Categories: ଜାତୀୟ

ନୂଆ ସଂସଦ ଭବନର ନିର୍ମାଣ କାର୍ଯ୍ୟ ଆରମ୍ଭ: ୭୫ତମ ସ୍ବାଧୀନତା ଦିବସ ସୁଦ୍ଧା ହେବ ଶେଷ

ନୂଆଦିଲ୍ଲୀ,୧୫।୧: ନୂଆ ସଂସଦ ଭବନର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଏହି ନୂଆ ସଂସଦ ଭବନର ଆକୃତି ତିନି କୋଣୀୟ ବିଶିଷ୍ଟ କରାଯିବ। ୨୦୨୨ରେ ୭୫ତମ ସାଧୀନତା ଦିବସ ସୁଦ୍ଧା ଏହାର ନିର୍ମାଣ କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଏନେଇ ଜଣେ ସରକାରୀ ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି।

ତେବେ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିବାରୁ ଏହାର ନିର୍ମାଣ କାର୍ଯ୍ୟ ସ୍ଥଗିତ ରଖାଯାଇଥିଲା। ସରକାର ମଧ୍ୟ ଆଶ୍ୱାସନା ଦେଇଥିଲେ ସବୁକିଛି ସ୍ପଷ୍ଟ ନହେବା ଯାଏଁ ନିର୍ମାଣ କାର୍ଯ୍ୟ ବନ୍ଦ ରଖାଯିବ। ତେବେ ଜାନୁୟାରୀ ୫ରେ ସୁପ୍ରିମକୋର୍ଟ ଏହାକୁ ସବୁଜ ସଙ୍କେତ ଦେଇଥିଲେ।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡସେମ୍ବର ୧୦ରେ ଏହାର ଶିଳାନ୍ୟାସ କରିଥିଲେ। ଏହି ସଂସଦ ଭବନର ନିର୍ମାଣ କାର୍ଯ୍ୟ ଟାଟା ପ୍ରୋଜେକ୍ଟସ ଲିମିଟେଡ ଦ୍ୱାରା କରାଯାଉଛି। ଏଥିରେ ୯୭୧ କୋଟି ଟଙ୍କା ଖର୍ଚ୍ଚ ହେବ।

Share