୩ ଦିନରେ ବିବାଦୀୟ ରାସ୍ତା ନିର୍ମାଣ ଶେଷ

ନୟାଗଡ଼ ଅଫିସ,୨୪।୬: ରାସ୍ତା ନିର୍ମାଣ ପାଇଁ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲର ସବୁଜ ସଙ୍କେତ ପାଇବା ପରେ ନୟାଗଡ଼ ଜିଲା ପ୍ରଶାସନ ୧ ବନାମ ୧୭ ଖଣ୍ଡ ଗାଁ ମଧ୍ୟରେ ଲାଗି ରହିଥିବା ବିବାଦୀୟ ବଳଭଦ୍ରପୁର ଓ ଢ଼ିପମାଳ ୩ କି.ମି. ରାସ୍ତାକୁ ନିର୍ମାଣ କରିବାରେ ସଫଳ ହୋଇଛି । ଗତ ୨୧ ତାରିଖରେ ଆରମ୍ଭ ହୋଇଥିବା ଗୁଡୁପାଲିର ଗ୍ରାମ୍ୟ ଜଙ୍ଗଲ ମଧ୍ୟ ଦେଇ ରାସ୍ତା କାମ ୨୩ ତାରିଖରେ ଶେଷ ହୋଇଛି । ରାସ୍ତା ନିର୍ମାଣ ପାଇଁ ୧୪୪ ଧାରା ଜୁନ ୧୬ରୁ ଅନର୍ଦ୍ଦିଷ୍ଟ ସମୟ ପାଇଁ ଲାଗୁ ହୋଇଛି । ୩ ଦିନ ଧରି ୩ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ୭ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇ ରାସ୍ତା ନିର୍ମାଣ କରାଯାଇଥିଲା । ଘଟଣା ସ୍ଥଳରେ ଉପଜିଲାପାଳ ଲଗ୍ନଜିତ ରାଉତ୍‌, ନୂଆଗାଁ ତହସିଲଦାର, ନୂଆଗାଁ ବିଡିଓ, ନୟାଗଡ଼ର ଅତିରିକ୍ତ ଏସ୍‌ପି ଉମାକାନ୍ତ ମଲ୍ଲିକ ଓ ବିଦ୍ୟୁତ୍‌ ପଣ୍ଡା, ନୟାଗଡ଼ ଏସ୍‌ଡିପିଓ ଶୁଭେନ୍ଦୁ ସିଂ, ୩ ଡିଏସ୍‌ପି, ସଦର ଥାନା ଆଇଆଇସି ଦୀପକ ଖଣ୍ଡାୟତରାୟ ପ୍ରମୁଖ ଉପସ୍ଥିତ ଥିଲେ ।
ବଳଭଦ୍ରପୁର ଓ ଢ଼ିପମାଳକୁ ରାସ୍ତା ନିର୍ମାଣ ବିବାଦର ମୂଳ କାରଣ ଥିଲା। ଜଙ୍ଗଲ ମଧ୍ୟରେ ରାସ୍ତା ବନ୍ଦ କରିବା ଓ ରାସ୍ତା କରିବା ପରି ଦାବି ନେଇ ମାଳିସାହି, ଢ଼େଙ୍କେଣା ଓ ଖଣ୍ଡୁଗାଁ ଆଦି ୩ ପଞ୍ଚାୟତର ୧ ବନାମ୧୭ ଖଣ୍ଡ ଗାଁର ଲୋକଙ୍କ ମଧ୍ୟରେ ୫ ବର୍ଷ ହେଲା ବିବାଦ ଲାଗି ରହିଛି । ପ୍ରଶାସନ ପକ୍ଷରୁ ବିଭିନ୍ନ ସମୟରେ ଉଭୟ ଗାଁକୁ ବୁଝାଶୁଝା କରିଥିଲେ ମଧ୍ୟ ସୁଫଳ ମିଳି ନ ଥିଲା ।
ରାସ୍ତା ନିର୍ମାଣରେ ବଳିପଡ଼ିଲା ୫୦୦ ଛୋଟ ଗଛ
ଗୁଡୁପାଙ୍ଗି ଗାଁ ସଭାପତି ଦିଲ୍ଲୀପ ନାୟକ କୁହନ୍ତି, ପ୍ରଶାସନ ପକ୍ଷରୁ ୩ ଦିନ ହେଲା ନିର୍ମାଣ ଚାଲିଥିବା ବଳଭଦ୍ରପୁର ଓ ଢ଼ିପମାଳ ୩ କି.ମି. ରାସ୍ତାରେ ପ୍ରାୟ ୫୦୦ ଛୋଟ ଗଛ ନଷ୍ଟ ହୋଇଛି । ଗତ ବର୍ଷ ଏଠାରେ ଚାରା ରୋପଣ ହୋଇଥିଲା। ରାସ୍ତା ନିର୍ମାଣ ନେଇ ପୋଲିସର ଅନୁରୋଧ କ୍ରମେ ଗାଁ ଲୋକମାନେ ନୀରବ ଅଛନ୍ତି । ତେବେ ଗଛ ନଷ୍ଟ କରି ଜଙ୍ଗଲ ମଧ୍ୟରେ ରାସ୍ତା ନେବା ଠିକ ହେଲା ନାହିଁ ବୋଲି ସେ କହିଛନ୍ତି ।
ଗଛ ନଷ୍ଟ ହେବା ନେଇ ୧୭ ଖଣ୍ଡ ଗାଁର କେତେଜଣ ଲୋକ ନିଜ ନାମ ଗୋପନ ରଖି କହିଛନ୍ତି, ଜଙ୍ଗଲରେ ପୂର୍ବରୁ ରାସ୍ତା ଥିଲା । ଏହି ରାସ୍ତାରେ ଯିବା ଆସିବା କରାଯାଉଥିଲା । ଗୁଡୁପାଙ୍ଗି ଲୋକ ରାସ୍ତା ନିର୍ମାଣକୁ ବିରୋଧ କରି ଗଛ ଲଗାଇ ଦେଇଥିଲେ । ଗଛ ପ୍ରଶାସନର ହସ୍ତକ୍ଷେପ ପରେ ପୁଣି ରାସ୍ତା ଫିଟିଛି । ୧୮ ଖଣ୍ଡ ଗାଁ ପାଇଁ ଏହା ଶୁଭ ଖବର । ୧୭ ଖଣ୍ଡ ଗାଁ ତରଫରୁ ଦେବରାଜ ବରାଡ କୁହନ୍ତି, ପ୍ରଶାସନ ପକ୍ଷରୁ ରାସ୍ତା କାର୍ଯ୍ୟ ଆରମ୍ଭ ହୋଇ ଶେଷ ହେବା ପରେ ଖୁସି ଲାଗୁଛି । ୧୭ ଖଣ୍ଡ ଗାଁ ଲୋକଙ୍କ ବହୁ ଦିନର ଦାବି ପୂରଣ ହୋଇଛି । ତେବେ ଗୁଡୁପାଙ୍ଗି ସହ ଆମର ସମ୍ପର୍କ ଭଲ ରହିବ ବୋଲି କହିଛନ୍ତି । ସଦର ଥାନା ଆଇଆଇସି ଦୀପକ ଖଣ୍ଡାୟତରାୟ କୁହନ୍ତି, ୩ କି.ମି. ରାସ୍ତାର ପ୍ରାରମ୍ଭିକ କାର୍ଯ୍ୟ ଶେଷ ହୋଇଛି । ବଳଭଦ୍ରପୁରରୁ ଢ଼ିପମାଳକୁ ରାସ୍ତା ଫିଟିଛି। ରଥଯାତ୍ରା ପାଇଁ ଫୋର୍ସ ଚାଲି ଯାଇଥିବାରୁ ପରବର୍ତ୍ତୀ ସମୟରେ ରାସ୍ତାର ପୂର୍ଣ୍ଣାଙ୍ଗ କାମ କରାଯିବ ବୋଲି ସେ କହିଛନ୍ତି।

 

ଗାଁ


Enter your email to get our daily news in your inbox.

All Right Reserved By Dharitri.Com

କାଳବୈଶାଖୀ: ଭାଙ୍ଗିଲା ଗଛ, ଉଡିଲା ଟିଣ

ଉମରକୋଟ,୨୨।୪(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ପ୍ରବଳ ପବନ ହୋଇଛି। ବର୍ଷା ହୋଇ ନ ଥିଲେ ମଧ୍ୟ ଭୀଷଣ ପବନ...

ପହଲଗାମ ଆକ୍ରମଣ ଉପରେ ଭାରତ ସପକ୍ଷରେ ଟ୍ରମ୍ପଙ୍କ ବଡ ବୟାନ

ନୂଆଦିଲ୍ଲୀ,୨୨।୪: ଯୁକ୍ତରାଷ୍ଟ୍ର ଭାରତ ସହ ଦୃଢ଼ଭାବେ ଛିଡ଼ା ହୋଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜୋର ଦେଇ କହିଛନ୍ତି, ଜମ୍ମୁ ଓ କାଶ୍ମୀରର ପହଲଗାମରେ ପର୍ଯ୍ୟଟକଙ୍କୁ ଟାର୍ଗେଟ...

ଖୁସି ମୁହୂର୍ତ୍ତର ଭିଡିଓ ଶେୟାର କରିବାର କିଛି ଘଣ୍ଟା ପରେ ଆତଙ୍କବାଦୀଙ୍କ ଗୁଳିରେ ପ୍ରାଣ ହରାଇଥିଲେ ଓଡ଼ିଆ ଯୁବକ

ଭୁବନେଶ୍ୱର,୨୨।୪: ଏକ ଦୁଃଖଦ ଘଟଣାରେ, ମଙ୍ଗଳବାର ଜମ୍ମୁ ଓ କାଶ୍ମୀରର ପହଲଗାମରେ ପର୍ଯ୍ୟଟକଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଓଡ଼ିଶାର ଜଣେ ଯୁବକ ନିହତ ହୋଇଥିବା...

ଗୁଣି ଗାରେଡ଼ି ସନ୍ଦେହରେ ଯୁବକଙ୍କୁ ପିଟି ହତ୍ୟା: ୨୮ ଗିରଫ

ପଦ୍ମପୁର,୨୨।୪ (ପ୍ରଶାନ୍ତ କୁମାର କର): ଆଜିର ଆଧୁନିକ ଯୁଗରେ ଏବେ ବି ଲୋକେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ହତ୍ୟା ପରି ବୀଭତ୍ସକାଣ୍ଡ ଘଟାଇବାକୁ ପଛାଉନାହାନ୍ତି। ଏହାର...

ଟ୍ରଲିବ୍ୟାଗ୍‌ରୁ ମିଳିଲା ଓଠ ସିଲ୍‌ ଥିବା ଯୁବତୀଙ୍କ ମୃତଦେହ

କୋଲକାତା,୨୨।୪: କୋଲକାତା ଉପକଣ୍ଠ ବାଗୁଇହାଟିର ଏକ ରାସ୍ତା ପାର୍ଶ୍ୱରେ ପଡ଼ିରହିଥିବା ଟ୍ରଲିବ୍ୟାଗ୍‌ରୁ ଜଣେ ଯୁବତୀଙ୍କ ଓଠ ସିଲ୍‌ ହୋଇଥିବା ମୃତଦେହ ମିଳିଛି। ସୋମବାର ରାତିରେ କେହି...

“ନିଷ୍ଠୁର ଅପରାଧ”: ପହଲଗାମ ଆତଙ୍କବାଦୀ ଆକ୍ରମଣ ଉପରେ ଭ୍ଲାଦିମିର ପୁଟିନ

ନୂଆଦିଲ୍ଲୀ,୨୨।୪: ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଜମ୍ମୁ ଓ କାଶ୍ମୀରର ପହଲଗାମରେ ଘଟିଥିବା ଆତଙ୍କବାଦୀ ଆକ୍ରମଣର ଦୁଃଖଦ ପରିଣାମ ପାଇଁ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ...

ପହଲଗାମ ଆତଙ୍କ: ମୋଦିଙ୍କୁ ଆତଙ୍କବାଦୀଙ୍କ ଧମକ, ଭାରତ ପାଇଁ ଏହାର ଅର୍ଥ କ’ଣ?

ନୂଆଦିଲ୍ଲୀ,୨୨।୪: ଜମ୍ମୁ ଓ କାଶ୍ମୀରର ପହଲଗାମରେ ମଙ୍ଗଳବାର ଘଟିଥିବା ଆତଙ୍କବାଦୀ ଆକ୍ରମଣରେ ଅତିକମରେ ୨୬ ଜଣ ପର୍ଯ୍ୟଟକ ନିହତ ହୋଇଥିବା ବେଳେ ଅନେକେ ଆହତ ହୋଇଛନ୍ତି।...

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସ୍ନାତକ ପରୀକ୍ଷାଫଳ ପ୍ରକାଶ

ଭଞ୍ଜନଗର,୨୨।୪(ବାବୁଲା ପ୍ରଧାନ): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସ୍ନାତକ (+୩) ପରୀକ୍ଷା ଫଳ ମଙ୍ଗଳବାର ପ୍ରକାଶ ପାଇଛି। ଏଥିରେ ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ସାମ୍ବାଦିକତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image