ସୂଚନାଯୋଗ୍ୟ, ବର୍ତ୍ତମାନର ବସ୍‌ଷ୍ଟାଣ୍ଡ ଓ ହକି ପଡ଼ିଆକୁ ମିଶାଇ ମୋଟ ୩ ଏକର ୨୨ ସେଣ୍ଟ ଜମିରେ ଏହି ନୂତନ ମଡେଲ ବସ୍‌ଷ୍ଟାଣ୍ଡ ହେବ।

Share