ଦୃଷ୍ଟିବାଧିତ ରଘୁଙ୍କ ଭିକ୍ଷାବୃତ୍ତି ଅର୍ଥରେ ଶନିମନ୍ଦିର ନିର୍ମାଣ

ଖୋର୍ଦ୍ଧା,୧୨ା୮(ପ୍ରଭାତ ପାଣିଗ୍ରାହୀ):ଗଜପତି ଜିଲା କୋଦୁଣୀ ଗ୍ରାମର ରଘୁ ରାଉତ। ଜନ୍ମରୁ ଦୃଷ୍ଟିଶକ୍ତି ହରାଇଛନ୍ତି। ପିଲାଦିନୁ ଘର ଛାଡ଼ି ଭିକ୍ଷାବୃତ୍ତି କରନ୍ତି। ପରିଣତ ବୟସରେ ଭିକ୍ଷାବୃତ୍ତି କରି ଯାହା ଅର୍ଥ ସଞ୍ଚୟ କରିଥିଲେ ସେଥିରେ ଖୋର୍ଦ୍ଧା ଜିଲା ଅଟ୍ରିର ହଟକେଶ୍ୱର ମନ୍ଦିର ପରିସରରେ ଏକ ନୂତନ ଶନିଦେବଙ୍କ ମନ୍ଦିର ନିର୍ମାଣ କରିଛନ୍ତି। ଏହି ବାବଦରେ ୩ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହୋଇଛି। ତିନିଦିନ ହେବ ମନ୍ଦିର ପ୍ରତିଷ୍ଠା ଉତ୍ସବ ଚାଲିଥିବା ବେଳେ ରବିବାର ଥିଲା ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ। ଆଖପାଖ ଅଞ୍ଚଳର ଶ୍ରଦ୍ଧାଳୁ ଯୋଗଦେଇ ରଘୁଙ୍କ ଏହି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି।
ହଟକେଶ୍ୱର ଦେବଙ୍କ ବରିଷ୍ଠ ସେବାୟତ ଦିଲୀପ ପଣ୍ଡା କହିଛନ୍ତି, ଦୀର୍ଘ ବର୍ଷ ହେବ ହଟକେଶ୍ୱରଙ୍କ ପୀଠ ରାସ୍ତାକଡ଼ରେ ରଘୁ ଭିକ୍ଷାବୃତ୍ତି କରିଆସୁଥିଲେ। ଭିକ୍ଷାବୃତ୍ତିରୁ ଯାହା ସଞ୍ଚୟ କରିଥିଲେ, ସେଥିରେ ଏକ ମନ୍ଦିର ନିର୍ମାଣ କରିବା ପାଇଁ ସେବାୟତ ସଂଘ ସହ ଆଲୋଚନା କରିଥିଲେ। ପୂର୍ବରୁ ଓସ୍ତଗଛ ମୂଳେ ଶନିଦେବ ପୂଜା ପାଉଥିବା ବେଳେ ଏବେ ରଘୁଙ୍କ ସଞ୍ଚିତ ଅର୍ଥରେ ଏହି ମନ୍ଦିର ନିର୍ମାଣ ହୋଇଛି। ଆଜିର ସମୟରେ କୌଣସି ମାଙ୍ଗଳିକ କାର୍ଯ୍ୟରେ ଦାନ କରିବାକୁ ଲୋକେ ପଛଘୁଞ୍ଚା ଦେଉଥିବା ବେଳେ ଜଣେ ଦୃଷ୍ଟିବାଧିତ ହୋଇ ମଧ୍ୟ ରଘୁ ଦୀର୍ଘ ବର୍ଷ ଧରି ମନ୍ଦିର ନିର୍ମାଣ ଉଦ୍ଦେଶ୍ୟରେ ଭିକ୍ଷାବୃତ୍ତି କରି ସଞ୍ଚିତ ଅର୍ଥ ଦାନ କରି ସମାଜ ପାଇଁ ଉଦାହରଣ ପାଲଟିଛନ୍ତି। ରଘୁଙ୍କ ପରିଣତ ବୟସରେ ନିଜର ଘରଟିଏ ନ ଥିବା ବେଳେ ତାଙ୍କୁ ଭତ୍ତା ମଧ୍ୟ ମିଳୁନାହିଁ। ଏଥିପ୍ରତି ସରକାର ଦୃଷ୍ଟି ଦେବାକୁ ହଟକେଶ୍ୱର ସେବାୟତ ସଂଘ ଦାବି କରିଛି। ଏନେଇ ରଘୁ କହିଛନ୍ତି, ଜନ୍ମରୁ ଦୃଷ୍ଟିଶକ୍ତି ହରାଇଛି। ମା’ବାପା ପଚାରିଲେନି। ଜଣେ ଅଫିସର କିଛିଦିନ ମୋତେ ତାଙ୍କ ପାଖରେ ରଖିଥିଲେ। ତେବେ ତାଙ୍କର ସନ୍ତାନ ଜନ୍ମ ହେବା ପରେ ସେ ବି ଛାଡିଦେଲେ। ଦୀର୍ଘବର୍ଷ ହେବ ଏଠାରେ ରହି ହଟକେଶ୍ୱରଙ୍କ ପୀଠରେ ଭିକ୍ଷାବୃତ୍ତି କରି ଚଳୁଛି। ଶନିଦେବ ବାହାରେ ପୂଜା ପାଉଛନ୍ତି ବୋଲି ଜାଣିବା ପରେ ମନ୍ଦିର ନିର୍ମାଣ ପାଇଁ କିଛି ସହଯୋଗ କରିବାକୁ ଇଚ୍ଛା ହେଲା। ତେଣୁ ସଞ୍ଚିତ ଅର୍ଥ ମନ୍ଦିର କାମରେ ଲଗାଇଲି। ଠାକୁରଙ୍କ କୃପାରୁ ମୋ’ ଇଚ୍ଛା ଆଜି ପୂରଣ ହୋଇଛି। ନିଜ ଆଖିରେ ସେହି ପୁଣ୍ୟ କାର୍ଯ୍ୟକୁ ଦେଖି ନ ପାରିଲେ ମଧ୍ୟ ଏହି କାର୍ଯ୍ୟ ମୋତେ ଆତ୍ମସନ୍ତୋଷ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମାଡ଼ ଖାଇ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହେଲେ ବନ କର୍ମଚାରୀ

ଅନୁଗୋଳ,୨୦।୯: ହାତୀ ଘଉଡାଇବାକୁ ଯାଇଥିବା ବେଳେ ଗ୍ରାମବାସୀଙ୍କ ମାଡ଼ରେ ଜଣେ ବନ କର୍ମଚାରୀ ଗୁରୁତର ଆହତ ହୋଇଥିବା ବେଳେ ଆଉ ୨ଜଣ କର୍ମଚାରୀ ଆହତ ହୋଇଛନ୍ତି।...

ତିନିଦିନ ଚାଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ବୈଷୟିକ ସର୍ଭେ: ଦୈନିକ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ପୁରୀ,୨୦।୯: ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ଏ.ଏସ୍‌.ଆଇ ପକ୍ଷରୁ ଶନିବାରଠାରୁ ସୋମବାର ପର୍ଯ୍ୟନ୍ତ ଶ୍ରୀମନ୍ଦିର ରତ୍ନଭଣ୍ଡାରର ବୈଷୟିକ ସର୍ଭେ କରାଯିବ। ଏହି ସମୟରେ ଅପରାହ୍ନ ୨ଟାଠାରୁ...

ସେପ୍ଟେମ୍ବର ୨୩ରେ କଳାଦିବସ ପାଳନ କରିବାକୁ ପ୍ରସ୍ତୁତି

ଛତ୍ରପୁର, ୨୦।୯(ଦିଲ୍ଲୀପ ସାମଲ): କେନ୍ଦ୍ର ସରକାର ୨୦୨୦ରେ ୪୫ଟି ଶ୍ରମ ଆଇନକୁ ବାତିଲ କରି ୪ଟି ଶ୍ରମ ଆଇନରେ ପରିଣତ କରିଥିବା ଦିବସକୁ କଳା ଦିବସ...

ପୁଣି କୋଇଡ଼ା ଅଞ୍ଚଳରେ ସକ୍ରିୟ ହେଲେ ମାଓବାଦୀ, ପୋଷ୍ଟରରେ ଲେଖିଲେ…

ଟେନ୍‌ସା,୨୦ା୯(ସମୀର କୁମାର ପାଢ଼ୀ): ଝାଡ଼ଖଣ୍ଡ ଓ ଓଡ଼ିଶା ସୀମାନ୍ତବର୍ତ୍ତୀ ଅଞ୍ଚଳ କୋଇଡ଼ା ବ୍ଲକର କେ.ବଳାଙ୍ଗ ଥାନା ଅନ୍ତର୍ଗତ ରେଞ୍ଜରା ରେଲଓ୍ବେ ସାଇଡିଂରେ ମାଓବାଦୀ ପୁଣି ସକ୍ରିୟ...

ପୁଣି ମିଳିଲା ହାତୀର ମୃତ ଦେହ : ଶିମିଳିପାଳରେ…

ବାରିପଦା,୨୦।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଉତ୍ତର ଡିଭିଜନ ତାଳବନ୍ଧ ରେଞ୍ଜ ବାଲିଆଢିପା ଜଙ୍ଗଲରେ ଏକ ହାତୀର ମୃତ...

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ପୂର୍ବରୁ ଯୁବ କଂଗ୍ରେସ କର୍ମୀଙ୍କୁ ଉଠାଇନେଲା ପୋଲିସ

କେନ୍ଦୁଝର,୨୦ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ କେନ୍ଦୁଝର ଗସ୍ତ ପୂର୍ବରୁ ପୋଲିସ କଂଗ୍ରେସ କର୍ମୀଙ୍କୁ ଥାନାକୁ ଉଠାଇନେଇଛି। କର୍ମୀମାନେ କଳା ଡ୍ରେସ୍‌ ପିନ୍ଧି ବିକ୍ଷୋଭ...

ହଇଜାରେ ଚାଲିଗଲା ୨ ଜୀବନ, ୩୦ରୁ ଊର୍ଦ୍ଧ୍ୱ ଡାକ୍ତରଖାନାରେ ଭର୍ତ୍ତି

ବାରିପଦା,୨୦ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଗୁଡିଆଲବନ୍ଧ ପଞ୍ଚାୟତ ଆଲବନ୍ଧ ଗ୍ରାମ ବାଥୁଡ଼ିସାହିରେ ହଇଜା ଆକ୍ରମଣରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଏକ...

ଜଙ୍ଗଲକୁ ସ୍ବାମୀଙ୍କ ସହ କାଠ ଆଣିବାକୁ ଯାଇଥିଲେ, ଝଗଡା ହେବାରୁ କଲେ ଏଭଳି କାଣ୍ଡ

ଟେନସା,୨୦।୯(ସମୀର କୁମାର ପାଢୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ଥାନା ଅନ୍ତର୍ଗତ କୋମଣ୍ଡ ଗ୍ରାମରେ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ପରିଚୟ ମାଙ୍ଗରି ମୁଣ୍ଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri